Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଖଣ୍ଡପଡା : କଲେଜ ସମ୍ମୁଖରୁ ୨ ଛାତ୍ରୀଙ୍କୁ ଉଠାଇନେଲେ ଦୁର୍ବୃତ୍ତ, ପ୍ରତିବାଦରେ ଛାତ୍ରଛାତ୍ରୀଙ୍କ ରାସ୍ତାରୋକ
  • ||
  • ଭୁବନେଶ୍ବର : ୪ କୋଚ୍‌ଙ୍କୁ ବାଧ୍ୟତାମୂଳକ ଅବସର, ଅପାରଗତା ଓ ଦାୟିତ୍ବରେ ଅବହେଳା ପାଇଁ କାର୍ଯ୍ୟାନୁଷ୍ଠାନ
  • ||
  • ଗ୍ରାହକଙ୍କୁ ପୁଣି ମହଙ୍ଗା ମାଡ, ସିଲିଣ୍ଡର ପିଛା ୧୦୦ ଟଙ୍କା ବଢିଲା
  • ||
  • ସାନଖେମୁଣ୍ଡି : ବିଲରେ ପଡିଛି ନରକଙ୍କାଳ, ଧାନ କାଟିବା ବେଳେ ଦେଖିଲେ ଲୋକେ
  • ||
  • ସୁବର୍ଣ୍ଣପୁର : ମା’ ସୁରେଶ୍ଵରୀ ମନ୍ଦିରରୁ ଚୋରି ଘଟଣା : କାର୍ଯ୍ୟରେ ଅବହେଳା ପାଇଁ ୩ ପୋଲିସ କର୍ମଚାରୀ ସସ୍‌ପେଣ୍ଡ
  • ||
  • ଖଲ୍ଲିକୋଟ : ଜମିଜମା ବିବାଦକୁ କେନ୍ଦ୍ରକରି ଗାଁରୁ ବାସନ୍ଦ, ନ୍ୟାୟ ଦାବିରେ ଜିଲ୍ଲାପାଳ ଅଫିସ୍ ସମ୍ମୁଖରେ ଆମରଣ ଅନଶନରେ ବସିଲେ ବୃଦ୍ଧ ଦମ୍ପତ୍ତି
  • ||
  • ଭୁବନେଶ୍ବର : ଦରଦାମ୍ ବୃଦ୍ଧି ପ୍ରତିବାଦ ସହ ବିଭିନ୍ନ ପ୍ରସଙ୍ଗକୁ ନେଇ ରାଜଭବନ ସମ୍ମୁଖରେ ବିଜେଡିର ଧାରଣା
  • ||
  • ଭୁବନେଶ୍ବର : ବିଧାନସଭା ଶୀତକାଳୀନ ଅଧିବେଶନ : ଶୋକ ପ୍ରସ୍ତାବ ଆଗତ କଲେ ମୁଖ୍ୟମନ୍ତ୍ରୀ
  • ||
  • ଧର୍ମଗଡ : ଝୁଲନ୍ତା ଅବସ୍ଥାରେ ମିଳିଲା ଯୁବକଙ୍କ ମୃତଦେହ, ମୃତ୍ୟୁର କାରଣ ଅସ୍ପଷ୍ଟ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୨୬୭ ମୃତ
  • ||

ଏସସିଓ ସମ୍ମିଳନୀରେ ପାକିସ୍ତାନ ଏନଏସଏ ଓ ଅଜିତ୍ ଡୋଭାଲଙ୍କ ମଧ୍ୟରେ ଦ୍ଵିପାକ୍ଷିକ ବୈଠକ ? ଜାଣନ୍ତୁ କ’ଣ କହିଲା ପାକିସ୍ତାନ

