ଟ୍ରକ୍-ବାଇକ୍ ମୁହାଁମୁହିଁ ଧକ୍କା, ବାଇକ୍ ଆରୋହୀ ମୃତ

Published By : Prameya-News7 Bureau | July 01, 2021 IST

ବାଲିଗୁଡା ୧।୭: କନ୍ଧମାଳ ଜିଲ୍ଲା କୋଟଗଡ଼ ଥାନା ଅନ୍ତର୍ଗତ ନୂଆଗାଁରେ ଅଭାବନୀୟ ଘଟଣା । ଟ୍ରକ୍ ଧକ୍କାରେ ବାଇକ୍ ଆରୋହୀଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ମୃତକ ଜଣଙ୍କ ହେଲେ ବେଲଘର ଗୁମ୍ମା ଗାଁର ବୃନ୍ଦାବନ ଜାନି ।

ସୂଚନାଯୋଗ୍ୟ ଯେ, ବୃନ୍ଦାବନ ନିଜ ଗାଁରୁ ବାଇକ୍ ଯୋଗେ ଦୂର୍ଗାପଙ୍ଗା ଅଭିମୁଖେ ଯାଉଥିବା ବେଳେ ଦୁର୍ଘଟଣା ଘଟିଥିଲା । ବାଇକ୍ କୁ ଟ୍ରକଟି ମୁହାମୁହିଁ ଧକ୍କା ଦେଇଥିଲା । ଫଳରେ ଘଟଣାସ୍ଥଳରେ କୋଟଗଡ଼ ଥାନା ପୋଲିସ ପହଞ୍ଚି ଶବକୁ ଜବତ କରିବା ସହିତ ତଦନ୍ତ ଆରମ୍ଭ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.