ପୋଲ ବାଡାରେ ଧକ୍କା ହେଲା ବାଇକ୍, ତଳକୁ ଖସିପଡିଲେ ଆରୋହୀ

Published By : Prameya-News7 Bureau | January 07, 2021 IST

ବାରିପଦା ୭।୧: ମୟୁରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ଥାନା ଅଧିନ କତରା ପୋଲ ବାଡାକୁ ଧକ୍କା ଦେଲା ବାଇକ୍ । ପୋଲ ତଳକୁ ଖସିପ ବାଇକ୍ ଆରହୀ ଗୁରୁତର ହୋଇଛନ୍ତି ।

{"id":388429,"sizeSlug":"large","linkDestination":"none"}

ସୂଚନାଯୋଗ୍ୟ ଯେ, ବାଇକ୍ ଆରୋହୀ ବାଙ୍ଗିରିପୋଷି ଥାନା ଅଧିନ ପଥୁରି ନିକଟସ୍ଥ କତରା ନଦୀ ପୋଲ ପାର ହେଉଥିବା ବେଳେ ଭାରସାମ୍ୟ ହରାଇ ପୋଲ ବାଡ଼ାରେ ପିଟି ହୋଇଯାଇଥିଲେ । ଫଳରେ ଆରୋହୀ ଜଣଙ୍କ ପୋଲ ତଳକୁ ଖସିପଡି ଗୁରୁତର ହେଇଛନ୍ତି । ସ୍ଥାନୀୟ ଲୋକମାନେ ସଂଗେ ସଂଗେ ଘଟଣା ସ୍ଥଳରେ ପହଞ୍ଚି ଗୁରୁତର ବାଇକ୍ ଆରୋହୀଙ୍କୁ ଉଦ୍ଧାର କରି ୧୦୮ଆମ୍ବୁଲାନ୍ସ ଯୋଗେ ଡାକ୍ତରଖାନା ପଠାଇଥିଲେ । ବାଇକ୍ ଆରୋହୀଙ୍କ ପରିଚୟ ମିଳିପାରିନାହିଁ ।

{"id":388433,"sizeSlug":"large","linkDestination":"none"}

ଗତ କିଛି ବର୍ଷ ଧରି ବାଙ୍ଗିରିପୋଷି ଘାଟି ଏବଂ ଆଖପାଖ ଅଞ୍ଚଳରେ ନିୟମିତ ଭାବରେ ଦୁର୍ଘଟଣା ବଢି ଚାଲିଛି । ହେଲେ ପ୍ରଶାସନ ବର୍ତ୍ତମାନ ଯାଏଁ କେବଳ ସମୀକ୍ଷା କରି ଚୁପ୍ ବସିଛି । ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ବହୁ ଦିନରୁ ଆସନ୍ତୋଷ ଲାଗି ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.