20/06/2021 at 4:15 PM

ନୂଆଦିଲ୍ଲୀ ୨୦।୦୬: ଭାରତର ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ୍ ଡୋଭାଲ ଦୁସାମ୍ବେରେ ହେବାକୁ ଥିବା ସାଙ୍ଘାଇ ସହଯୋଗ ସଂଗଠନ(ଏସଏସିଓ)ର ଯୋଗ ଦେବାକୁ ଆସନ୍ତା ସପ୍ତାହ ତାଜିକିସ୍ତାନ ଗସ୍ତ କରିବେ। ଏହି ବୈଠକ ଜୁନ ୨୩ ଓ ୨୪ ତାରିଖରେ ଅନୁଷ୍ଠିତ ହେବ। ଏହି ବୈଠକରେ ପାକିସ୍ତାନୀ ଏନଏସଏ ମୋଇଦ ୟୁସୁଫ ମଧ୍ୟ ଯୋଗ ଦେବେ। କିନ୍ତୁ ଏହାର ସମ୍ଭାବନା ଥିଲା ଯେ, ଦୁଇ ଦେଶର ଏନଏସଏ ମଧ୍ୟରେ ଦ୍ଵିପାକ୍ଷିକ ବୈଠକ ହେବ। କିନ୍ତୁ ଏମିତି କୌଣସି ବୈଠକ ହେଉନଥିବା କହିଛି ପାକିସ୍ତାନ।

କଳ୍ପନା ଜଳ୍ପନା ଉପରେ ବିରାମ ଲଗାଇ ପାକିସ୍ତାନର ଜାତୀୟ ସୁରକ୍ଷା ପରାମର୍ଶଦାତା ମୋଇଦ ୟୁସୁଫ କହିଛନ୍ତି, ଏସସିଓ ବୈଠକ ପୂର୍ବରୁ ଭାରତୀୟ ସମକକ୍ଷ ଅଜିତ୍ ଡୋଭାଲଙ୍କ ସହ ତାଙ୍କର ଦ୍ଵିପାକ୍ଷିକ ବୈଠକର କୌଣସି ସମ୍ଭାବନା ନାହିଁ।  ଚଳିତ ବର୍ଷ ଏସସିଓର ଅଧ୍ୟକ୍ଷତା ତାଜିକିସ୍ତାନ କରିବାକୁ ଯାଉଛି। ଏହା ପୂର୍ବରୁ ୨୦୨୦ ନଭେମ୍ଵରରେ ଏସସିଓ ଷ୍ଟେଟ୍ କାଉନସିଲର ପ୍ରମୁଖଙ୍କ ବୈଠକରେ ତାଜିକିସ୍ତାନ ଅଧ୍ୟକ୍ଷତା କରିଥିଲା।

ଏସସିଓର ସଦସ୍ୟ ଦେଶ ସଂଖ୍ୟା ୮। ଏଥିରେ ରୁଷ, ଚୀନ, ଭାରତ, ପାକିସ୍ତାନ ଓ ଚାର ମଧ୍ୟ ଏସିଆ ଦେଶ କଜାକିସ୍ତାନ, କିର୍ଗିସ୍ତାନ, ତାଜିକିସ୍ତାନ ଓ ଉଜବେକିସ୍ତାନ ସାମିଲ। ୨୦୧୭ରେ ଭାରତ ଓ ପାକିସ୍ତାନ ଆନୁଷ୍ଠାନିକ ଭାବେ ଏସସିଓର ପୂର୍ଣ୍ଣ ସଦସ୍ୟ ଭାବେ ସାମିଲ ହୋଇଥିଲେ।

ଗତ ବର୍ଷ ବୈଠକ ଅଧାରୁ ଉଠି ଆସିଥିଲେ ଡୋଭାଲ

ପାକିସ୍ତାନ ସଭାର ଏଜେଣ୍ଡା ଉଲ୍ଲଙ୍ଘନ କରି ଏକ କାଳ୍ପନିକ  ନକ୍ସା ଉପସ୍ଥାପନ ପରେ ଏନଏସଏ ଅଜିତ୍ ଡୋଭାଲ କ୍ଷୁବ୍ଧ ହୋଇଥିଲେ ଏବଂ ଭର୍ଚୁଆଲ ବୈଠକର ବିରୋଧ କରି ଉଠି ଆସିଥିଲେ।

   Related Posts