ଅଜବ ଟ୍ରାଫିକ୍ ଗଜବ ନିୟମ, ବାଇକ୍ ଆରୋହୀଙ୍କୁ ସିଟ୍ ବେଲ୍ଟ ଫାଇନ୍

Published By : Prameya-News7 Bureau | December 07, 2019 IST

ନବରଙ୍ଗପୁର ୭।୧୨: ଦେଶବ୍ୟାପୀ ନୂତନ ମୋଟର ଯାନ ଆଇନ ଲାଗୁ ହୋଇଛି । ଯାଞ୍ଚ ମଧ୍ୟ କଡା କଡି କରାଯାଇଛି ।  ଯାଞ୍ଚ ସମୟରେ ହେଲମେଟ୍ ନପିନ୍ଧିଲେ, ସିଟ୍ ବେଲ୍ଟ ନ ବାନ୍ଧିଲେ,  ଗାଡି ଚଳାଇବା ବେଳେ ଫୋନରେ କଥା ହେଉଥିଲେ, ନାବାଳକ ଗାଡି ଚଳାଉଥିଲେ ଏବଂ ତ୍ରୁଟି ପୂର୍ଣ୍ଣ ତଥା ଦ୍ରୁତ ଗତିରେ ଗାଡି ଚାଳନା ସହ ବାଇକରେ ତିନିରୁ ଅଧିକ ଯାତ୍ରୀ ବସିଥିଲେ ସେମାନଙ୍କଠାରୁ ଫାଇନ ଆଦାୟ ସହ ଚାଲାଣ କଟାଯାଉଛି । ହେଲେ ବିଭିନ୍ନ ସ୍ଥାନରୁ ତ୍ରୁଟିପୂର୍ଣ୍ଣ ଘଟଣାମାନ ସାମ୍ନାକୁ ଆସୁଛି । କେତେବେଳେ କେତେବେଳେ ହେଲମେଟ୍ ପାଇଁ କାର୍ ଚାଳକଙ୍କ ଚାଲାଣ କଟିଲାଣି ତ କେତେବେଳେ ଗାଡି ଘରେ ଥାଇ ମଧ୍ୟ କଟୁଛି ଚାଲାଣ । ଏତିମି ଏକ ଘଟଣା ନବରଙ୍ଗପୁର ଜିଲ୍ଲାରେ ଦେଖିବାକୁ ମିଳିଛି । ସିଟ୍ ବେଲ୍ଟ ନପିନ୍ଧିବାରୁ କାର୍ ଚାଳକଙ୍କର କଟିଛି ଚାଲାଣ ।

{"id":194847,"sizeSlug":"large"}

ସୂଚନାଯୋଗ୍ୟ ଯେ, ନବରଙ୍ଗପୁର ପାପଡାହାଣ୍ଡି ବ୍ଲକ୍ ବି କଣ୍ଟାସରୁ ଗ୍ରାମର ପୁରନ ପୂଜାରୀଙ୍କର ଟିଭିଏସ ଏକସେଲ ବାଇକଟି ଅଛି । ତେବେ ସିଟ୍ ବେଲ୍ଟ ପିନ୍ଧି ନ ଥିବାରୁ ତାଙ୍କର ଚାଲାଣ କାଟିଛି କଳାହାଣ୍ଡି ଆରଟିଓ । ସେ କଳାହାଣ୍ଡି ଯାଇ ନାହାନ୍ତି ହେଲେ ଚାଲାଣ କଟିଛି ହଜାରେର । କଳାହାଣ୍ଡି ପୋଲିସ ତରଫରୁ ଚାଲାଣ ନମ୍ବର ଓଆର ୩୬୧୮ ୯୧୯୧୨୦୨୧୯୨୭୦୦ ରେ ଚାଲାଣ କଟାଯାଇଥିବା ନେଇ  ତାଙ୍କ ମୋବାଇଲକୁ ମେସେଜ ଆସିଥିଲା  । ତେବେ ମେସେଜ  ଇଂରାଜୀରେ ଲେଖା ହୋଇଥିବାରୁ  ସେ ଇଂରାଜୀରେ କଣ ଲେଖା ହୋଇଛି ତାହା ଜାଣି ନ ପାରି ଜଣେ ସମ୍ପର୍କୀୟଙ୍କୁ ଦେଖାଇଥିଲେ । ତେବେ ଯୁବକଙ୍କ ଠାରୁ ଫାଇନ ବାବଦରେ ଜାଣିଥିଲେ । ପରେ  ପୁରନ ଏହି ମେସେଜକୁ ନେଇ ଯେଉଁ  ଟିଭିଏସ ସୋ ରୁମରୁ ଏହି ବାଇକ୍ କିଣିଥିଲେ ସେହି ସୋରୁମ ମାଲିକଙ୍କୁ ଦେଖାଇଥିଲେ । 

