ବାଇକ୍‌କୁ ଧକ୍କା ଦେଲା ଟ୍ରକ୍ : ଆରୋହୀ ଗୁରୁତର, ଛେଚା ଖାଇଲା ଟ୍ରକ୍ ଡ୍ରାଇଭର

Published By : Prameya-News7 Bureau | February 22, 2021 IST

ଭଦ୍ରକ ୨୨।୨: ଗାଡି ଧକ୍କାକୁ ନେଇ ଉତ୍ତେଜନା । ଢେଲା ପଥର ମାଡ କଲେ ଉତ୍ତ୍ୟକ୍ତଲୋକ । ଡ୍ରାଇଭରକୁ ଉଦ୍ଧାର ବେଳେ ନାକେଦମ୍ ହେଲା ପୋଲିସ । ଭଦ୍ରକ ସହରର ବନ୍ତ ଛକ ନିକଟରେ ଏକ ବାଇକକୁ ଟ୍ରକ୍ ପଛ ଆଡୁ ଧକ୍କା ଦେଇଥିଲା । ଦୁର୍ଘଟଣା ଫଳରେ ବାଇକ୍ ଚାଳକ ଗୁରୁତର ହୋଇଥିଲେ । ଲୋକେ ଗୁରୁତର ବାଇକ୍ ଆରୋହୀଙ୍କୁ ଭଦ୍ରକ ଜିଲ୍ଲା ଡାକ୍ତରଖାନାକୁ ସ୍ଥାନାନ୍ତର କରିଥିଲେ । ପରେ ସ୍ଥାନୀୟ ଲୋକେ ଟ୍ରକକୁ ଅଟକାଇଥିଲେ ।

ଘଟଣାସ୍ଥଳରେ ଉତ୍ତ୍ୟକ୍ତ ଲୋକେ ଟ୍ରକ୍ ଡ୍ରାଇଭରଙ୍କୁ ମାଡ଼ ମାରିଥିଲେ । ଟାଉନ୍ ପୋଲିସ ଉତ୍ତ୍ୟକ୍ତ ଲୋକଙ୍କ କବଳରୁ ଡ୍ରାଇଭରକୁ ଉଦ୍ଧାର କରିବା ସମୟରେ ଲୋକଙ୍କ ଆକ୍ରୋଶ ଦେଖିବା ପାଇଁ ମିଳିଥିଲା । ଲୋକେ ଟ୍ରକ୍ ଉପରକୁ ଢେଲା ପଥର ମାଡ଼ କରିବା ସହ ଟ୍ରକକୁ ଭଙ୍ଗାରୁଜା କରିଛନ୍ତି । ତେବେ ଡ୍ରାଇଭରକୁ ଉଦ୍ଧାର ପାଇଁ ପୋଲିସ ନାକେଦମ୍ ହୋଇଛି । ଉଦ୍ଧାର ସମୟରେ ମଧ୍ୟ ଲୋକେ ଡ୍ରାଇଭରକୁ ଆକ୍ରମଣ କରିବା ପାଇଁ ଉଦ୍ୟମ କରିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.