ବିଲରୁ ଚାଷୀଙ୍କ ମୃତଦେହ ଉଦ୍ଧାର
9/07/2020 at 6:06 PM

ବୌଦ୍ଧ୯/୭: ଚାଷୀଙ୍କ ମୃତଦେହ ଉଦ୍ଧାର। ବୌଦ୍ଧ ଜିଲ୍ଲା ପୁରୁଣାକଟକ ଥାନା ଅନ୍ତର୍ଗତ ତିଳେଶ୍ୱର ଗାଁ ପାଖରେ ଥିବା ଏକ ବିଲରୁ ଜଣେ ଚାଷୀଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତ ଚାଷୀ ଜଣଙ୍କ ହେଲେ ନରେନ୍ଦ୍ର ଡାଙ୍ଗ। ମିଳିଥିବା ସୂଚନା ଅନୁସାରେ, ଗୁରୁବାର ସକାଳେ ନରେନ୍ଦ୍ର ଚାଷ କାମ କରିବା ପାଇଁ ବିଲକୁ ଯାଇଥିଲେ। ତେବେ ବିଲରୁ ଫେରିବା ସମୟ ବିଳମ୍ବ ହୋଇଥିଲା। ଏ ନେଇ ପରିବାର ଲୋକେ ଖୋଜା ଖୋଜି କରିଥିଲେ। ବହୁ ଖୋଜାଖୋଜି କରିବା ପରେ ବିଲରୁ ତାଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଏହି ଘଟଣା ସଂପର୍କରେ ପୋଲିସ୍ ଖବର ପାଇବା ପରେ ଘଟଣାସ୍ଥଳରେ ପହଁଞ୍ଚି ମୃତଦେହକୁ ଜବତ କରିଛି।
Related Posts
ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କୁ ଆକ୍ରମଣ ଉଦ୍ୟମ
17 January 2021