Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେରଳରେ ଭୀଷଣ ବର୍ଷା: ୫ ଜିଲ୍ଲାରେ ବନ୍ୟା ପରିସ୍ଥିତି, ଭୂସ୍ଖଳନରେ ଜଣେ ମୃତ, ୧୨ ନିଖୋଜ
  • ||
  • ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କୁ ଡେଙ୍ଗୁ, ସ୍ବାସ୍ଥ୍ୟବସ୍ଥାରେ ଆସୁଛି ସୁଧାର
  • ||
  • କାମେଶ୍ୱର ମନ୍ଦିରରୁ ଚୋରି, ଦାନବାକ୍ସ ଭାଙ୍ଗି ଟଙ୍କା ଲୁଟିନେଲେ ଦୁର୍ବୃତ୍ତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୩୫୮ କୋଭିଡ୍ ପଜିଟିଭ୍
  • ||
  • ନବୀନ @ ୭୬, ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦୀ
  • ||
  • ୭୬ ବର୍ଷରେ ପାଦ ଦେଲେ ନବୀନ, କରୋନା ମହାମାରୀ ପାଇଁ ପାଳିବେନି ଜନ୍ମଦିନ
  • ||
  • ଶାରଦୀୟ ଦୁର୍ଗାପୂଜା ଶେଷ, ଶନିବାର ଧରାପୃଷ୍ଠରୁ ବିଦାୟ ନେବେ ମା
  • ||
  • ହାଟରୁ ଫେରୁଥିବା ବେଳେ ବୃଦ୍ଧାଙ୍କୁ ଗଣଦୁଷ୍କର୍ମ, ଘରେ ଛାଡିଦେବେ କହି ଇଜ୍ଜତ ଲୁଟିଲେ ୮ ସଇତାନ
  • ||
  • କଟକ : କଟକରେ ଏନ୍‌କାଉଣ୍ଟର, ଦୁର୍ଦ୍ଦାନ୍ତ ଅପରାଧୀ ରାକେଶ ଆହତ
  • ||

ଅଲଗା ହେବେ ବିଲ୍ ଗେଟ୍ସ ଓ ମିଲିଣ୍ଡା, ବିବାହର ୨୭ ବର୍ଷ ପରେ ପରସ୍ପରକୁ ଦେବେ ଛାଡପତ୍ର

4/05/2021 at 7:32 AM

ନ୍ୟୁୟର୍କ, ୦୫।୦୫: ମାଇକ୍ରୋସଫ୍ଟର ପ୍ରତିଷ୍ଠାତା ବିଲ୍ ଗେଟସ୍ ଓ ତାଙ୍କ ପତ୍ନୀ ମିଲିଣ୍ଡା ଅଲଗା ହେବା ନେଇ ନିଷ୍ପତ୍ତି ନେଇଛନ୍ତି । ଉଭୟ ବିବାହର ୨୭ ବର୍ଷ ପରେ ଉଭୟ ଛାଡପତ୍ର ନେଇ ସହମତି ପ୍ରକାଶ କରିଛନ୍ତି । ଉଭୟ ମିଳିତ ଭାବେ ବୟାନ ଜାରି କରି ଏନେଇ ସୂଚନା ଦେଇଛନ୍ତି ।

ଉଭୟ ମିଳିତ ଭାବେ ବୟାନ ଜାରି କରି କହିଛନ୍ତି ଯେ, ବହୁତ ଆଲୋଚନା ଓ ସମ୍ପର୍କକୁ ନେଇ ଏକାଠି ରହିବା ପରେ ଏବେ ବିବାହ ବିଚ୍ଛେଦ କରିବା ପାଇଁ ନିଷ୍ପତ୍ତି ନେଇଛୁ । ଗତ ୨୭ ବର୍ଷରେ ସେମାନେ ୩ଜଣ ସନ୍ତାନଙ୍କୁ ବଡ କରିଛନ୍ତି । ସେମାନେ ଏକ ଫାଉଣ୍ଡେସନ୍ ମଧ୍ୟ ଗଠନ କରିଛନ୍ତି ଯାହା ସାରା ବିଶ୍ୱର ଲୋକଙ୍କ ସ୍ୱାସ୍ଥ୍ୟ ଉପରେ କାମ କରିଥାଏ । ଆଗକୁ ମଧ୍ୟ ସେମାନେ ଏପରି କାମ କରିବେ । କିନ୍ତୁ ଆଗାମୀ ଦିନରେ ସେମାନେ ଆଉ ପତି ପତ୍ନୀ ଭାବେ ରହିବାକୁ ଚାହୁଁ ନାହାଁନ୍ତି । ତେଣୁ ଜନତା ସେମାନଙ୍କ ପରିବାରକୁ କିଛି ସ୍ପେସ୍ ଓ ପ୍ରାଇଭେସୀ ଦିଅନ୍ତୁ ବୋଲି ଉଭୟ ନିବେଦନ କରିଛନ୍ତି ।

ସୂଚନାଯୋଗ୍ୟ. ବିଲ୍ ଗେଟସ୍ ଓ ମିଲିଣ୍ଡା ୧୯୮୭ରେ ନ୍ୟୁୟର୍କରେ ପ୍ରଥମେ ପରସ୍ପରକୁ ଭେଟିଥିଲେ । ଏହାପରେ ଉଭୟଙ୍କ ସମ୍ପର୍କ ଘନିଷ୍ଠ ହେବାରେ ଲାଗିଥିଲା । କିଛି ବର୍ଷ ପରେ ସେମାନେ ୧୯୯୩ରେ ନିର୍ବନ୍ଧ କରିଥିଲେ । ଏହାପରେ ୧୯୯୪ରେ ବିବାହ ସମ୍ପନ୍ନ ହୋଇଥିଲା ।

   Related Posts