ଅଜଣା ଗାଡି ଧକ୍କାରେ ବାଇକ୍ ଆରୋହୀଙ୍କ ମୃତ୍ୟୁ

Published By : Prameya-News7 Bureau | October 15, 2020 IST

ସାଲେପୁର ୧୫।୧୦: ଅଜଣ ଗାଡି ଧକ୍କାରେ ବାଇକ ଆରୋହୀଙ୍କ ମୃତ୍ୟୁ ହୋଇଛି । ଟାଙ୍ଗୀ ଥାନା ବୈରୀ ଥାନା ମଧ୍ୟମ ସ୍ଥଳୀ ୧୬ନଂ ଜାତୀୟ ରାଜପଥ ଇଷ୍ଟନ୍ ରାଇସ୍ ମିଲ୍ ନିକଟରେ ଦୁର୍ଘଟଣା ହୋଇଛି । ମୃତ ବ୍ୟକ୍ତି ଜଣଙ୍କ ହେଲେ ବୈରୀ ଥାନା ସୋଲର ଗ୍ରାମର ରଞ୍ଜନ ମହାପାତ୍ର । 

{"id":344639,"sizeSlug":"large"}

ସୂଚନା ଅନୁସାରେ ରଞ୍ଜନ ଇଷ୍ଟନ୍ ରାଇସ୍ ମିଲ୍ ରୁ ବୁଧବାର ରାତି ଡ୍ୟୁଟି ସାରି ଘରକୁ ଫେରୁଥିଲେ । ସେହି ସମୟରେ ଏକ ଅଜଣା ଗାଡି ତାଙ୍କୁ ଧକ୍କା ଦେବାରୁ ଘଟଣା ସ୍ଥଳରେ ରଞ୍ଜନଙ୍କ ମୃତ୍ୟୁ ହୋଇଥିଲା । ଦୁର୍ଘଟଣା ଘଟାଇ ଘଟଣା ସ୍ଥଳରୁ ଗାଡିଟି ଫେରାର ହୋଇଯାଇଥିଲା । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ଘଟଣାର ଅଧିକ ତଦନ୍ତ ଜାରି ରଖିଛି ପୋଲିସ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.