ଟ୍ରାକ୍ଟର ଓ ବାଇକ୍ ମୁହାଁମୁହିଁ ଧକ୍କା, ବାଇକ୍ ଆରୋହୀ ମୃତ

Published By : Prameya-News7 Bureau | October 10, 2020 IST

ଦେବଗଡ ୧୦।୧୦: ଦେବଗଡ ଜିଲ୍ଲା ରିଆମାଳ ଥାନା ଅନ୍ତର୍ଗତ ୫୩ ନମ୍ବର ଜାତୀୟ ରାଜପଥର ତେଲିମୁଣ୍ଡା ଛକଠାରେ ଟ୍ରାକ୍ଟର ଓ ମଟର ସାଇକେଲ ମୁହାଁମୁହିଁ ଧକ୍କା ହୋଇଛି । ଘଟଣାସ୍ଥଳରେ ମଟର ସାଇକଲ ଆରୋହୀଙ୍କ ମୃତ୍ୟୁ ହୋଇଛି । ମୃତକ ହେଲେ ସୁନ୍ଦରଗଡ ଅଞ୍ଚଳର ଇଞ୍ଜିନିୟର ସୁମନ୍ତ କୁମାର ଗଡତିଆ । ସେ ରେଙ୍ଗାଳିଠାରେ ଏକ ବେସରକାରୀ ରାସ୍ତା ନିର୍ମାଣକାରୀ ସଂସ୍ଥାରେ ଇଞ୍ଜିନିୟର ଭାବେ କାର୍ଯ୍ୟ କରୁଥିଲେ । ଦୁର୍ଘଟଣା ପରେ ୫୩ ନମ୍ବର ଜାତୀୟ ରାଜପଥରେ ଗାଡି ଚଳାଚଳ ବାଧାପ୍ରାପ୍ତ ହୋଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.