ବାଇକ୍କୁ ଧକ୍କା ଦେଲା କାର୍, ଆରୋହୀ ପିଟିହେଲେ ଟ୍ରକ୍ରେ : ଚାଲିଗଲା ଜୀବନ
5/12/2020 at 10:15 AM

ଢେଙ୍କାନାଳ ୫।୧୨: ଇଣ୍ଡିଗୋ କାର୍ ଓ ମିନି ଟ୍ରକ୍ ଧକ୍କାରେ ବାଇକ୍ ଆରୋହୀ ମୃତ । ଢେଙ୍କାନାଳ ଜିଲ୍ଲା ରାସୋଳ ଥାନା ନିକଟରେ ଘଟିଛି ଦୁର୍ଘଟଣା ।
ସୂଚନାଯୋଗ୍ୟ ଯେ, ପ୍ରଥମେ ଦ୍ରୁତ ଗତିରେ ଯାଉଥିବା ଏକ ଇଣ୍ଡିଗୋ କାର୍ ବାଇକକୁ ଧକ୍କା ଦେଇ ପଳାଇଥିଲା । ବାଇକଟି ଧକ୍କା ଖାଇ ବିପରୀତ ଦିଗରୁ ଆସୁଥିବା ଏହି ଆଇଚର ଟ୍ରକରେ ଧକ୍କା ହୋଇଥିଲା । ଫଳରେ ବାଇକ୍ ଆରୋହୀଙ୍କ ମୃତ୍ୟୁ ହୋଇଛି । ମୃତକ ଜଣଙ୍କ ପୁରୀ ଜିଲ୍ଲା କୋଣାର୍କ ଅଞ୍ଚଳର ସରଦଖରିପଡିଆ ଗ୍ରାମର ମାନସ ସାସମଲ ବୋଲି ତାଙ୍କ ଆଧାର କାର୍ଡରୁ ଜଣାପଡିଛି । ରାସୋଳ ପୋଲିସ ମୃତଦେହ ଜବତ କରିଛି । ଘଟଣାସ୍ଥଳରୁ ଦୁର୍ଘଟଣା ଘଟାଇଥିବା ଇଣ୍ଡିଗୋ କାର୍ ଫେରାର ହୋଇଯାଇଛି । ତେବେ ଆଇଚର ଟ୍ରକକୁ ପୋଲିସ ଜବତ କରିଛି ।
Related Posts
ଏବର୍ଷ ହେବନି ଓଳାଶୁଣୀ ଗୁମ୍ଫା ଯାତ୍ରା
25 January 2021
ବଲାଙ୍ଗୀର ଜିଲ୍ଲାର ଚାଷୀ କରିବେ ଟ୍ରାକ୍ଟର- ବାଇକ୍ ରାଲି
25 January 2021