ସବୁଥାଇ ବି କଣ ରହିଲା ଅଭାବ… କେଉଁଠି ରହିଲା କେଁ… ସମ୍ପର୍କ ନା ସମ୍ପତ୍ତି… କାହିଁକି ହେଲେ ଅଲଗା ? ବିଲ୍‌-ମିଲିଣ୍ଡା ପ୍ରେମରୁ ବିଚ୍ଛେଦ କାହାଣୀ

Published By : Prameya-News7 Bureau | May 05, 2021 IST

ନ୍ୟୁୟର୍କ ୫/୫: ସମ୍ପର୍କରେ ଫାଟ। ହେବେ ଅଲଗା। ୨୭ ବର୍ଷ ପରେ ବିବାହ ବିଚ୍ଛେଦ। ସାରା ବିଶ୍ବ ଚକିତ। ଆମେରିକାରୁ ଆଫ୍ରିକା ସବୁଠି ଚିନ୍ତା ଓ ବିସ୍ମୟ। କାରଣ ବିଶ୍ବର ଚତୁର୍ଥ ଧନୀ ବିଲ ଗେଟ୍ସ ତାଙ୍କ ପତ୍ନୀ ମିଲିଣ୍ଡା ଗେଟ୍ସ ଅଲଗା ହେବେ। ଟେକ୍ନୋଲୋଜିଠାରୁ ସମାଜସେବା , କଂପ୍ୟୁଟର ବଜାର ଠାରୁ ଜଳବାୟୁ ପରିବର୍ତ୍ତନ, ଏଡସ୍‌ ନିରାକରଣ ଠାରୁ କାରୋନା ପରିଚାଳନା ଆଉ ଶିକ୍ଷା ଓ ଶିଶୁଙ୍କ ଟିକାକରଣ ସବୁଠି ଲକ୍ଷ ଲକ୍ଷ କୋଟି ଟଙ୍କା ଓଜାଡ଼ି ଦେଉଥିବା ଧନୀ ଦମ୍ପତ୍ତିଙ୍କ ମନ ଏତେ ବର୍ଷ ପରେ ଏମିତି ବଦଳିଗଲା କାହିଁକି ? ବିଲ ଗେଟ୍ସ ଓ ମିଲିଣ୍ଡା ଗେଟ୍ସ । ଅସରନ୍ତି ପ୍ରଶଂସା ଓ ଅନେକ ସମ୍ମାନର ଅଧିକାରୀ ଚର୍ଚ୍ଚିତ ଯୋଡ଼ି ପରଷ୍ପରର ହାତ ଛାଡ଼ିବେ କାହିଁକି ?

​ମେ ୪ ତାରିଖ। ସକାଳୁ ସକାଳୁ ଗୋଟିଏ ଖବର ସାରା ବିଶ୍ବକୁ ଚମକାଇ ଦେଲା। କରୋନାର କମ୍ପନ ବେଳେ ମନରେ ଏକ ଭିନ୍ନ ଭାବନା ସୃଷ୍ଟି କଲା ବିଲ-ମିଲିଣ୍ଡାଙ୍କ ମିଳିତ ନିଷ୍ପତ୍ତି। ମାଇକ୍ରୋସଫ୍ଟର ସହ ପ୍ରତିଷ୍ଠାତା, ବିଶ୍ବର ଅନ୍ୟତମ ଶ୍ରେଷ୍ଠ ଦାନୀ ବିଲ୍‌ ଗେଟ୍ସ ତାଙ୍କ ପତ୍ନୀ ମିରିଣ୍ଡାଙ୍କୁ ଦେବେ ଡିଭୋର୍ସ । ତେବେ ପ୍ରେମ ବିବାହ, ସୁନ୍ଦର ତିନି ସନ୍ତାନ ଆଉ ଧନ-ଐଶ୍ବର୍ଯ୍ୟର ଏତେ ସମ୍ଭାର ପରେ କଣ ଘଟିଲା ? ହାଭାର୍ଡ ୟୁନିଭର୍ସିଟିର ଡ୍ରପ୍‌ ଆଉଟ୍‌ କିନ୍ତୁ ଏକ ଦଶନ୍ଧି ଧରି ବିଶ୍ବର ନମ୍ବର ଓ୍ବାନ ଧନୀଙ୍କ ବଦଳିଲା କଣ ପାଇଁ ?

