ଟ୍ରାକ୍ଟର ଧକ୍କାରେ ବାଇକ୍ ଚାଳକଙ୍କ ମୃତ୍ୟୁ

Published By : Prameya-News7 Bureau | July 28, 2021 IST

ରାଇରଙ୍ଗପୁର ୨୮।୭: ଟ୍ରାକ୍ଟର ଧକ୍କାରେ ବାଇକ୍ ଚାଳକ ମୃତ । ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ସାନପାଖଣା ପଞ୍ଚାୟତର ବାଦଡା ଗ୍ରାମ ପାଣିଟାଙ୍କି ଛକରେ ଘଟିଛି ଦୁର୍ଘଟଣା । ଟ୍ରାକ୍ଟର ଧକ୍କାରେ ଜଣେ ବାଇକ୍ ଚାଳକଙ୍କ ମୃତ୍ୟୁ ହୋଇଛି । ମୃତ ଯୁବକ ଜଣଙ୍କ ହେଲେ ମଙ୍ଗଳୁ ମହାନ୍ତ । ଦୁର୍ଘଟଣାରେ  ଗୁରୁତର ଯୁବକଙ୍କୁ ରାଇରଙ୍ଗପୁର ହସ୍ପିଟାଲକୁ ଅଣାଯାଇଥିଲା । କିନ୍ତୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ପୋଲିସ ଘଟଣାର ତଦନ୍ତ କରୁଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.