ଜ୍ୱେଲରୀ ଦୋକାନରେ ଡକୈତୀ, ଦଶହରାରେ ୫୦ଲକ୍ଷ ଟଙ୍କାର ସ୍ୱର୍ଣ୍ଣଳଙ୍କାର ଲୁଟିନେଲେ ବାଇକର

Published By : Prameya-News7 Bureau | October 07, 2019 IST

ଡୋରାଡୁନ: ମୋଟର ସାଇକେଲରେ ଆସିଥିବା ମୁଖାପିନ୍ଧା ଦୁର୍ବୃତ୍ତ ସ୍ପଷ୍ଟ ଦିବାଲୋକରେ ୫୦ଲକ୍ଷ ଟଙ୍କାର ସ୍ୱର୍ଣ୍ଣଳାଙ୍କର ଲୁଟିନେଇ ପଳାଇଛନ୍ତି। ଯିବା ବେଳେ ଦୁର୍ବୃତ୍ତ ଦୋକାନରେ ଲାଗିଥିବା ସିସିଟିଭି ହାର୍ଡ ଡିସ୍କ ବି କାଢିନେଇଛନ୍ତି। ଡେରାଡୁନ ପ୍ରେମନଗରସ୍ଥିତ ଦେବ ଜ୍ୱେଲର୍ସରୁ ସୋମବାର ଏହି ଲୁଟ ହୋଇଥିବା ବେଳେ ଅଞ୍ଚଳରେ ଆତଙ୍କ ଖେଳିଯାଇଛି।

{"id":167413}

ମିଳିଥିବା ସୂଚନା ଅନୁସାରେ ଅପରାହ୍ଣ ପ୍ରାୟ ୩ଟାରୁ ୪ଟା ମଧ୍ୟରେ ଦୁର୍ବୃତ୍ତ ଏହି ଲୁଟପାଟ କରିଥିଲେ। ଦୋକାନରେ ସ୍ୱର୍ଣ୍ଣାଳଙ୍କାର କିଣାବିକା ଚାଲିଥିବା ବେଳେ ସେମାନେ କ୍ରେତାଙ୍କ ଭଳି ଆସି ଦୋକାନରେ ଝାଡୁମାରି ଚାଲିଯାଇଛନ୍ତି। ଦୁର୍ବୃତ୍ତମାନେ ମୁଖାପିନ୍ଧି ଦୋକାନକୁ ପ୍ରବେଶ କରିଥିଲେ। କେହି କିଛି ଜାଣିବା ପୂର୍ବରୁ ସୋକେସ୍ ଓ ଆଲମିରାରେ ଡିସପ୍ଲେହେଉଥିବା ସ୍ୱର୍ଣ୍ଣାଳଙ୍କାରକୁ ବ୍ୟାଗରେ ଭରିବାକୁ ଲାଗିଥିଲେ। ଏଥିରେ ସେମାନଙ୍କୁ କେହି ବାଧା ଦେବାକୁ ବି ଶାହସ କରିପାରିନଥିଲେ।

{"id":167414}

ଦୋକାନରୁ ସମସ୍ତ ସ୍ୱର୍ଣ୍ଣଳଙ୍କାର ଲୁଟ କରିବା ପରେ ଦ୍ରୁତଗାମୀ ସ୍ପିଡ ବାଇକ୍ କେଟିଏମରେ ବଶି ଖସି ପଳାଇଥିଲେ। ସମସ୍ତ ଘଟଣା ମାତ୍ର କିଛିମୂହୁର୍ତ୍ତମଧ୍ୟରେ ଘଟିଯାଇଥିଲେ ବି ମାଲିକ ଦେବେନ୍ଦ୍ର ଘଟଣାର ମୁକଦର୍ଶକ ହୋଇଯାଇଥିଲେ। ସୂଚନା ପାଇ ପ୍ରେମ ନଗର ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ତେବେ ଦୋକାନର ସିସିଟିଭି ଡିଭିଆର ଦୁର୍ବୃତ୍ତ ନେଇଯାଇଥିବାରୁ ମାମଲାର ତଦନ୍ତ ଏବେ ପୋଲିସ ଲାଗି ଆହ୍ୱାନ ପାଲଟିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.