{"id":194848,"sizeSlug":"large"}

ସେମାନେ କହିଥିଲେ  କଳାହାଣ୍ଡି ଆରଟିଓଙ୍କ ଠାରୁ ଫାଇନ ବାନ୍ଧିବା ନେଇ ମେସେଜ ଆସିଛି ।  ଯାହାକୁ ନେଇ ଚକିତ ହୋଇଯାଇଥିଲେ ପୁରନ ।  କାରଣ  ପୁରନଙ୍କ  ସେହି ଦିନ ନିଜ ବିଲରେ କାମ କରୁଥିବାବେଳେ କିମ୍ବା ତା ପୂର୍ବରୁ ନିଜ ବାଇକରେ କେବେ କଳାହାଣ୍ଡି ଯାଇ ନ ଥିବା ବେଳେ ଏବଂ ତାଙ୍କ ବାଇକ ନିଜ ପାଖରେ ଥିବା ବେଳେ କେହି କେବେ ତାକୁ ନେଇ କଳାହାଣ୍ଡି ଯାଇ ନ ଥିବାବେଳେ କାହିଁକି ଏହି ଚାଲାଣ କଟିଲା ତାହାକୁ ନେଇ ପୁରନ ଆଶ୍ଚର୍ଯ୍ୟ ହୋଇଯାଇଥିଲେ ।  ତେବେ କଳାହାଣ୍ଡି ଆରଟିଓଙ୍କ ନାମରେ ଆସିଥିବା ଏହି ଚାଲାଣ ନମ୍ବର କେଉଁ ବାବଦକୁ ଚାଲାଣ କଟିଛି ସେ  ବାବଦରେ ସେହି ମୋବାଇଲ ମେସେଜ ରେ ଆସିଥିବା ଅନ ଲାଇନ ଅଡ୍ରେସରେ  ଯାଞ୍ଚ କଲେ ଗାଡି ଚାଳକ ପୁରନ ବାଇକ ରେ ସିଟ ବେଲ୍ଟ ବାନ୍ଧି ନଥିବାରୁ ଏକ ହଜାର ଟଙ୍କା ଚାଲାଣ କଟିଥିବା ଦେଖାଦେଉଛି ।  

{"id":194849,"sizeSlug":"large"}

ଅପରପକ୍ଷରେ   ସେ ଏହି ଫାଇନକୁ ତ୍ରୁଟିପୂର୍ଣ୍ଣ କହି ଫାଇନ ନ ବାନ୍ଧିବା ନେଇ ରୋକଠୋକ କହିଛନ୍ତି ପୁରନ ।  ନିଜେ ଚାଷ କରି ବହୁ କଷ୍ଟରେ ଗୁଜୁରାଣ ମେଣ୍ଟାଉ ଥିବାବେଳେ  କିଭଳି ଦୋଷ ନ କରି କାହିଁକି ଫାଇନ ବାନ୍ଧିବେ ବୋଲି କହିଛନ୍ତି ପୁରନଙ୍କ ବାପା ।  ଫାଇନ କରାଯାଇଥିବା ତାରିଖ ଦିନ ତାଙ୍କ ପୁଅ ଚାଷୀ ହୋଇଥିବାରୁ ବିଲରେ କାମରେ ଥିବା କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.