ଅଜଣା ଗାଡି ଧକ୍କାରେ ବାଇକ୍ ଆରୋହୀଙ୍କ ମୃତ୍ୟୁ
23/11/2020 at 5:32 PM

ଭଞ୍ଜନଗର ୨୩।୧୧: ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଥାନା ଅନ୍ତର୍ଗତ ସାହାଣପଲ୍ଲୀଠାରେ ଦୁର୍ଘଟଣା । ଅଜଣା ଗାଡି ଧକ୍କାରେ ବାଇକ୍ ଆରୋହୀଙ୍କ ମୃତ୍ୟୁ ହୋଇଛି । ମୃତକ ହେଲେ ଭଞ୍ଜନଗର ଲଣ୍ଡେଇ ସାହିର ଶିବଶଙ୍କର ବିଶୋୟୀ । ସେ କୁଲାଡରୁ ଭଞ୍ଜନଗର ଫେରିବା ବେଳେ ଦୁର୍ଘଟଣର ଶିକାର ହୋଇଛନ୍ତି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତାଙ୍କ ମୃତଦେହ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ମେଡିକାଲକୁ ପଠାଇ ତଦନ୍ତ ଆରମ୍ଭ କରିଛି । ଘଟଣାସ୍ଥଳରୁ ତାଙ୍କ ବାଇକ୍ ଜବତ କରିଛି ପୋଲିସ ।
Related Posts
ରାସ୍ତା ପାର ହେବା ବେଳେ ଚାପି ଦେଲା ଟ୍ରକ, ଅଳ୍ପକେ ବର୍ତ୍ତିଗଲେ ଯୁବତୀ
20 January 2021
ସମ୍ ହସ୍ପିଟାଲ୍ରେ ଜାରି ରହିଛି ଶତ ପ୍ରତିଶତ ଟୀକାକରଣ
20 January 2021
ଅଲୋଡା ହେଲା ଶିଶୁପତ୍ର, ପରିତ୍ୟକ୍ତ କୂଅରୁ ମୃତଦେହ ଉଦ୍ଧାର
20 January 2021