ବାଇକ ଆରୋହୀଙ୍କ ଉପରେ ଚଢ଼ିଗଲା ବସ ; ବାଇକ ଆରୋହୀ ମୃତ

Published By : Prameya-News7 Bureau | August 02, 2018 IST

ସୁବର୍ଣ୍ଣପୁର ଜ଼ୀଲ୍ଲା ବିରମହରାଜପୁର ଥାନା ଅନ୍ତର୍ଗତ ଭୁଦୋବର ଗାଁ ନିକଟରେ ବାଇକ ଚାଳକ ଉପରେ ଚଢ଼ିଲା ଯାତ୍ରୀବାହି ବସ । ଘଟଣାସ୍ଥଳ ରେ ବାଇକ ଆରୋହିଙ୍କୁ ମୃତ୍ୟୁ ହୋଇଛି । ତେବେ ବସ ଡ୍ରାଇଭର ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି । ମୃତକ ଜଣକ ହେଲେ କାନପୁର ଗାଁ ର ପୂର୍ଣ୍ଣଚନ୍ଦ୍ର ବାଦି । ମିଳିଥିବା ସୂଚନା ଅନୁସାରେ ପୂର୍ଣ୍ଣଚନ୍ଦ୍ର କୌଣସି କାମ ରେ ସୋନପୁର ରୁ କାନପୁର କୁ ଫେରୁଥଲେ । ବିରମହରାଜପୁର ରୁ ଯାତ୍ରୀ ନେଇ ଯାଉଥିବା ଟାଇଗର ନାମକ ଘରୋଇ ବସ ଭାରସାମ୍ୟ ହରାଇ ପୂର୍ଣଙ୍କ ଉପରେ ଚଢିଯାଇଥିଲା । ତେବେ ଏହି ଘଟଣା କୁ ନେଇ ଘଟଣାସ୍ଥଳ ରେ ଚାପା ଉତ୍ତେଜନ ଦେଖା ଦେଇ ଥିବା ବେଳେ ପରିବାର ଲୋକଙ୍କୁ କ୍ଷତି ପୂରଣ ଦାବି ହୋଇଛି।ଘଟଣାସ୍ଥଳରେ ପୋଲିସ ପହଂଚି ଶବ ଜବତ କରିବା ସହ ଅନୁସନ୍ଧାନ ଜାରି ରଖିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.