ମୃତ୍ୟୁ କେତେବେଳେ କେଉଁ ରୂପରେ ଆସିବ ତାହା କାହାକୁ ଜଣା ! ଭାଇରାଲ୍ ଭିଡିଓରେ ଦେଖନ୍ତୁ ପୁରା ଘଟଣା

Published By : Prameya-News7 Bureau | September 22, 2020 IST

ବିଲାସପୁର ୨୨/୦୯ : ମୃତ୍ୟୁ କିଭଳି କେଉଁ ମୁହୂର୍ତ୍ତରେ ଆସିବ ତାହା କେହି ମଧ୍ୟ କହିପାରିବେନି । ମୃତ୍ୟୁ ଯେବେ କାହିଁକି ଆସେନି । ଏହିଭଳି ଏକ ଘଟଣା ଘଟିଛି ହିମାଚଳ ପ୍ରଦେଶ ବିଲାସପୁର ଜିଲ୍ଲାରେ । ଘଟଣା ସେପ୍ଟେମ୍ବର ୨୦ ତାରିଖର । ବିଲାସପୁର ଜିଲ୍ଲା ନାମହୋଲ ଅଞ୍ଚଳର ଏକ ଭିଡିଓ ସାମ୍ନାକୁ ଆସିଛି ଯାହା ସୋସିଆଲ ମିଡ଼ିଆରେ ଖୁବ ଭାଇରାଲ ହେଉଛି । ବିଜୁଳି ଲାଇନ ପାଇଁ ଗଛ କଟା ଯାଉଥିଲା । ଗଛର ଏକ ଡାଳ ପଡିବାରୁ ଜଣେ ବିଜୁଳି କର୍ମଚାରୀଙ୍କ ମୃତ୍ୟୁ ହୋଇଯାଇଛି । ଗଛର ଗୋଟିଏ ଡାଳ ବିଜୁଳି କର୍ମଚାରୀଙ୍କ ଉପରେ ପଡିଥିଲା ।

wp:core-embed/youtube {"url":"https://www.youtube.com/embed/gZzbxJWtzuI","type":"rich","providerNameSlug":"embed-handler","className":"wp-embed-aspect-16-9 wp-has-aspect-ratio"}
https://www.youtube.com/embed/gZzbxJWtzuI
/wp:core-embed/youtube

ଗଛ ସହ ବିଜୁଳି ତାର ମଧ୍ୟ ଲାଗିଥିଲା । ବିଜୁଳି ବିଭାଗ ଗଛ କାଟିବାକୁ ବନ ବିଭାଗ ଠାରୁ ଅନୁମତି ଆଣିଥିଲା । ଜଣେ ବ୍ୟକ୍ତି ଗଛ ଡାଳ କାଟୁଥିଲେ । ସେତେବେଳେ ବିଜୁଳି କର୍ମଚାରୀ ତଳେ ଛିଡା ହୋଇଥିଲେ । କଟାଯାଇଥିବା ଡାଳ ସିଧା ବିଜୁଳି ବିଭାଗ କର୍ମଚାରୀଙ୍କ ଉପରେ ପଡିଥିଲା । ଫଳରେ ସେ ଗୁରୁତର ଆହତ ହୋଇଥିଲେ । ତାଙ୍କୁ ତୁରନ୍ତ ହସ୍ପିଟାଲ ନିଆଯାଇଥିଲା । କିନ୍ତୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.