ବାଇକ୍‌କୁ ଧକ୍କା ଦେଲା ପିକ୍‌ଅପ୍ ଭ୍ୟାନ୍, ବାଇକ୍ ଚାଳକ ମୃତ

Published By : Prameya-News7 Bureau | August 07, 2020 IST

ସାଲେପୁର ୭।୮: କଟକ ଜିଲ୍ଲା  ଟାଙ୍ଗୀ ଥାନା ଅନ୍ତର୍ଗତ ୧୬ନଂ ଜାତୀୟ ରାଜପଥ  ହରିଅନ୍ତା ନିକଟରେ ଏକ ପିକଅପ ବାଇକକୁ ଧକ୍କା ଦେବାରୁ ବାଇକ୍ ଚାଳକଙ୍କ ମୃତ୍ୟୁ  ହୋଇଥିବା  ଜଣାପଡିଛି । ମୃତକ ଜଣଙ୍କ ହେଲେ ହରିଅନ୍ତା ଗ୍ରାମର ସୁରେନ୍ଦ୍ର ଖୁଣ୍ଟିଆ ।

{"id":311095,"sizeSlug":"large"}

ଘଟଣାସ୍ଥଳରେ ଟାଙ୍ଗୀ ପୋଲିସ ପହଞ୍ଚି ମୃତଦେହକୁ ଜବତ କରିଛି । ଶବ ବ୍ୟବଚ୍ଛେଦ  ପାଇଁ  କଟକ ବଡ ମେଡିକାଲକୁ ପଠାଇଥିବା ଜଣାପଡିଛି । ପିକଅପ ଓ ବାଇକଟିକୁ ଜବତ କରିଛି ପୋଲିସ ।

{"id":311096,"sizeSlug":"large"}

ତେବେ ରାସ୍ତା କଡରେ ବେଆଇନ ଭାବେ ଟ୍ରକ୍, ଟଲର, ଟ୍ରକ୍ ପାର୍କିଂ ହେଉଥିବାରୁ  ବାରମ୍ବାର ଏଭଳି ଦୁର୍ଘଟଣା  ଘଟୁଛି ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି  ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.