ମହିଳା ଆଇନଜୀବୀ ଦୀପାଳିଙ୍କୁ ପୁରୁଷ ବନ୍ଧୁ ମାରିଛି - କହିଲେ ଦୀପାଳିଙ୍କ ଭଉଣୀ

Published By : Prameya-News7 Bureau | October 22, 2019 IST

ଭୁବନେଶ୍ୱର - ମହିଳା ଆଇଜୀବୀ ଦୀପାଳିଙ୍କର ସନ୍ଦେହ ଜନକ ମୃତ୍ୟୁ ଘଟଣା । ପୁରୁଷ ବନ୍ଧୁ ବିକ୍ରମ ହିଁ ଦୀପାଳିଙ୍କୁ ମାରିଛି ବୋଲି ତାଙ୍କର ରଦୁଇ ଭଉଣୀ କହିଛନ୍ତି । କସ୍‌ମେଟିକ୍‌ ବ୍ୟବସାୟୀ ବିକ୍ରମ ମିଶ୍ରଙ୍କ ସହ ତାଙ୍କର ବାହାଘର ଠିକ୍‌ ହୋଇଥିଲା । ସେ ଦୀପାଳି ରହୁଥିବା ଭଡା ଘରକୁ ଯିବା ଆସିବା କରୁଥିଲେ । ଦୀପାଳିଙ୍କର ମୃତଦେବ ନିକଟରୁ ମଦ ସହ ସିଗାରିଟ୍‌ ଜବତ ହୋଇଛି । ସେହି ରାତିରେ ପୁରୁଷ ବନ୍ଧୁ ତାଙ୍କ ସହ ଥିଲା ।

ଦୀପାଳିଙ୍କୁ ପୁରୁଷ ବନ୍ଧୁ ବିକ୍ରମ ମରିବା ପାଇଁ ବାଧ୍ୟ କରିଛି ନହେଲେ ମାରିଛି ବୋଲି ଦୀପାଳିଙ୍କ ଭଉଣୀ କହିଛନ୍ତି ।

wp:core-embed/youtube {"url":"https://www.youtube.com/watch?v=l2oHJYCxkPo","type":"video","providerNameSlug":"youtube","className":"wp-embed-aspect-16-9 wp-has-aspect-ratio"}
https://www.youtube.com/watch?v=l2oHJYCxkPo
/wp:core-embed/youtube

ଦୀପାଳିଙ୍କ ସାନ ଭଉଣୀ ଅନୁସାରେ ସେ ଦିନ ବିକ୍ରମ ସାଥୀରେ ଥିଲା । ବାରମ୍ବାର ଫୋନ୍‌ କଲେ ମଧ୍ୟ ଉଠାଉ ନଥିଲା। ମାତ୍ର ରାତି ସାଢେ ଗୋଟାଏରେ ଦୀପାଳି ଆତ୍ମହତ୍ୟା କରିଥିବା କଥା କହିଥିଲା ।ଦୀପାଳି ଆଇନଜୀବୀ ହୋଇଥିବାରୁ ମାନସିକ ଭାବେ ବେଶ୍‌ ସୁଦୃଢ । ସେ ଅନ୍ୟଙ୍କୁ ବୁଝାଏ ଏପରି କରି ନଥିବ ବୋଲି ଦୀପାଳିଙ୍କ ସାନ ଭଉଣୀ କହିଛନ୍ତି ।

ସେହିପରି ବଡ ଭଉଣୀ ଦୀପାଳିଙ୍କୁ ବିକ୍ରମ ହିଁ ମାରି ଦେଇଛି ବୋଲି କହିଛନ୍ତି । ଦୀପାଳିକୁ ଯିଏ ମାରିଛି ତାଙ୍କୁ ଉପଯୁକ୍ତ ଶାସ୍ତି ମିଳୁ ବୋଲି ସେ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.