Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଯୁବ ମୋର୍ଚ୍ଚା ନେତାଙ୍କୁ ମାଡ଼ ଘଟଣାରେ ପ୍ରତିବାଦ, ମୁଖ୍ୟମନ୍ତ୍ରୀଙ୍କ କୁଶ ପୁତ୍ତଳିକା ଦାହ କଲା ବିଜେପି
  • ||
  • କାର୍ତ୍ତିକ ମାସର ପ୍ରଥମ ସୋମବାରରେ ଧବଳେଶ୍ଵର ପୀଠରେ ୧୪୪ ଧାରା ଜାରି
  • ||
  • ଭୁବନେଶ୍ବର : ମନୀଷ ଅନୁରାଗ ମୃତ୍ୟୁ ମାମଲା : ବଦଳିଲେ ତମାଣ୍ଡୋ ଥାନା IIC, ଚନ୍ଦକା ଥାନାର ସବ୍ ଇନ୍ସପେକ୍ଟର ତୁଲାଇବେ ଦାୟିତ୍ବ
  • ||
  • ଭୁବନେଶ୍ବର : ମନୀଷ ଅନୁରାଗ ମୃତ୍ୟୁ ମାମଲା, କନେଷ୍ଟବଳ ପ୍ରସନ୍ନ ବେହେରା ନିଲମ୍ବିତ
  • ||
  • ଜଗତସିଂହପୁର : ଦେବୀ ନଦୀରେ ବୁଡି ୫ମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ, ଅନ୍ୟ ୩ଜଣ ଉଦ୍ଧାର
  • ||
  • ବ୍ରହ୍ମପୁର : ବ୍ରହ୍ମପୁରରେ ସ୍ବର୍ଣ୍ଣିମ ବିଜୟ ବର୍ଷ ପାଳିତ, ପୋଲିସ ରିଜର୍ଭ ଗ୍ରାଉଣ୍ଡରେ ପହଞ୍ଚିଲା ମଶାଲ
  • ||
  • ଭୁବନେଶ୍ବର : ତେଲ ଟ୍ୟାଙ୍କରରେ ଗଞ୍ଜେଇ ଚାଲାଣ, ଅଢେଇ କ୍ବିଣ୍ଟାଲ ଗଞ୍ଜେଇ ସହ ୨ ଜଣଙ୍କୁ ଗିରଫ କଲା ଏନ୍‌ସିବି
  • ||
  • ବାଲିପାଟଣା : ବୃଦ୍ଧଙ୍କୁ ଚାପିଦେଲା ହାଇଓ୍ବା, ଘଟଣାସ୍ଥଳରେ ଚାଲିଗଲା ଜୀବନ
  • ||
  • ସୁନ୍ଦରଗଡ : ଗଛରୁ ଉଦ୍ଧାର ହେଲା ଯୁବକଙ୍କ ଝୁଲନ୍ତା ମୃତଦେହ, ଆତ୍ମହତ୍ୟା ସନ୍ଦେହ
  • ||
  • ବାରିପଦା : ମୟୁରଭଞ୍ଜରେ ସ୍ବାସ୍ଥ୍ୟ ସ୍ମାର୍ଟ କାର୍ଡ ବାଣ୍ଟିଲେ ମୁଖ୍ୟମନ୍ତ୍ରୀ, ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ
  • ||

ରାଜଧାନୀରେ ଘନଘନ ପୋଲିସ ଚେକିଂ ସତ୍ତ୍ୱେ କେଶୁରା କେନାଲ ବନ୍ଧରେ କାର ଡ୍ରାଇଭରଙ୍କୁ ହାଣି ମହିଳାଙ୍କୁ ଲୁଟିଲେ ଦୁର୍ବୃତ୍ତ

26/07/2019 at 10:28 PM

ଭୁବନେଶ୍ୱର ୨୬।୭: ବେଳକୁ ବେଳ ଅଧିକ ଅସୁରକ୍ଷିତ ହେବାରେ ଲାଗିଛି ରାଜଧାନୀ। ଗୋଟିଏ ପଟେ ଅପରାଧ ନିୟନ୍ତ୍ରଣ ଲାଗି ପୋଲିସ ସହରର ଗୁରୁତ୍ୱପୂର୍ଣ୍ଣ ସ୍ଥାନମାନଙ୍କରେ ଦିନ ତମାମ ଚେକିଂ ଚଳାଇଥିବା ବେଳେ ଆଉ ଗୋଟିଏ ପଟେ କାର ଅଟକାଇ ଡ୍ରାଇଭରଙ୍କୁ ଆକ୍ରମଣ କରି ମହିଳାଙ୍କଠୁ ଟଙ୍କା ସୁନା ଲୁଟ କରିଛନ୍ତି ଦୁର୍ବୃତ୍ତ। ଶୁକ୍ରବାର ବିଳମ୍ବିତ ସନ୍ଧ୍ୟାରେ ଶହିଦ ନଗର ଥାନା କେଶୁରା କେନାଲ ବନ୍ଧରେ ହୋଇଥିବା ଏହି ଲୁଟପାଟ୍ ରାଜଧାନୀରେ ପୁଣି ଆତଙ୍କ ସୃଷ୍ଟି କରିଛି।  

ବାଳକାଟିରୁ କାର ଯୋଗେ କେଶୁରାସ୍ଥିତ ଘରକୁ ଫେରିବା ରାସ୍ତାରେ ମହିଳା ଲୁଟର ଶିକାର ହୋଇଛନ୍ତି । କେନାଲ ବନ୍ଧରେ ମହିଳାଙ୍କ କାର ପଛେପଛେ ଆସୁଥିବା ଏକ କଳା ରଙ୍ଗର ପଲସର ଅଚାନକ ରାସ୍ତା ମଝିରେ ଛିଡା ହୋଇ ସେମାନଙ୍କୁ ଅଟକାଇଥିଲା। ଡ୍ରାଇଭର ବ୍ରେକ ଲଗାଇବାରୁ ମୋଟର ସାଇକେଲ ଚାଳକ କାହିଁକି ସାଇଡ ମାରିଲ କହି ତାଙ୍କୁ ମାରପିଟ କରିଥିଲେ।

ଦୁର୍ବୃତ୍ତଙ୍କ ଆକ୍ରମଣରେ ଡ୍ରାଇଭର ଗୁରୁତର ଆହତ ହୋଇଥିବା ବେଳେ ମହିଳାଙ୍କୁ ମାଉଜର ଦେଖାଇ ତାଙ୍କ ସୁନାଗହଣା ଓ ଟଙ୍କା ଲୁଟି ନେଇ  ପଳାଇଛନ୍ତି। ଡକାୟତୀ ସୂଚନା ପାଇ ଶହିଦ ନଗର ଥାନା ପୋଲିସ  ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ତେବେ ଦୁର୍ବୃତ୍ତଙ୍କ ଟେର ପାଇନି ପୋଲିସ।

   Related Posts