CAAକୁ ନେଇ କଙ୍ଗନା ରନାୱତଙ୍କ tweetର ବିଳମ୍ବରେ ଆସିଲା ଜବାବ, ଜାଣନ୍ତୁ କ’ଣ କହିଛନ୍ତି ବିଲକିସ୍ ଦାଦି

Published By : Prameya-News7 Bureau | December 20, 2020 IST

ନୂଆଦିଲ୍ଲୀ ୨୦।୧୨: ଶାହିନବାଗ୍‌ରେ ନାଗରିକ ସଂଶୋଧନ ଆଇନ (ସିଏଏ)କୁ ବିରୋଧ କରି ମହିଳାମାନେ ଦୀର୍ଘ ଆନ୍ଦୋଳନରେ ବସିଥିଲେ। ସେତେବେଳେ ବଲିଉଡ୍ ଅଭିନେତ୍ରୀ କଙ୍ଗନା ରନାୱତ ତାଙ୍କ ଟ୍ୱିଟ୍‌ ହ୍ୟାଣ୍ଡଲରେ ଆନ୍ଦୋଳନକୁ ଟ୍ରୋଲ କରିଥିଲେ। ଏଥିଲାଗି ସେ ଏକ ଭିଡିଓ ପୋଷ୍ଟ କରିଥିଲେ। ଯେଉଁଥିରେ ଶାହିନବାଗ୍‌ ଆନ୍ଦୋଳନର ନେତୃତ୍ୱ ନେଇଥିବା ବିଲକିସ୍ ଦାଦିଙ୍କୁ ଟାର୍ଗେଟ୍ କରିଥିଲେ।  କହିଥିଲେ ‘ଅପାଠୋଇ ଜେଜି କିଛି ନଜାଣି ଆନ୍ଦୋଳନରେ ବସି ଯାଇଛି’ କହିଥିଲେ। ଘଟଣାକୁ ଦୀର୍ଘଦିନ ବିତିଗଲାଣି ଏବେ ବିଲକିସ୍ ଦାଦି ଏହାର ଜବାବ ଏବେ ଦେଇଛନ୍ତି।

କଙ୍ଗନାଙ୍କ ମନ୍ତବ୍ୟ ବୁଝିବା ପରେ ଦାଦି ଯାହା କହିଛନ୍ତି ତାହା ବାସ୍ତବିକ ପ୍ରଣିଧାନ ଯୋଗ୍ୟ। ସେ କଙ୍ଗନାଙ୍କୁ ତାଙ୍କ ଝିଅ ବୋଲି ସମ୍ବୋଧନ କରିଛନ୍ତି । କହିଛନ୍ତି ‘ଆମ ଝିଅ ଆମକୁ କହୁଛି ନା ସମଝ’। ସେ କହିଛନ୍ତି ଯେ ଆମେ ଏମିତି ସେମିତି ନୁହେଁ  ପିଲାଙ୍କୁ ଯେତେବେଳେ  ଜନ୍ମ ଦେଇ ଜାଣିଛୁ  ସେମାନଙ୍କୁ ଲେଖେଇବା ଓ ପଢେଇବା ବି ଜାଣିଛୁ। ଯେତେବେଳେ ଜାମିଆରେ ଆମ ପିଲାଙ୍କ ପିଲାଙ୍କ ପ୍ରତି ପୋଲିସ ବର୍ବରତା ସୀମାପାର କଲା ଆମେ ଆଉ ସହି ପାରିଲୁନି ବୋଲି କହିଛନ୍ତି ବିଲକିସ୍‌ ଦାଦି।

ଦାଦି କହିଛନ୍ତି ଯେ ମୁଁ କେବେ କଙ୍ଗନାଙ୍କୁ ଦେଖିବି ନାହିଁ, ଆମେ ସାହିନ ବାଗରେ ଶହେ ଶହେ ଟଙ୍କା ଓ ଖାଇବା ପାଇଁ ବସି ନଥିଲୁ ଦେଶ ବଞ୍ଚାଇବାକୁ ବସିଥିଲୁ। ଚାଷୀର ଝିଅ, ଚଷାର ବୋହୁ ମୁଁ ଦେଶକୁ ସାଉଁଟିବାକୁ ସେଠି ବସିଥିଲି। ବୟସ ଆସି ପାଖାପାଖି ହେଲାଣି, ମୁଣ୍ଡରେ ଚୁଟି ଏମିତିରେ ଧଳା ହୋଇନି, କାଲି ପଅରଦିନ ଜନ୍ମ ହୋଇଛ କହୁଛ କଣ ନା ଆମେ କିଛି ଜାଣିନୁ। ଜରୁରି ପଡିଲେ ଘରୁ ପଦାକୁ ବାହାରିପାରୁ ଓ ଶ୍ୱର ବି ଉତ୍ତୋଳନ କରିପାରୁ। ଏବେ ତୁମେ ଏବେ ବୁଝି ପାରୁଥିବ ବୋଲି କହିଛନ୍ତି ବିଲକିସ୍ ଦାଦି।

ଦେଶରେ ନାଗରିକତା ସଂଶୋଧନ ଆଇନ ବିରୋଧରେ ଶାହିନ ବାଗ ଆନ୍ଦୋଳନ କାଳରେ ବିଲକିସ ଦାଦି ରାତାରାତ ଚର୍ଚ୍ଚାର କେନ୍ଦ୍ର ପାଲଟିଥିଲେ। ବୟସ୍କା ମହିଳା ଗଣମାଧ୍ୟମରେ ଶୀର୍ଷକ ପାଲଟିଥିବା ବେଳେ ଆଇନ ବିରୋଧରେ ଦେଶରେ ମହିଳାଙ୍କ ଲାଗି ପ୍ରେରଣାର ଉତ୍ସ ହୋଇଥିଲେ। ଏଥିରେ ସେତେବେଳେ କଙ୍ଗନା ତାଙ୍କ ଉଦ୍ଦେଶ୍ୟରେ ଏକ ଟ୍ୱିଟ୍‌ କରି ଚର୍ଚ୍ଚା ସୃଷ୍ଟି କରିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.