{"id":448803,"width":692,"height":492,"sizeSlug":"large","linkDestination":"none"}

ବିଲ୍‌-ମିରିଣ୍ଡାଙ୍କ ଦୀର୍ଘ ତିନି ଦଶନ୍ଧିର ସମ୍ପର୍କ। ବିଲ ଗେଟ୍ସ ଓ ତାଙ୍କ ବନ୍ଧୁମାନଙ୍କ ଦ୍ବାରା ପ୍ରତିଷ୍ଠିତ ମଇକ୍ରୋସଫ୍ଟର ଜଣେ ପ୍ରଡକ୍ଟ ମ୍ୟାନେଜର ଥିଲ ମିଲିଣ୍ଡା ଫ୍ରେଞ୍ଚ । ୧୯୮୭ରେ ପ୍ରଥମ ସାକ୍ଷାତ। ଏବେ ବିଲଙ୍କୁ ୬୫ ଆଉ ମିଲିଣ୍ଡାଙ୍କୁ ୫୭ ବର୍ଷ। ୧୯୮୭ରେ ମାଇକ୍ରୋସଫ୍ଟରେ ଚାକିରି କରିବା ପରେ ବି ବିଲ୍‌ଙ୍କ ସହ ମିଲିଣ୍ଡାଙ୍କ ଦେଖା ସାକ୍ଷାତ ସେମିତି ନଥିଲା। ତେବେ ସେହି ବର୍ଷ ନ୍ୟୁର୍କରେ ଏକ ବିଜନେସ୍‌ ଡିନରରେ ଏକାଠି ଦୁହେଁ ବସିଥିଲେ। ତାପରେ ବିଲ୍‌ ଏବଂ ମିଲିଣ୍ଡାଙ୍କ ଦୂରତା କମିଲା। ତଥାପି ସଂପର୍କ ଏବଂ ବିବାହର ଦୋଛକିରେ ଅନେକ ହିସାବ କିତାବ କରୁଥିଲେ ବିଲ୍‌। ଏକାଠି ହେବାର ସାହସ କରିପାରୁନଥିଲେ। ମିଲିଣ୍ଡା ହିଁ ପ୍ରଥମେ ପାଦ ବଢ଼ାଇଲେ। ତାପରେ ମିଳାମିଶା, ଡେଟିଂ ଆଉ ୧୯୯୪ରେ ବିବାହ। ଲାନାଇ ଦ୍ବୀପରେ ବିବାହ ଉତ୍ସବ। ତାପରେ ସବୁକିଛି ଚାଲିଲା ଯଥାରୀତି।

ମାଇକ୍ରୋସଫ୍ଟରେ ଅଧି୍କ ଆକ୍ଟିଭ୍‌ ହେଲେ ମିଲିଣ୍ଡା। ସଂପତ୍ତି ଓ ସୁଖରେ କେଉଁଠି ଉଣା ନଥିଲା। ଘର ଫାର୍ମ ହାଉସ୍‌, କେଇ ଡଜନ୍‌ ନାମୀ ଦାମି କାର, ପ୍ରାଇଭେଟ୍‌ ଜେଟ, ସୌଖୀନ ଜଳପୋତ ଏମିତି କିଛି ଐଶ୍ବର୍ଯ୍ୟ ବାକି ନଥିଲା ବିଶ୍ବର ଏହି ଦମ୍ପତ୍ତିଙ୍କ ପାଖରେ। ତିନିଟି ସନ୍ତାନ। ୨୫ ବର୍ଷୀୟା ବଡ଼ ଝିଅ ଜେନିଫର କାଇରିନ୍‌ ଗେଟ୍ସ, ପୁଅ ରୋରି ଜନ୍‌ ଗେଟ୍ସଙ୍କୁ ୨୨ ବର୍ଷ ଏବଂ ସାନ ଝିଅ ୧୯ ବର୍ଷୀୟା ଫୋଏବେ ଆଡେଲେ ଗେଟ୍ସ। ସମସ୍ତେ ଯୋଗ୍ୟ ଏବଂ ବିଲଙ୍କ ଭାଷାରେ ଅନନ୍ୟ।

