କାର୍ ଧକ୍କାରେ ବାଇକ୍ ଆରୋହୀଙ୍କ ମୃତ୍ୟୁ
20/01/2021 at 5:28 PM

ନୀଳଗିରି ୨୦।୧: ବାଲେଶ୍ଵର ଜିଲ୍ଲା ସେରଗଡ ଉଦଳା ରାସ୍ତା ଆମ୍ବୁଡ଼ିହା ଅଞ୍ଚଳରେ କାର୍ ଧକ୍କାରେ ବାଇକ୍ ଆରୋହୀଙ୍କ ମୃତ୍ୟୁ ହୋଇଛି । ମୃତକ ଜଣଙ୍କ ହେଲେ ବାଲେଶ୍ଵର ଜିଲ୍ଲା ସିନ୍ଧିଆ ଗାଁର କାର୍ତ୍ତିକ ନାୟକ ।
ସୂଚନାଯୋଗ୍ୟ ଯେ, ବାଲେଶ୍ଵର ଜିଲ୍ଲା ସେରଗଡ ଉଦଳା ରାସ୍ତା ଆମ୍ବୁଡ଼ିହାରେ ଓଡ଼ି୦୫ଏଏକ୍ସ-୪୦୪୫ ନମ୍ବର ବିଶିଷ୍ଟ ଏକ ଇଣ୍ଡିଗୋ କାର୍ ନୀଳଗିରି ଆଡକୁ ଯାଉଥିବା ବେଳେ ବିପରୀତ ଦିଗରୁ ଆସୁଥିବା ସିନ୍ଧିଆ ଗାଁର କାର୍ତ୍ତିକଙ୍କୁ ଧକ୍କାଦେଇ ପଳାଇ ଯାଇଥିଲା । ଘଟଣାସ୍ଥଳରେ କାର୍ତ୍ତିକଙ୍କର ମୃତ୍ୟ ହୋଇଥିବା ଜଣାପଡିଛି । ଖନ୍ତାପଡା ପୋଲିସ ତଦନ୍ତ କରି ଶବଟିକୁ ପୋଷ୍ଟମର୍ଟମ ପାଇଁ ନୀଳଗିରି ହସ୍ପିଟାଲରେ ଭର୍ତ୍ତି କରିଛି ।
Related Posts
ସ୍କର୍ପିଓ ଏବଂ ବୋଲେରୋ ମୁହାଁମୁହିଁ ଧକ୍କା, ୬ ଗୁରୁତର
25 February 2021
ଘରୋଇ କଳହ ହେଲା କାଳ, ବାପାକୁ କଟୁରିରେ ହାଣି ହତ୍ୟା କଲା ପୁଅ
25 February 2021
ଗାଈ ପାଟିରେ ଫୁଟିଲା ବୋମା
25 February 2021
ମହାନଦୀକୁ ନେଇ ବିଧାନସଭାରେ ହଟ୍ଟଗୋଳ, ଉତ୍ତର ରଖିଲେ ମନ୍ତ୍ରୀ
25 February 2021