Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୫ ଜଣଙ୍କ ଜୀବନ
  • ||
  • ମିଲରେ ଅଗ୍ନିକାଣ୍ଡ: ଜୀବନ ବଞ୍ଚାଇବାକୁ ବିଲଡିଂରୁ ଡେଇଁପଡିଥିଲେ ଶ୍ରମିକ, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୩୪୦ କୋଭିଡ୍ ପଜିଟିଭ୍
  • ||
  • ଲଖିମପୁର ହିଂସା ମାମଲାରେ ସଂଯୁକ୍ତ କିଷାନ ମୋର୍ଚ୍ଚାର ରେଳରୋକ, ୬ ଘଣ୍ଟିଆ ଆନ୍ଦୋଳନ ପାଇଁ ୧୪୪ ଧାରା
  • ||
  • ଫୁଲୁଛି ଜଳକା ନଦୀ, ବିପଦ ସଙ୍କେତ ଉପରେ ଜଳସ୍ତର
  • ||
  • ଚାଲାଣ ବେଳେ ୩୯ ଶ୍ରମିକ ଉଦ୍ଧାର, ଦାଦନ ଖଟିବାକୁ ଯାଉଥିଲେ ବିଜୟନଗରମ୍
  • ||
  • ବଙ୍ଗୋପସାଗରରେ ଟ୍ରପ୍ ଲାଇନ, ୪ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ଏଯାଏଁ ମିଳୁନି ବାପା-ପୁଅଙ୍କ ପତ୍ତା, ରବିବାର ନାଗାବଳୀରେ ଭାସି ଯାଇଥିଲେ ଉଭୟ
  • ||

୨୦୧୯ରୁ ଡିଭୋର୍ସ ପାଇଁ ଓକିଲଙ୍କ ସହ ପରାମର୍ଶ କରୁଥିଲେ ମିଲିଣ୍ଡା, ବିଲ୍-ଏପଷ୍ଟିନଙ୍କ ବାରମ୍ବାର ସାକ୍ଷାତ ଖବର ଆସିବା ପରେ ଗେଟ୍ସ ଦମ୍ପତିଙ୍କ ବୈବାହିକ ଜୀବନରେ ଉଠିଥିଲା ଝଡ

10/05/2021 at 12:56 PM

ନ୍ୟୁୟର୍କ, ୧୦/୦୫ :  ମାଇକ୍ରୋସଫ୍ଟର ପ୍ରତିଷ୍ଠାତା ବିଲ୍ ଗେଟସ୍ ଓ ତାଙ୍କ ପତ୍ନୀ ମିଲିଣ୍ଡା ଅଲଗା ହେବା ନେଇ ନିଷ୍ପତ୍ତି ନେଇଛନ୍ତି । ଉଭୟ ବିବାହର ୨୭ ବର୍ଷ ପରେ ଉଭୟ ଛାଡପତ୍ର ନେଇ ସହମତି ପ୍ରକାଶ କରିଥିଲେ । ଉଭୟ ମିଳିତ ଭାବେ ବୟାନ ଜାରି କରି ଏନେଇ ସୂଚନା ଦେଇଥିଲେ । ଏବେ କିନ୍ତୁ ଉଭୟଙ୍କ ବିବାହ ବିଚ୍ଛେଦକୁ ନେଇ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି ।

ଦି ଓ୍ୱାଲ ଷ୍ଟ୍ରିଟ୍ ଜର୍ଣ୍ଣାଲ ରିପୋର୍ଟ ଅନୁସାରେ, ମିଲିଣ୍ଡା ୨୦୧୯ ଅକ୍ଟୋବର ମାସରୁ ହିଁ ବିବାହ ବିଚ୍ଛେଦ ପାଇଁ ଆଇନଜୀବୀଙ୍କ ସହ କଥା ହୋଇଥିଲେ । ଏହି ସମୟରେ ବିଲ୍ ଗେଟ୍ସଙ୍କ ସହ ଜେଫ୍ରେ ଏପଷ୍ଟିନଙ୍କ ସମ୍ପର୍କ ନେଇ ପ୍ରଶ୍ନ ଉଠିଥିଲା । ମିଲିଣ୍ଡା କହିଥିଲେ ଯେ, ୨୦୧୯ରେ ହିଁ ତାଙ୍କ ବିବାହ ଏକ ପ୍ରକାର ଶେଷ ହୋଇଥିଲା ।

ବିଲ ଗେଟ୍ସ ଏପଷ୍ଟିନଙ୍କ ସହ ୨୦୧୩ରେ ଏକ ବିମାନ ଯାତ୍ରା ବେଳେ ପରିଚିତ ହୋଇଥିଲେ । ଉଭୟ ନ୍ୟୁ ଜର୍ସିରୁ ପାଲ୍ ବିଚ୍ ଯାଏଁ ଉଡାଣ ଭରିଥିଲେ । ଏହି ସମୟରେ ଅନେକ ଥର ନ୍ୟୁୟର୍କ ଟାଇମ୍ସ ପକ୍ଷରୁ ବିଲ୍ ଗେଟ୍ସ ଓ ଏପଷ୍ଟିନଙ୍କ ସମ୍ପର୍କକୁ ନେଇ ଖବର ପ୍ରକାଶ ପାଇଥିଲା । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଯେ ଏପଷ୍ଟିନ ୨୦୦୮ରେ ଦେହବ୍ୟବସାୟ ମାମଲାରେ ୧୮ ମାସ ଜେଲରେ ରହିଥିଲେ ।

