ଟ୍ରକ ଧକ୍କାରେ ଜଣକର ମୃତ୍ୟୁ ପରେ ଉତ୍ୟକ୍ତ ଲୋକଙ୍କ ଟାୟାର ଜାଳି ରାସ୍ତା ଅବରୋଧ
Published By : Prameya-News7 Bureau | July 26, 2018 IST
ଅନୁଗୁଳ କଣିହାଁ ବଲାଙ୍ଗି ଠାରେ ଟ୍ରକ ଧକ୍କାରେ ଜଣକର ମୃତ୍ୟୁ ହୋଇଛି । ମୃତକ ହେଲେ ବଲାଙ୍ଗି ଗାଁର କୁନା ବାରିକ। ଦୁର୍ଘଟଣା ପରେ କୁନାକୁ କଣିହାଁ ଡାକ୍ତରଖାନା କୁ ନିଆ ଯାଇଥିଲା। ସେଠି ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ। ଏବେ ପରିବାର ଆଉ ଗ୍ରାମବାସୀ ଘଟଣା ସ୍ଥଳରେ ଶବ ରଖି ଟାୟାର ଜାଳି ରାସ୍ତା ଅବରୋଧ କରିଛନ୍ତି। ତେବେ ତାଳଚେରରୁ କାମ ସାରି ଘରକୁ ଫେରୁଥିଲା ବେଳେ କୋଇଲା ବୋଝେଇ ଟ୍ରକ ଧକ୍କା ଦେଇଥିଲା। ଟ୍ରକ ଧକ୍କା ଦେଇ ଫେରାର ହୋଇଯାଇଥିଲା । ସମଲ ଥାନା ଘଟଣା ସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା ଜାରି ରଖିଛି ।