ଲକ୍‌ଡାଉନ୍‌ରେ ଶୂନ୍‌ଶାନ୍ ରାସ୍ତା ଦେଖି ୩୦୦ ସ୍ପିଡ୍‌ରେ ବାଇକ୍ ଚଲାଉଥିଲେ ଯୁବକ, ଭିଡିଓ ଭାଇରାଲ୍ ପରେ ଗିରଫ

Published By : Prameya-News7 Bureau | July 22, 2020 IST

ବେଙ୍ଗାଲୁରୁ ୨୨/୦୭ : କର୍ଣ୍ଣାଟକ ରାଜଧାନୀ ବେଙ୍ଗାଲୁରୁ ପୋଲିସ ଜଣେ ବାଇକର୍‌କୁ ଓଭର୍ ସ୍ପିଡ଼ରେ ବାଇକ୍ ଚଲାଇଥିବା ଯୋଗୁଁ ଗିରଫ କରିଛି | ଯୁବକ ଜଣକ ସହରର ଇଲେକ୍ଟ୍ରୋନିକ ସିଟି ଫ୍ଲାଏଓଭରରେ ନିଜର ସୁପର୍ ବାଇକ୍ Yamaha R1 ଘଣ୍ଟାପ୍ରତି ପାଖାପାଖି ୩୦୦ କିମି ସ୍ପିଡ଼ରେ ଚଲାଉଥିଲେ | ଯୁବକଙ୍କ ବାଇକ୍ ଚଳାଇବା ଭିଡିଓ ଭାଇରାଲ୍ ହେବାପରେ ପଲିସ ତାଙ୍କୁ ଗିରଫ କରିଛି |

{"id":303959,"sizeSlug":"large"}

ବେଙ୍ଗାଲୁରୁ ପୋଲିସ ଏକ ପୋଷ୍ଟ କରି ସୂଚନା ଦେଇଛି ଯେ ଯୁବକଙ୍କ ବାଇକକୁ ଟ୍ରାଫିକ ପୋଲିସକୁ ହସ୍ତାନ୍ତର କରାଯାଇଛି | ଯୁବକ ଜଣକ ଘଣ୍ଟା ପ୍ରତି ୨୯୯ କିମି ସ୍ପିଡ଼ରେ ବାଇକ୍ ଚଲାଉଥିବା ଭାଇରାଲ ହୋଇଥିବା ଭିଡିଓରେ ଦେଖିବାକୁ ମିଳିଛି | କେହି ଜଣେ ଯୁବକର ଭିଡିଓ ରେକର୍ଡିଙ୍ଗ କରି ଇନ୍ସଟାଗ୍ରାମରେ ପୋଷ୍ଟ କରିଥିଲା | ଇନ୍ସଟାଗ୍ରାମରୁ ଯୁବକଙ୍କ ଭିଡିଓ ଭାଇରାଲ ହୋଇଥିଲା ଓ ଭିଡିଓ ପୋଲିସ ପର୍ଯ୍ୟନ୍ତ ମଧ୍ୟ ପହଞ୍ଚିଥିଲା | ପୋଲିସ ଯୁବକକୁ ଟ୍ରେସ୍ କରି ଗିରଫ କରିଛି |

{"id":303960,"sizeSlug":"large"}

କରୋନା ଲକଡାଉନ ଯୋଗୁଁ ସହରରେ ଟ୍ରାଫିକ ନାହିଁ | ସେଥିପାଇଁ ଶୂନଶାନ ରାସ୍ତାର ଫାଇଦା ଉଠାଇ ବାଇକର ଫୁଲ ସ୍ପିଡ଼ରେ ବାଇକ ଚଲାଉଛନ୍ତି | ଯୁବକ ଜଣକ ଏତେ ସ୍ପିଡ଼ରେ ବାଇକ ଚଲାଉଥିଲେ କିନ୍ତୁ କିଛି ଦୂର ଯିବା ପରେ ଆଗରେ ଟ୍ରାଫିକ ଦେଖି ବାଇକ ସ୍ପିଡ଼ କମ କରିଦେଇଥିବା ଭିଡିଓରେ ଦେଖିପାରିବେ | କିନ୍ତୁ ଖାଲି ରାସ୍ତା ଦେଖିବା ପରେ ପୁଣି ସ୍ପିଡ଼ ବଢ଼ାଇ ଦେଇଛନ୍ତି | 

wp:core-embed/twitter {"url":"https://twitter.com/HMLokesh/status/1285501990672330753","type":"rich","providerNameSlug":"twitter","className":""}
https://twitter.com/HMLokesh/status/1285501990672330753
/wp:core-embed/twitter

ସୂଚନାଯୋଗ୍ୟ ଯେ, ବାଇକଟି ପୁରୁଣା ଜେନେରେସନ Yamaha R1 ଯେଉଁଥିରେ ଆଫ୍ଟରମାର୍କେଟ ପର୍ଟ୍ସ ଲଗାଯାଇଛି | ଏହିଭଳି ସୁପର ବାଇକ ନେଇ ସାଧାରଣ ରାସ୍ତାରେ ଏତେ ସ୍ପିଡ଼ରେ ଚଲାଇବା ବୋକାମୀ ବୋଲି କହିଛି ପୋଲିସ | ସେ ନିଜ ସହ ଅନ୍ୟମାନଙ୍କ ଜୀବନକୁ ବିପଦରେ ପକାଇବା ଭଳି କାମ ବୋଲି ପୋଲିସ କହିଛି | 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.