Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ମର୍ମନ୍ତୁଦ ସଡକ ଦୁର୍ଘଟଣା : ଟ୍ରକ୍ ଚାପାରେ ବାଇକ୍ ଆରୋହୀଙ୍କ ମୃତ୍ୟୁ

5/07/2021 at 3:50 PM

କଣ୍ଟାବାଞ୍ଜି ୫।୭: ମର୍ମନ୍ତୁଦ ସଡକ ଦୁର୍ଘଟଣା । ଟ୍ରକ୍ ଚାପାରେ ବାଇକ୍ ଆରୋହୀଙ୍କ ମୃତ୍ୟୁ । କଣ୍ଟାବାଞ୍ଜି ପୁଞ୍ଜିପଥର ଛକ ନିକଟରେ ଘଟିଛି ଦୁର୍ଘଟଣା ।  ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ସୂଚନାଯୋଗ୍ୟ ଯେ, ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜିରୁ ବଙ୍ଗୋମୁଣ୍ଡା ଯାଉଥିବା ବେଳେ ୪୨ ନମ୍ବର ରାଜ୍ୟ ରାଜପଥ ପୁଞ୍ଜିପଥର ଛକ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି ।  ଟ୍ରକ୍ ଚାପାରେ ବାଇକ୍ ଆରୋହୀଙ୍କ ମୃତ୍ୟୁ ହୋଇଛି ।  ମୃତକ ଜଣଙ୍କ ହେଲେ କଣ୍ଟାବାଞ୍ଜି ଥାନା କୁକୁଡାହାଡ଼ ଗାଁର ବକ୍ତାବର ଯୁଗନିଆ । ଦୁର୍ଘଟଣା ପରେ  ଟ୍ରକ୍ ଡ୍ରାଇଭର ଫେରାର ଥିବାବେଳେ କଣ୍ଟାବାଞ୍ଜି  ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଆରମ୍ଭ କରିଛି ।

   Related Posts