ବାଇକ୍‌କୁ ଧକ୍କା ଦେଲା ମିନି ଟ୍ରକ୍, ଘଟଣାସ୍ଥଳରେ ବାଇକ୍ ଆରୋହୀ ମୃତ

Published By : Prameya-News7 Bureau | October 16, 2020 IST

ଅନୁଗୋଳ ୧୬।୧୦: ଅନୁଗୋଳ ଜିଲ୍ଲା ତାଳଚେର ଚାଇଁପାଳଠାରେ ବାଇକକୁ ଧକ୍କା ଦେଲା ମିନି ଟ୍ରକ୍ । ଘଟଣା ସ୍ଥଳରେ ବାଇକ୍ ଆରୋହୀଙ୍କ ମୃତ୍ୟୁ ହୋଇଛି । ମୃତକ ଜଣଙ୍କ ହେଲେ ଚାଇଁପାଳ ଗ୍ରାମର ସଞ୍ଜୟ ଦାସ । ସେ ଶୁକ୍ରବାର ବଜାରକୁ ଯାଉଥିବା ସମୟରେ ଏକ ମିନି ଟ୍ରକ୍ ତାଙ୍କୁ ଧକ୍କା ଦେଇ ତାଙ୍କ ଉପରେ ଚଢ଼ି ଯାଇଥିଲା । ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା ।

ସ୍ଥାନୀୟ ଗ୍ରାମବାସୀ କ୍ଷତିପୂରଣ ଓ ରାସ୍ତା ମରାମତି ଦାବିରେ ୧୪୯ ନମ୍ବର ଜାତୀୟ ରାଜପଥକୁ ଅବରୋଧ କରିଛନ୍ତି । ରାସ୍ତା ଅବସ୍ଥା ଶୋଚନୀୟ ହୋଇପଡିଥିବାରୁ ବାରମ୍ବାର ଏହି ରାଜପଥରେ ଦୁର୍ଘଟଣା ଘଟୁଥିବା ଦେଖିବାକୁ ମିଳୁଛି । ଘଟଣାସ୍ଥଳରେ ତାଳଚେର ପୋଲିସ ପହଞ୍ଚି ଦୁର୍ଘଟଣା ଘଟାଇଥିବା ଟ୍ରକ୍ ଓ ଡ୍ରାଇଭରକୁ ଅଟକ ରଖି ଅଧିକ ତଦନ୍ତ ଜାରି ରଖିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.