Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଷ୍ଟେଟ୍ ବ୍ୟାଙ୍କ ଉପରେ କୋଟିଏ ଟଙ୍କାର ଫାଇନ ଲଗାଇଲେ ରିଜର୍ଭ ବ୍ୟାଙ୍କ, ସବୁଠୁ ବଡ ବ୍ୟାଙ୍କ ବିରୋଧରେ ଋଣ ନିୟମ ଉଲ୍ଲଙ୍ଘନ ଅଭିଯୋଗ
  • ||
  • ଶ୍ରେୟସ ଆୟରଙ୍କ ଉପରେ ମୁମ୍ବାଇ ଇଣ୍ଡିଆନ୍ସର ନଜର, ରାହୁଲ ଓ ଧାଓ୍ୱନ ବି ବଦଳାଇବେ ଟିମ୍ !
  • ||
  • ରାଜ୍ୟରେ ଆଉ ୩ ଜଣ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୬କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୬୪ କରୋନା ସଂକ୍ରମିତ, ୧୦୪୮୪୯୨ରେ ପହଞ୍ଚିଲା ସଂଖ୍ୟା
  • ||
  • ଜରୁରୀକାଳିନ ପରିସ୍ଥିତି ଘୋଷଣା କଲେ ଗଭର୍ଣ୍ଣର : କରୋନା ସଂକ୍ରମଣ ବଢିବା ପରେ କଟକଣା କଡାକଡି
  • ||
  • ୧୮ କେଜିର ବଜ୍ରକାପ୍ତା ଉଦ୍ଧାର, ଡିଲ୍ ବେଳେ ଧରିଲା ବନ ବିଭାଗ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୪୬୫ ମୃତ
  • ||
  • ଫସଲ ନଷ୍ଟ କରି ଫେରିଗଲେ ଝାଡଖଣ୍ଡୀ ହାତୀପଲ, କ୍ଷତିପୂରଣ ଦାବି କଲେ ଚାଷୀ
  • ||
  • ଫସଲ ନଷ୍ଟ କରି ଫେରିଗଲେ ଝାଡଖଣ୍ଡୀ ହାତୀପଲ, କ୍ଷତିପୂରଣ ଦାବି କଲେ ଚାଷୀ
  • ||
  • ଓଡିଶା ଉପକୂଳରେ ମାଡ ହେବ ବାତ୍ୟା ! ଡିସେମ୍ବର ୩ରୁ ୬ ଯାଏଁ ପ୍ରବଳ ବର୍ଷା
  • ||

ପୁଣି ଗିରଫ ହେଲେ ବିଲଡର ଗୟାଧର ଜେନା, ଲକ୍ଷାଧିକ ଟଙ୍କା ଠକେଇ ଅଭିଯୋଗରେ ବାନ୍ଧିଲା ପୋଲିସ

10/11/2021 at 12:39 PM

ଭୁବନେଶ୍ବର ୧୦।୧୧: ବିଲଡରଙ୍କ ନାଁରେ ଠକେଇ ଅଭିଯୋଗ । ପୁଣି ଗିରଫ ହେଲେ ବିଲଡର ଗୟାଧର ଜେନା । ଲକ୍ଷାଧିକ ଟଙ୍କା ଠକେଇ ଅଭିଯୋଗରେ ଗୟାଧରଙ୍କୁ ସହିଦନଗର ଥାନା ପୋଲିସ ଗିରଫ କରିଛି । ପୂର୍ବରୁ ଠକେଇ ମାମଲାରେ ଚାରି ଥର ଗିରଫ ହୋଇଥିଲେ ଗୟାଧର । ଏହାକୁ ମିଶାଇ ମୋଟ୍ ୫ ଥର ଗିରଫ ହୋଇସାରିଲାଣି ।

ଜମି ଦେବାକୁ କହି ୭୨ ଲକ୍ଷ ଟଙ୍କା ଠକେଇ କରି ବନ୍ଧା ହେଲା ବିଲଡର । ବିଲଡର ଗୟାଧର ଜେନା ଓ ତାର ଦୁଇ ସହଯୋଗୀକୁ ପୋଲିସ ଗିରଫ କରିଛି । ଗୟାଧର ଜେନାକୁ  ସହିଦନଗର ଥାନା ପୋଲିସ ଗିରଫ କରିଥିବାବେଳେ ଦୁଇ ସହଯୋଗୀକୁ ମଞ୍ଚେଶ୍ବର ଥାନା ପୋଲିସ ଗିରଫ କରିଛି । ମଞ୍ଚେଶ୍ବର ଥାନା ପୋଲିସ ଦୁଇ ସହଯୋଗୀ ଅମିତ କୁମାର ନାୟକ ଓ ସଞ୍ଜିତ କୁମାର ମହାପାତ୍ରଙ୍କ ନିକଟରୁ ଗୋଟିଏ ଦାମୀ କାର୍ ଜବତ ହୋଇଛି ।

ସେହିପରି ମୁଖ୍ୟ ଗୟାଧର ଜେନାଙ୍କ ନିକଟରୁ ସମସ୍ତ ସେଲ ଡିଡ଼, ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ କରାଯାଇଛି । ଏମାନେ ଅନ୍ୟର ଜମିର ମାଲିକ ବୋଲି ଦର୍ଶାଇ ଜାଲ କାଗଜପତ୍ର ପ୍ରସ୍ତୁତ କରି ଠକେଇ କରିଥିଲେ । ଫଳରେ ଏମାନଙ୍କ ପୋଲ୍ ଖୋଲିଦେଇଥିଲେ ଜଣେ ଅଭିଯୋଗକାରୀ । ପ୍ରଥମେ ୪୯ ଲକ୍ଷ ଟଙ୍କା ନେବା ପରେ ଅଭିଯୋଗକାରୀଙ୍କ ଠାରୁ ୧୯ ଲକ୍ଷ ଓ ସେଲ ଡ଼ିଡ଼ ପରେ ଆଉ ୪ ଲକ୍ଷ ଟଙ୍କା ନେଇଥିଲେ । ଯାହା ତିନିଥର କିସ୍ତି ମାଧ୍ୟମରେ ଦେଇଥିଲେ ଗ୍ରାହକ ।

   Related Posts