{"id":448804,"width":711,"height":399,"sizeSlug":"large","linkDestination":"none"}

ବିଲ୍‌ ଏବଂ ମିଲିଣ୍ଡାଙ୍କ ସବୁଠୁ ମହାନ ଏବଂ ପ୍ରଶଂସନୀୟ ସହଭାଗିତା ହେଲା ସମାଜସେବା।  ବିଲ୍-ମିଲିଣ୍ଡା ଗେଟ୍ସ ଫାଉଣ୍ଡେସନ୍‌। ୨୦୦୦ ମସିହାରେ ପ୍ରତିଷ୍ଠିତ ଏହି ସଂସ୍ଥାନ ସାରା ବିଶ୍ବରେ କରୁଛି ଜନହିତକର କାର୍ଯ୍ୟ। ଶିକ୍ଷା-ସ୍ବାସ୍ଥ୍ୟ-ଜଳବାୟୁ ସୁରକ୍ଷା ଠାରୁ ବର୍ତ୍ତମାନର କରୋନା ସଂକ୍ରମଣକୁ ମୁକାବିଲା ସହ ବିଶ୍ବବାସୀଙ୍କୁ ସୁରକ୍ଷା ପାଇଁ ଏକାଠି କାମ କରୁଛନ୍ତି ବିଲ୍‌-ମିଲିଣ୍ଡା। ଦୀର୍ଘ ବିଚାର ବିମର୍ଷ, ଆଲୋଚନା ପରେ ବି ଅବଶିଷ୍ଟ ଜୀବନ ଦମ୍ପତ୍ତି ଭାବେ ନରହିବାର ନିଷ୍ପତ୍ତି ନେଇଥିବା ଏହି ଚର୍ଚ୍ଚିତ ଯୋଡି କିନ୍ତୁ ଏକାଠି ରହିବେ ସମାଜସେବାରେ। ମିଳିମିଶି ବିଲ-ମିଲିଣ୍ଡା ଗେଟ୍ସ ଫାଉଣ୍ଡେସନକୁ ଆଗକୁ ନେବେ।

{"id":448805,"width":731,"height":488,"sizeSlug":"large","linkDestination":"none"}

ଏତେ ସବୁ ପରେ ବଡ଼ ପ୍ରଶ୍ନ , କାହିଁକି ଅଲଗା ହେବେ ବିଲ୍-ମିଲିଣ୍ଡା ? ଏହି ପ୍ରଶ୍ନର ଉତ୍ତରରେ ସଂପତ୍ତିର କଥା ଉଠେ। ତେବେ ବେଶି ଚର୍ଚ୍ଚା ବିଲ୍‌ ଗେଟ୍ସଙ୍କ ପୂର୍ବତନ ବାନ୍ଧବୀ ଆନ୍ନ ଓ୍ବିନ୍‌ବ୍ଲାଡ୍‌ଙ୍କୁ ନେଇ। ବିଲ୍‌ ପ୍ରତିବର୍ଷ ଓ୍ବିନ୍‌ବ୍ଲାଡ୍‌ଙ୍କୁ ଭେଟନ୍ତି। ଏଥିପାଇଁ ଆରମ୍ଭରୁ ଅନୁମତି ଦେଇଥିଲେ ମିଲିଣ୍ଡା। କିନ୍ତୁ ଏବେ ତାହା କଣ୍ଟା ହୋଇଛି। ଆଉ ଏକ ପ୍ରଶ୍ନ ୧୪୫ ଶହ କୋଟି ଡଲାର ସଂପତ୍ତି କେମିତି ବାଣ୍ଟିବେ ବିଲ୍‌-ମିଲିଣ୍ଡା। ସୁନ୍ଦର ଘର ‘ଜନାଡୁ ୨.୦’ ରେ କେମିତି ଉଠିବ ପାଚେରି ? ଦୁଇଟି ସୁନ୍ଦର ହୃଦୟର ଗହନ କଥାଟି କଣ ? ସମୟ ହୁଏତ ସବୁ କହିବ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.