ପୋଖରୀ କୂଳରୁ ମିଳିଲା ବାଇକ୍, ଆରୋହୀଙ୍କୁ ଅପହରଣ ସନ୍ଦେହ

Published By : Prameya-News7 Bureau | March 12, 2020 IST

ନୀଳଗିରି ୧୨।୩:  ବାଲେଶ୍ଵର ଜିଲ୍ଲା ନୀଳଗିରି ଥାନା ଅଧିନ ଈଶ୍ବରପୁର ଫାଣ୍ଡି ଅଞ୍ଚଳରେ ଦିନକୁ ଦିନ ଆଇନଶୃଙ୍ଖଳା ପରିସ୍ଥିତି ବଗିଡିବାରେ ଲାଗିଛି । କିଛି ଦିନ ପୂର୍ବରୁ ଫାଣ୍ଡି ସମ୍ମୁଖରେ ଜଣେ ଯୁବକଙ୍କୁ ୩ଜଣ ଯୁବକ ଆକ୍ରମଣ କରିବା ନଜର ଆସିଥିଲା । ପୁଣି ଆଜି ଭୋର ସମୟରେ ବଉଳଗଡ଼ିଆ-ବାଙ୍କୀପଦା ରାସ୍ତାରେ ଏକ ସ୍କୁଟି ପଡିଥିବାବେଳେ ଆରୋହୀଙ୍କ ପିନ୍ଧା ଚପଲ ଏବଂ ଅନ୍ୟାନ୍ୟ ସାମଗ୍ରୀ ପଡିଥିବା ଦେଖାଯାଇଛି ।

{"id":236814,"sizeSlug":"large"}

ଗାଡିର ଡିକି ଭଙ୍ଗାଯାଇଥିବାବେଳେ ଜିନିଷ ପତ୍ର ଚାରିଆଡେ ପଡିଥିବା ଦେଖିବାକୁ ମିଳିଛି । ପାଖରେ ମଦ ବୋତଲ ମଧ୍ୟ ପଡିଛି। ବାଇକ୍ ଆରୋହୀ କୁଆଡେ ଗଲେ କଣ ତାଙ୍କ ପରିଚୟ ମିଳିପାରିନାହିଁ । ରାତ୍ରିରେ କେହି ତାଙ୍କୁ ଆକ୍ରମଣ କରି ଅପହରଣ କରିନେଇଥିବା ସନ୍ଦେହ କରାଯାଉଛି। ଆଜି ସକାଳେ ଗାଡିଟି ଏକ ପୋଖରୀ କଡରେ ପଡିଥିବା ଦେଖି ସ୍ଥାନୀୟ ଲୋକ ପୋଲିସକୁ ଖବର ଦେଇଥିଲେ । ଦିନକୁ ଦିନ ଆଇନ ଶୃଙ୍ଖଳା ପରିସ୍ଥିତି ବିଗୁଡୁଥିବାରୁ କଡା ପାଟ୍ରୋଲିଂ କରିବାକୁ ସାଧାରଣରେ ଦାବି ହେଉଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.