ରଖେ ହରି ମାରେ କିଏ : ବସ୍ ଚକ ତଳେ ପଡି ବର୍ତ୍ତିଗଲେ ବାଇକ୍ ଚାଳକ

Published By : Prameya-News7 Bureau | February 13, 2020 IST

କୋଏମ୍ବାଟୁର ୧୩।୨: କଥାରେ ଅଛି ରଖେ ହରି ମାରେ କିଏ । ଯାହାର ଏକ ଜ୍ବଳନ୍ତ ଉଦାହରଣ ତାମିଲନାଡୁ କୋଏମ୍ବାଟୁରରେ ଦେଖିବାକୁ ମିଳିଛି । ଏଭଳି ଏକ ଘଟଣା କ୍ୟାମେରାରେ କଏଦ ହୋଇଛି ଯାହାକୁ ଦେଖିବା ପରେ ଯେ କେହି ବି ଥରି ଉଠିବ । ଏଭଳି ଘଟଣା କେବଳ ଏକ ଚମତ୍କାର ହିଁ ହୋଇପାରେ । ଜଣେ ବାଇକ୍ ଚାଳକ କିଭଳି ବସ୍ ଚକା ତଳେ ପଡି ମଧ୍ୟ ଜୀବିତ ଉଦ୍ଧାର ହୋଇଛନ୍ତି । ସେ ସବୁର ଦୃଶ୍ୟ ସିସିଟିଭି କ୍ୟାମେରାରେ କଏଦ ହୋଇଛି ।

{"id":223934,"sizeSlug":"large"}

ଭିଡିଓରେ ଦେଖିବାକୁ ମିଳିଛି ଯେ, କୋଏମ୍ବାଟୁର ଏକ ଜନଗହଳିପୂର୍ଣ୍ଣ ରାସ୍ତାରେ ଗାଡିମଟର ଯିବାଆସିବା କରୁଛି । ହଠାତ୍ ଜଣେ ବାଇକ୍ ଚାଳକ ଏକ ଯାତ୍ରୀବାହୀ ବସ୍ ର ଚକା ତଳେ ପଡି ଯାଉଛନ୍ତି । ବାଇକ୍ ସହ ଚାଳକଙ୍କୁ କିଛି ଦୂର ଘୋଷାଡି ମଧ୍ୟ ନେଉଛି ବସ୍ । କିଛି ଦୂରରେ ବସ୍ ଟି ଅଟକୁଛି । ବସ୍ ରେ ଥିବା ଯାତ୍ରୀମାନେ ତଳକୁ ଓହ୍ଲାଇ ଆସି ବସ୍ ଚକା ତଳରେ ପଶିଯାଇଥିବା ଚାଳକଙ୍କ ନିକଟକୁ ଆସୁଛନ୍ତି । ଯାତ୍ରୀମାନେ ସେଠାରେ ବାଇକ୍ ଚାଳକଙ୍କୁ ଉଦ୍ଧାର କରୁଛନ୍ତି ।  ବାଇକ୍ ଚାଳକ ଜଣଙ୍କ ନିଶ୍ଚିତ ମୃତ୍ୟୁ ମୁଖରୁ ବର୍ତ୍ତି ଯାଇଛନ୍ତି ।  ତାଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

wp:html /wp:html

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.