ଗ୍ୟାସ୍ ସିଲିଣ୍ଡର ବୋଝେଇ ଟ୍ରକ୍ ସହ ବାଇକ୍ ମୁହାଁମୁହିଁ ଧକ୍କା, ବାଇକ୍ ଆରୋହୀଙ୍କ ମୃତ୍ୟୁ

Published By : Prameya-News7 Bureau | November 25, 2020 IST

ଟାଙ୍ଗୀ ୨୫।୧୧: ଗ୍ୟାସ୍ ସିଲିଣ୍ଡର ବୋଝେଇ ଟ୍ରକ୍ ସହ ମୁହାଁମୁହିଁ ଧକ୍କା ହେଲା ବାଇକ୍ । ଦୁର୍ଘଟଣାରେ ବାଇକ୍ ଆରୋହୀଙ୍କ ମୃତ୍ୟୁ ହୋଇଛି । ଟାଙ୍ଗୀ ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥ ଷ୍ଟେଟ୍ ବ୍ୟାଙ୍କ୍ ଛକ ପେଟ୍ରୋଲ ପମ୍ପ୍ ନିକଟରେ ଏକ ଗ୍ୟାସ୍ ସିଲିଣ୍ଡର ବୋଝେଇ ଟ୍ରକ୍ ବାଇକକୁ ଧକ୍କା ଦେବାରୁ ବାଇକ୍ ଚାଳକକଙ୍କ ମୃତ୍ୟୁ ହୋଇଛି । ମୃତକ ହେଲେ ମାହାଙ୍ଗା ଥାନା ସମସରପୁର ଗ୍ରାମର ଶଶୀକାନ୍ତ ନାୟକ ବୋଲି ଜଣାପଡିଛି ।

ଗ୍ୟାସ୍ ସିଲିଣ୍ଡର ବୋଝେଇ ଟ୍ରକଟି ବାଲେଶ୍ବରରୁ ଖୋର୍ଦ୍ଧା ଯାଉଥିବା ସମୟରେ ଟାଙ୍ଗୀ ନିକଟସ୍ଥ ପେଟ୍ରୋଲ ପମ୍ପକୁ ତେଲ ପକାଇବାକୁ ଯାଉଥିବା ବେଳେ ଦୁର୍ଘଟଣା ଘଟିଛି । ଦୁର୍ଘଟଣାରେ ବାଇକ୍ ଚାଳକଙ୍କ ମୃତ୍ୟୁ ଘଟିଛି । ଖବର ପାଇ ଟାଙ୍ଗୀ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଗ୍ୟାସ୍ ବୋଝେଇ ଟ୍ରକକୁ ଜବତ କରି ଡ୍ରାଇଭରକୁ ଥାନାରେ ଅଟକ ରଖି ତଦନ୍ତ ଜାରି ରଖିଛି ।

ଅନ୍ୟପଟେ ୧୬ ନମ୍ବର ଜାତୀୟ ରାଜପଥ କଡରେ ବିଶେଷ କରି ପେଟ୍ରୋଲ ପମ୍ପ କଡରେ ବେଆଇନ ଭାବେ ଗାଡି ପାର୍କିଂ ହେବା ଫଳରେ ପ୍ରତ୍ୟେକ ଦିନ ଦୁର୍ଘଟଣା ଘଟି ଧନ ଜୀବନ ହାନି ହେଉଛି । ବେଆଇନ ପାର୍କିଂକୁ ଜାତୀୟ ରାଜପଥ ପ୍ରାଧିକରଣ ବିଭାଗ ପକ୍ଷରୁ କୌଣସି ପଦକ୍ଷେପ ନନେବା ଫଳରେ ବେଆଇନ ପାର୍କିଂ ଦିନକୁ ଦିନ ବଢୁଛି । ଏଥିପ୍ରତି ଜାତୀୟ ରାଜପଥ ବିଭାଗ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.