ବିଲ୍ କ୍ଲିଣ୍ଟନଙ୍କ ଆଉ ଏକ ଗୁପ୍ତ ସମ୍ପର୍କ: ନୂଆ ବହିରେ ଆସିଲା ତଥ୍ୟ, ଏକ୍ସପ୍ରେସ୍ ବିମାନରେ ବ୍ରିଟିଶ ସୋସିଆଲାଇଟ୍‌ଙ୍କ ସହ ଯୋଡିଥିଲେ ଶାରୀରିକ ସମ୍ପର୍କ

Published By : Prameya-News7 Bureau | May 28, 2020 IST

ନ୍ୟୁୟର୍କ, ୨୮|୦୫:  ଆମେରିକାର ପୂର୍ବତନ ରାଷ୍ଟ୍ରପତି ବିଲ୍ କ୍ଲିଣ୍ଟନଙ୍କହ ସହ ଘିସଲାଇନ୍ ମ୍ୟାକ୍ସଓ୍ୱେଲଙ୍କ ସହ ପ୍ରେମ ସମ୍ପର୍କ ରହିଥିବା ଏକ ବହିରେ ଦାବି ହୋଇଛି । ଜେଫରୀ ଏପଷ୍ଟେନଙ୍କ ଉପରେ ଆଧାରିତ ଏକ ବହିରେ ଏହା କୁହାଯାଇଛି । ଏପରିକି ଏକ ଟ୍ରିପରେ କ୍ଲିଣ୍ଟନ୍ ଓ ମ୍ୟାକ୍ସଓ୍ୱେଲଙ୍କ ମଧ୍ୟରେ ଶାରୀରିକ ସମ୍ପର୍କ ହୋଇଥିବା ମଧ୍ୟ ବହିରେ ଉଲ୍ଲେଖ ରହିଛି ।  

ୟୁଏସର ପୂର୍ବତନ ରାଷ୍ଟ୍ରପତି ବିଲ୍ କ୍ଲିଣ୍ଟନ୍ ଓ ବ୍ରିଟେନର ଜଣେ ସୋସିଆଲାଇଟ୍ ବା ସଂଭ୍ରାନ୍ତ ମହିଳା ମ୍ୟାକ୍ସଓ୍ୱେଲଙ୍କ ପ୍ରେମ ସମ୍ପର୍କ ସେହି ସମୟରେ ଚର୍ଚ୍ଚାର ପରିସରକୁ ଆସିଥିଲା ଯେତେବେଳେ ଜେଫରୀଙ୍କ ରହସ୍ୟଜନକ ମୃତ୍ୟୁ ଘଟିଥିଲା । ଜେଫରୀଙ୍କୁ ନେଇ ଲେଖାଯାଇଥିବା ଏହି ବହିଟି ହେଲା ଏ କନଭେଣ୍ଟ୍ ଡେଥ୍, ଦି ମିଷ୍ଟେରିୟସ ଡିମାଇଜ୍ ଅଫ୍ ଜେଫରୀ ଏପଷ୍ଟେନ୍ । ଏନେଇ ନ୍ୟୁୟର୍କ ପୋଷ୍ଟରେ ଉଲ୍ଲେଖ ହୋଇଛି । ତେବେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଏହାକୁ ଖଣ୍ଡନ କରିଛନ୍ତି ।

{"id":277503,"width":744,"height":550,"sizeSlug":"large"}

କ୍ଲିଣ୍ଟନଙ୍କ ମୁଖପାତ୍ର ବୁଧବାର କହିଛନ୍ତି ଯେ, ଏହା ସମ୍ପୂର୍ଣ୍ଣ ଭାବେ ମିଛ । ଏହା ପୂର୍ବରୁ ମିଛ ଥିଲା ଓ ଆଗାମୀ ଦିନରେ ବି ଏହା ମିଛ ହୋଇ ରହିବ । ଏଥିରେ କୌଣସି ସତ୍ୟତା ନାହିଁ ।

ତେବେ କ୍ଲିଣ୍ଟନ୍ ଓ ମ୍ୟାକ୍ସଓ୍ୱେଲଙ୍କ ଉପରେ ଅଭିଯୋଗ ଆସେ ଯେ, ସେମାନେ ଏପଷ୍ଟେନଙ୍କ ପାଇଁ ଯୁବତୀ ଯୋଗାଇଥାନ୍ତି । ସେମାନଙ୍କର ଏକ ଫଟୋ ମଧ୍ୟ ୨୦୦୦ ମସିହାରେ ଭାଇରାଲ ହୋଇଥିଲା । ଏପରିକି ନେଟଫ୍ଲିକ୍ସର ଏକ ଡକ୍ୟୁମେଣ୍ଚାରୀରେ କ୍ଲିଣ୍ଟନ ଓ ମ୍ୟାକ୍ସଓ୍ୱେଲଙ୍କ ମଧ୍ୟରେ ଶାରୀରିକ ସମ୍ପର୍କ ବାବଦରେ ଉଲ୍ଲେଖ ରହିଛି । ଏପରିକି ଷ୍ଟିଭ୍ ସ୍ପଲେ ନାମକ ଜଣେ ୭୦ ବର୍ଷର ବ୍ୟକ୍ତି ଯିଏ କି ଏପଷ୍ଟେନଙ୍କ କାର୍ଯ୍ୟାଳୟରେ କାମ କରୁଥିଲେ ସେ ମଧ୍ୟ କ୍ଲିଣ୍ଟନଙ୍କ ସହ ମ୍ୟାକ୍ସଓ୍ୱେଲଙ୍କୁ ଅନେକ ଥର ଦେଖିଛନ୍ତି ।

ସୂଚନାଯୋଗ୍ୟ, ଏପଷ୍ଟେନ୍ ଗତ ବର୍ଷ ନ୍ୟୁୟର୍କ ଜେଲରେ ପ୍ରାଣ ହରାଇଥିଲେ । ସେ ସେକ୍ସ୍ ରାକେଟରେ ଗିରଫ ହୋଇଥିଲେ । ୨୦୦୫ରେ ପୋଲିସକୁ ଏପଷ୍ଟେନଙ୍କ ବିରୋଧରେ ବିଭିନ୍ନ ରାକେଟ୍ ବାବଦରେ ପ୍ରମାଣ ଲାଗିଥିଲା । ୨୦୦୮ରେ ତାଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା । ସେ ୧୩ ମାସ ଜେଲଦଣ୍ଡ ଭୋଗିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.