ମିଲିଣ୍ଡା ଓକିଲଙ୍କ ନିକଟରେ କହିଥିଲେ ଯେ, ତାଙ୍କୁ ନଜଣାଇ ବିଲ୍ ଗେଟ୍ସ ଓ ବିଲ୍ ମିଲିଣ୍ଡା ଗେଟ୍ସ ଫାଉଣ୍ଡେସନର ଅନେକ କର୍ମଚାରୀ ଏପଷ୍ଟିନଙ୍କ ସଙ୍ଗଠନ ସହ ଯୋଗାଯୋଗରେ ରହିଥିଲେ । କିନ୍ତୁ ପରେ ଅଗଷ୍ଟ ୨୦୧୯ରେ ଏପଷ୍ଟିନଙ୍କ ମୃତ୍ୟୁ ହୋଇଥିଲେ । ସେ ମ୍ୟାନହାଟନ୍ ଜେଲରେ ଆତ୍ମହତ୍ୟା କରି ଜୀବନ ହାରିଥିଲେ ।

ବିଲ୍ ଗେଟ୍ସ କିନ୍ତୁ ଏପଷ୍ଟିନଙ୍କ ସହ ଥିବା ବ୍ୟବସାୟୀକ ସମ୍ପର୍କକୁ ଖାରଜ କରିଦେଇଥିଲେ । ଏପଷ୍ଟିନଙ୍କୁ ସେ ଥରେ ଦୁଇଥର ଭେଟିଥିବା କିନ୍ତୁ କୌଣସି ବ୍ୟବସାୟ ଜନିତ କଥାବାର୍ତ୍ତା କିମ୍ବା ବନ୍ଧୁତା ନଥିବା ସଫେଇ ଦେଇଥିଲେ ।  

ସୂଚନାଯୋଗ୍ୟ, ବିଲ୍ ଗେଟସ୍ ଓ ମିଲିଣ୍ଡା ୧୯୮୭ରେ ନ୍ୟୁୟର୍କରେ ପ୍ରଥମେ ପରସ୍ପରକୁ ଭେଟିଥିଲେ । ଏହାପରେ ଉଭୟଙ୍କ ସମ୍ପର୍କ ଘନିଷ୍ଠ ହେବାରେ ଲାଗିଥିଲା । କିଛି ବର୍ଷ ପରେ ସେମାନେ ୧୯୯୩ରେ ନିର୍ବନ୍ଧ କରିଥିଲେ । ଏହାପରେ ୧୯୯୪ରେ ବିବାହ ସମ୍ପନ୍ନ ହୋଇଥିଲା । ଗତ ୩ ତାରିଖରେ ମାଇକ୍ରୋସଫ୍ଟର ପ୍ରତିଷ୍ଠାତା ବିଲ୍ ଗେଟସ୍ ଓ ତାଙ୍କ ପତ୍ନୀ ମିଲିଣ୍ଡା ଅଲଗା ହେବା ନେଇ ନିଷ୍ପତ୍ତି ନେଇଥିଲେ । ଉଭୟ ବିବାହର ୨୭ ବର୍ଷ ପରେ ଉଭୟ ଛାଡପତ୍ର ନେଇ ସହମତି ପ୍ରକାଶ କରିଛନ୍ତି । ଉଭୟ ମିଳିତ ଭାବେ ବୟାନ ଜାରି କରି ଏନେଇ ସୂଚନା ଦେଇଥିଲେ ।

ଉଭୟ ମିଳିତ ଭାବେ ବୟାନ ଜାରି କରି କହିଥିଲେ ଯେ, ବହୁତ ଆଲୋଚନା ଓ ସମ୍ପର୍କକୁ ନେଇ ଏକାଠି ରହିବା ପରେ ଏବେ ବିବାହ ବିଚ୍ଛେଦ କରିବା ପାଇଁ ନିଷ୍ପତ୍ତି ନେଇଛୁ । ଗତ ୨୭ ବର୍ଷରେ ସେମାନେ ୩ଜଣ ସନ୍ତାନଙ୍କୁ ବଡ କରିଛନ୍ତି । ସେମାନେ ଏକ ଫାଉଣ୍ଡେସନ୍ ମଧ୍ୟ ଗଠନ କରିଛନ୍ତି ଯାହା ସାରା ବିଶ୍ୱର ଲୋକଙ୍କ ସ୍ୱାସ୍ଥ୍ୟ ଉପରେ କାମ କରିଥାଏ । ଆଗକୁ ମଧ୍ୟ ସେମାନେ ଏପରି କାମ କରିବେ । କିନ୍ତୁ ଆଗାମୀ ଦିନରେ ସେମାନେ ଆଉ ପତି ପତ୍ନୀ ଭାବେ ରହିବାକୁ ଚାହୁଁ ନାହାଁନ୍ତି । ତେଣୁ ଜନତା ସେମାନଙ୍କ ପରିବାରକୁ କିଛି ସ୍ପେସ୍ ଓ ପ୍ରାଇଭେସୀ ଦିଅନ୍ତୁ ବୋଲି ଉଭୟ ନିବେଦନ କରିଥିଲେ।

   Related Posts