ଚଳନ୍ତା ବାଇକରେ ଦୁଇ ବନ୍ଧୁଙ୍କୁ ଝାମ୍ପିବାକୁ ଚେଷ୍ଟା କରିଥିଲା ବାଘ : ଅଚାନକ ହେଲା ଏମିତି ଚମତ୍କାର
30/06/2019 at 5:38 PM

ବାଙ୍ଗାଲୁରୁ ୩୦/୬ : ବାଇକରେ ଦୁଇଜଣ ଯୁବକ କର୍ଣ୍ଣାଟକ କେରଳ ସୀମା ଜଙ୍ଗଲ ଦେଇ ଯାଉଥିଲେ । ଠିକ ସେତେବେଳେ ଯୁବକମାନଙ୍କ ସହ ଦୁର୍ଘଟଣା ହୋଇଥିଲା । ଯୁବକଙ୍କ ବାଇକ ପଛେ ପଛେ ଏକ ବାଘ ଗୋଡ଼ାଇବା ଆରମ୍ଭ କରିଥିଲା । ବାଘ ତାଙ୍କ ପଛରେ ପଡିଥିବା ଦେଖି ଯୁବକ ବାଇକର ସ୍ପିଡ଼ ବଢ଼ାଇ ଦେଇଥିଲେ ଏବଂ ପଛପଟେ ବସିଥିବା ଯୁବକ ଘଟଣାକୁ ନିଜ ମୋବାଇଲରେ ରେକଡିଂ କରିବା ଆରମ୍ଭ କରିଥିଲେ । କୌଣସି ପ୍ରକାରେ ଉଭୟ ଜୀବନ ବଂଚିଗଲା ।

ଘଟଣା ଶନିବାର ଦିନ ଦିନ ସମୟରେ ଘଟିଥିଲା । କର୍ଣ୍ଣାଟକ ଚାମରଜନଗର ଜିଲ୍ଲାର ଗୁଣ୍ଡଲପେଟରୁ ବାଇକରେ ଦୁଇ ବନ୍ଧୁ କେରଳ ଯାଉଥିଲେ । ତାଙ୍କୁ ସୁବିଧା ହେବ ବୋଲି ସେମାନେ କର୍ଣ୍ଣାଟକ-କେରଳ ସୀମା ରାଜପଥରେ ଯାଉଥିଲେ । ଜଙ୍ଗଲ ରାସ୍ତା ଆସିବାରୁ ହଠାତ ଏକ ବାଘ ଯୁବକଙ୍କ ପଛରେ ପଡିଯାଇଥିଲା । ବାଘକୁ ଦେଖି ଯୁବକ ବାଇକର ସ୍ପିଡ଼ ବଢ଼ାଇ ଦେଇଥିଲେ । କିନ୍ତୁ ବାଘ ବି ଛାଡିବା ଜନ୍ତୁ ନୁହେଁ ।

ବାଇକର ସ୍ପିଡ଼ ବଢ଼ିଯିବ ପରେ ବାଘ ରାସ୍ତା ପାରି କରି ଉଭୟ ଯୁବକଙ୍କ ଉପରକୁ ହମଲା କରିବାକୁ ଚେଷ୍ଟା କରିଥିଲା । କିନ୍ତୁ ଯୁବକଙ୍କ ଭାଗ୍ୟ ଭଲ ଥିଲା ସେ ବଂଚିଗଲେ । ଏହାପରେ ବାଘ ଦୌଡ଼ି ଦୌଡ଼ି ଜଙ୍ଗଲ ଭିତରକୁ ଚାଲିଯାଇଥିଲା ।

ବାଘ ଜଙ୍ଗଲକୁ ଚାଲିଯିବାରୁ ଦୁଇ ଯୁବକ ମଧ୍ୟ ଆସ୍ବସ୍ତ ହୋଇଥିଲେ । ଏହାପରେ ବାଇକ ପଛପଟେ ବସିଥିବା ଯୁବକ ଯେଉଁ ଭିଡିଓ ରେକଡିଂ କରିଥିଲେ ଟେକି ସୋସିଆଲ ମିଡ଼ିଆରେ ସେୟାର କରିଥିଲେ । ଭିଡିଓ ସେୟାର କରିବା ପରେ ଏହା ଭାଇରାଲ ହେବାରେ ଲାଗିଛି ।