Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଚନ୍ଦ୍ରଯାନ-୨ ଆଶା ଉଜ୍ଜୀବିତ:ଚନ୍ଦ୍ରପୃଷ୍ଟରେ ସୁରକ୍ଷିତ ଅଛି ବିକ୍ରମ ଲ୍ୟାଣ୍ଡର

9/09/2019 at 6:29 PM

ନୂଆଦିଲ୍ଲୀ ୯।୯- ଆଶା ରଖିଛି ଇସ୍ରୋ । ସୁରକ୍ଷିତ ଅଛି ବିକ୍ରମ ଲ୍ୟାଣ୍ଡର ।ହାର୍ଡ ଲ୍ୟାଣ୍ଡିଂ ପରେ ଏହା ଚନ୍ଦ୍ରପୃଷ୍ଠରେ ପଡ଼ି ରହିଥିଲେ ମଧ୍ୟ ଏହାର କୌଣସି ଅଂଶ କ୍ଷତି ହୋଇନଥିବା ଇସ୍ରୋ ପକ୍ଷରୁ ସୂଚନା ଦିଆଯାଇଛି । ବିକ୍ରମ ଲ୍ୟାଣ୍ଡର ଭିତରେ ଥିବା ରୋଭର ପ୍ରଜ୍ଞା ମଧ୍ୟ ସଂପୂର୍ଣ୍ଣ ସୁରକ୍ଷିତ ଥିବା କୁହାଯାଉଛି । ଆଉ ଏହା ସହ ଯୋଗାଯୋଗ ସ୍ଥାପନ ପାଇଁ ଲଗାତର ଉଦ୍ୟମ ଜାରି ରହିଛି ।

ବିକ୍ରମ ଲ୍ୟାଣ୍ଡର ସୁରକ୍ଷିତ ।ଏହାର କୌଣସି କ୍ଷୟକ୍ଷତି ହୋଇନାହିଁ । ଯୋଗାଯୋଗ ପାଇଁ ଚାଲିଛି ଉଦ୍ୟମ ।ବିକ୍ରମ ଲ୍ୟାଣ୍ଡର ସହିତ ଯୋଗାଯୋଗ ସ୍ଥାପନ ପାଇଁ ଦିନରାତି ଏକ କରିଦେଇଛନ୍ତି । ଇସ୍ରୋର ବୈଜ୍ଞାନିକ। କାରଣ ଲ୍ୟାଣ୍ଡର ବିକ୍ରମ ଏବଂ ରୋଭର ପ୍ରଜ୍ଞାର ଜୀବନ କାଳ ଗୋଟିଏ ଲୁନାର ଡେ’ ବା ୧୪ ଦିନ ।ଶନିବାର ଭୋରରୁ ଚନ୍ଦ୍ରପୃଷ୍ଠର ୨.୧ କିଲୋମିଟର ଉପରୁ ଲ୍ୟାଣ୍ଡର ବିକ୍ରମ ସହ ଯୋଗାଯୋଗ ବିଚ୍ଛିନ୍ନ ହୋଇଥିଲା ।ଯେଉଁ ସ୍ଥାନରେ ଏହା ଲ୍ୟାଣ୍ଡର କରିବାର ଥିଲା ତାହାରି ନିକଟରେ ଲ୍ୟାଣ୍ଡ କରିଛି । ତେବେ ଲ୍ୟାଣ୍ଡର ବିକ୍ରମ ଗୋଟିଏ ଭାଗରେ ଅଛି ଏବଂ ଏହା ଖଣ୍ଡ ଖଣ୍ଡ ହୋଇନାହିଁ ବୋଲି ଜଣାପଡ଼ିଛି ।

 ଅର୍ବିଟର, ଲ୍ୟାଣ୍ଡର ବିକ୍ରମ ଏବଂ ରୋଭର ପ୍ରଜ୍ଞାକୁ ନେଇ ଚନ୍ଦ୍ରଯାନ-୨ ଗଠିତ । ତେବେ ଚନ୍ଦ୍ରପୃଷ୍ଠରେ ଓହ୍ଲାଇବାର ୧୪ ଦିନ ଭିତରେ ହିଁ ଲ୍ୟାଣ୍ଡର ବିକ୍ରମ ଏବଂ ରୋଭର ପ୍ରଜ୍ଞା କାର୍ଯ୍ୟ  କରିପାରିବ । ଏହି ସ୍ବଳ୍ପ ସମୟ ଭିତରେ ଯୋଗାଯୋଗ ହେବା ଆଶା ଖୁବ୍‌ କମ୍‌ ବୋଲି ଇସ୍ରୋର ଜଣେ ବୈଜ୍ଞାନିକ କହିଛନ୍ତି । ଯଦି ଏହା ସଫ୍‌ଟ ଲ୍ୟାଣ୍ଡିଂ କରିଥାନ୍ତା ଏବଂ ସବୁ ଯନ୍ତ୍ରପାତି ଠିକ୍‌ଠାକ୍‌ ଥିବ ତେବେ ଯୋଗାଯୋଗ ସମ୍ଭବ ହୋଇପାରିବ ।

ଲ୍ୟାଣ୍ଡର ବିକ୍ରମରେ ଲାଗିଥିବା କ୍ୟାମେରା ବର୍ତ୍ତମାନ ପର୍ଯ୍ୟନ୍ତ ଚନ୍ଦ୍ର ଅଭିଯାନରେ ବ୍ୟବହାର ହୋଇଥିବା ସବୁଠାରୁ ଶକ୍ତିଶାଳୀ କ୍ୟାମେରା । ଗତକାଲି ଅର୍ବିଟର, ଲ୍ୟାଣ୍ଡର ବିକ୍ରମର ଥର୍ମାଲ ଫଟୋ ପଠାଇଥିଲା ।ତେଣୁ ଆଗକୁ ଏହା ଉପରେ ଇସ୍ରୋ ସ୍ପଷ୍ଟ କରିବାକୁ ଅପେକ୍ଷା କରାଯାଇଛି।

   Related Posts