ହରିଦାସପୁରରେ ନିର୍ଦ୍ୱନ୍ଦ୍ୱରେ ସରପଞ୍ଚ ନିର୍ବାଚିତ ହେଲେ ବିକ୍ରମ ବିଶ୍ୱାଳ

Published By : Prameya-News7 Bureau | January 26, 2022 IST

ଚଣ୍ଡିଖୋଲ, ୨୬/୦୧:   ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଚଳଚଞ୍ଚଳ ଗାଁ ରାଜନୀତି।  ହେଲେ ନିର୍ବାଚନ ପୂର୍ବରୁ ସରପଞ୍ଚ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ।  ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ହରିଦାସପୁର ପଞ୍ଚାୟତ  ସରପଞ୍ଚ ଭାବେ ବିକ୍ରମ ବିଶ୍ଵାଳ ନିର୍ବାଚିତ ହୋଇଛନ୍ତି ।

ଧର୍ମଶାଳା ବିଜେଡିର ସମର୍ଥିତ ପ୍ରାର୍ଥୀ ଭାବେ ବିକ୍ରମ ବିଶ୍ଵାଳ ସରପଞ୍ଚ ନାମାଙ୍କନ ଦାଖଲ କରିଥିଲେ ।  ପଞ୍ଚାୟତରୁ ମଧ୍ୟ ଅନ୍ୟମାନେ ପ୍ରାର୍ଥୀ ପତ୍ର ଦାଖଲ କରିଥିବା ବେଳେ. ମଙ୍ଗଳବାର ଅନ୍ୟମାନେ ନାମାଙ୍କନ ପ୍ରତ୍ୟାହାର କରି ନେଇଥିଲେ । ଚୂଡାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବା ପରେ ହରିଦାସପୁରରେ ଏକ ମାତ୍ର ସରପଞ୍ଚ ପ୍ରାର୍ଥୀ ଭାବେ ବିକ୍ରମ ବିଶ୍ଵାଳ ମଇଦାନରେ ରହିଥିବା ବେଳେ ସେ ସରପଞ୍ଚ ଭାବେ ନିର୍ବାଚିତ ହୋଇଛନ୍ତି ।

ଏନେଇ ସ୍ଥାନୀୟ ଅଞ୍ଚଳବାସୀ ସରପଞ୍ଚଙ୍କୁ ଉତ୍ତରୀୟ ଓ ଫୁଲତୋଡ଼ା ଦେଇ ସ୍ୱାଗତ କରିଥିଲେ।  ପଞ୍ଚାୟତବାସୀଙ୍କ ଭଲ ପାଇବା ତାଙ୍କୁ ସରପଞ୍ଚ ଭାବେ ନିର୍ବାଚିତ କରିଥିବାରୁ  ଧନ୍ୟବାଦ ଜଣାଇବା ସହ ଆଗାମୀ ଦିନରେ ମୌଳିକ ସମସ୍ୟା ଦିଗରେ ପଦକ୍ଷେପ ନେବା ସହ ହରିଦାସପୁର କୁ ଆଦର୍ଶ ପଂଚାୟତ ଭାବେ ଗଢି ତୋଳିବାକୁ ଲକ୍ଷ୍ୟ ରଖିଥିବା ବିକ୍ରମ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.