ଏହି ରେଷ୍ଟୁରାଣ୍ଟରେ ବିକିନି ପିନ୍ଧି ଖାଇବା ପରଷିଥାଆନ୍ତି ଯୁବତୀମାନେ : ଜାଣନ୍ତୁ କେଉଁଠି
4/06/2019 at 2:52 PM

ଆଜିକାଲି ଏକ ରେଷ୍ଟୁରାଣ୍ଟରେ ବିକିନି ପିନ୍ଧିଥିବା ଯୁବତୀଙ୍କ ଫଟୋ ସୋଶିଆଲ ମିଡିଆରେ ଭାଇରାଲ ହେବାକୁ ଲାଗିଛି। ଏହି ରେଷ୍ଟୁରାଣ୍ଟ ତାଇଓ୍ବାନର ତାଇପେଇରେ। ଏହାର ନାଁ ହଟ୍ ପଟ୍।

ଏହି ରେଷ୍ଟୁରାଣ୍ଟର ଖାସ୍ କଥା ହେଉଛି ଏହା ଯେ ଏଠାରେ ବିକିନି ପିନ୍ଧିଥିବା ଯୁବତୀମାନେ ଖାଇବା ପରଷିଥାଆନ୍ତି। ଏହାର ମାଲିକମାନେ ଭାବିଥିଲେ ଯେ ସେମାନଙ୍କୁ ମାର୍କେଟିଙ୍ଗର ଆବଶ୍ୟକତା ରହିଛି,ଫଳରେ ସେମାନଙ୍କ ଗ୍ରାହକଙ୍କ ସଂଖ୍ୟା ବୃଦ୍ଧି ପାଉ। ସେତେବେଳେ ତାଙ୍କ ମନକୁ ଏହିଭଳି ଏକ ରେଷ୍ଟୁରାଣ୍ଟ ଖୋଲିବାର ଆଇଡିଆ ଆସିଥିଲା ଏବଂ ସେମାନେ ୫ଜଣ ମଡେଲଙ୍କୁ ଏହି କାମ ପାଇଁ ରଖିଥିଲେ।

ଏହି ଯୁବତୀମାନେ ବିକିନି ପିନ୍ଧି ଲୋକଙ୍କୁ ଖାଇବା ପରଷିଥାଆନ୍ତି। ରେଷ୍ଟୁରାଣ୍ଟର ମାଲିକମାନେ ଯେତିକି ଆଶା କରିଥିଲେ ଏହି କୈାଶଳ ତାଙ୍କ ଆଶାଠୁ ଅଧିକ ସଫଳ ସାବ୍ୟସ୍ତ ହୋଇଥିଲା। ଆଜିକାଲି ସୋଶିଆଲ ମିଡିଆରେ ବିଭିନ୍ନ ପ୍ରକାରର ରେଷ୍ଟୁରାଣ୍ଟ ବିଷୟରେ ଚର୍ଚ୍ଚା ହେଉଛି। ପ୍ରଶାସନର କହିବାନୁସାରେ ଏହି ରେଷ୍ଟୁରାଣ୍ଟ ଚୀନର ସଂସ୍କୃତିକୁ ଅଶ୍ଳୀଳ ଭାବେ ଦର୍ଶାଇଛି।