ପରିବେଶ ସୁରକ୍ଷା ପାଇଁ ବାଇକର ଟିମର ସ୍ବତନ୍ତ୍ର ଅଭିଯାନ : ଗଛ ନଥିବା ସ୍ଥାନରେ ପୋତିବେ ସିଡ ବମ

Published By : Prameya-News7 Bureau | August 18, 2019 IST

ଭୁବନେଶ୍ବର  ୧୮/୮: ପରିବେଶ ସୁରକ୍ଷା ପାଇଁ  ଭୁବନେଶ୍ବର ଅରଣ୍ୟ ଭବନରୁ ବାହାରିଲା ବାଇକର ଟିମ।ଏହି ବାଇକର ଟିମ ବିଭିନ୍ନ  ସ୍ଥାନରେ ବିଭିନ୍ନ ପ୍ରକାର ମଂଜି ପୋତି ସବୁଜିମା ସୃଷ୍ଟି କରିବେ।ଏଥିପାଇଁ ବାଇକର ଟିମକୁ  ସ୍ବତନ୍ତ୍ର ଧରଣର  ସିଡ ବମ ଯୋଗାଇ ଦିଆଯାଇଛି। ମାଟି ଗୋଳା ଭିତରେ ମଂଜି ଗୁଡିକ ସ୍ବତନ୍ତ୍ର ଭାବେ ରଖାଯାଇଛି। ଗଛ ନଥିବା ସ୍ଥାନରେ ଏହି ସିଡ ବମ ବା ମାଟି ଗୋଳା ଗୁଡିକ ପୋତାଯିବ ।

{"id":145712}

କିଛି ଦିନ ପରେ ସେଠାରେ ଗଛ ବାହାରି ସେହି  ସବୁଜ ବଳୟ ସୃଷ୍ଟି କରିବ।  ଭୁବନେଶ୍ବର ସ୍ଥିତ ଅରଣ୍ୟ ଭବନଠାରୁ  ଏହି ବାଇକର ଟିମକୁ ପତକା ଦେଖାଇ  ଅତିରିକ୍ତ  ପିସିସିଏଫ ଉଦଘାଟନ କରିଥିଲେ । ଏହା ଦ୍ବାରା ପ୍ରଦୂଷଣ ମାତ୍ରା ରୋକାଯିବା ସହାୟକ ହେବା ସହ ସବୁଜିମା ସୃଷ୍ଟି କରିବା​‌ରେ ଏହି  ସିଡ ବମ କ୍ୟାମ୍ପେନ ବେଶ ସହାୟକ ହେବ ବୋଲି କହିଛନ୍ତି  ମହିଳା ବାଇକର ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.