Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକଣା କଡାକଡି କଲା ହଙ୍ଗକଙ୍ଗ, ବାହାର ଦେଶର ନାଗରିକଙ୍କ ପ୍ରବେଶ ଉପରେ ରୋକ୍
  • ||
  • ଟଳିଗଲା ମୃତ୍ୟୁ, ଅଳ୍ପକେ ମରଣ ମୁହଁରୁ ବର୍ତ୍ତିଲେ କଲେଜ ଛାତ୍ରୀ ଓ ସ୍କୁଟି ଚାଳକ : ସିସିଟିଭିରେ ଛାତିଥରା ଦୃଶ୍ୟ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୧୧କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୨୮ କରୋନା ସଂକ୍ରମିତ, ୧୦୪୯୧୦୮ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୬ ହଜାରରୁ ଅଧିକ କରୋନା ପଜିଟିଭ୍, ୧୯୦ ମୃତ
  • ||
  • ହଠାତ ହେଲା ବରଫ ଝଡ, ପବ୍‌ରେ ଫସିଗଲେ ୬୧ ଗ୍ରାହକ : ୩ ଦିନ ପରେ ଉଦ୍ଧାର
  • ||
  • ମା’ ସୁରେଶ୍ୱରୀ ମନ୍ଦିରରୁ ଚୋରି, ନେଇଗଲେ ଦେବୀଙ୍କ ରୁପା ମୁକୁଟ
  • ||
  • ବୁଧବାରଠୁ କମ୍ପିବ ବିଧାନସଭା, ଅଧିବେଶନ ପୂର୍ବରୁ ରଣନୀତି ପ୍ରସ୍ତୁତ କରିବେ ଶାସକ ଓ ବିରୋଧି
  • ||
  • ଆସୁଛି ବାତ୍ୟା ‘ଜଓ୍ୱାଦ’, ୪ ତାରିଖରେ କରିବ ଲ୍ୟାଣ୍ଡଫଲ
  • ||
  • ଜଗତସିଂହପୁରରେ ‘ସାଗର କବଚ ଓଡି-୨୧’, ସମରାଭ୍ୟାସରେ ସାମିଲ ଭାରତୀୟ ତଟରକ୍ଷୀ ବାହିନୀ ଓ ମେରାଇନ୍ ପୋଲିସ
  • ||

ଯୁବକଙ୍କୁ ମରଣାନ୍ତକ ଆକ୍ରମଣ କରି ବାଇକ୍ ଆରୋହୀ ଫେରାର

24/01/2020 at 2:19 PM

ଝାରସୁଗୁଡା ୨୪।୧: ଝାରସୁଗୁଡା ଜିଲ୍ଲା ବ୍ରଜରାଜନଗର ସହରରେ ଅସାମାଜିକ ଗୁଣ୍ଡା ଶ୍ରେଣୀର ଲୋକଙ୍କ ପ୍ରଭାବ କମିବାର ନାଁ ନେଉନି । ଆଜି ପୁଣି ବ୍ରଜରାଜନଗର ଥାନା ନିକଟରେ ରହିଥିବା ଜଗନ୍ନାଥ ମନ୍ଦିର ନିକଟରେ ଠିଆ ହୋଇଥିବା ବେଳେ ଜଣେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ କରି ବାଇକ୍ ଆରୋହୀ ଫେରାର୍ ହୋଇଯାଇଛି ।

ବ୍ରଜରାଜନଗର ଅଞ୍ଚଳର ଜଣେ ହୃଦରୋଗୀ ଯୁବକ ସୋନୁ ଦାସ କିଛି ଛୋଟପିଲାଙ୍କ ସହ କଥା ହେଉଥିବା ବେଳେ ହଠାତ୍ ଜଣେ ଯୁବକ ନିଜ ବାଇକରୁ ଓହ୍ଲାଇ ସୋନୁକୁ ଆକ୍ରମଣ କରିଥିଲା । ପରେ ସୋନୁ ତାକୁ ପ୍ରତିହତ କରିବାରୁ ନିଜ ପକେଟରୁ ଭୁଜାଲି ବାହାର କରି ଯୁବକ ଜଣଙ୍କ ସୋନୁକୁ ପେଟରେ ଭୁସିବାକୁ ଉଦ୍ୟମ କରିଥିଲା ।

ସୌଭାଗ୍ୟକ୍ରମେ ସୋନୁ ବଞ୍ଚିଯାଇଥିବା ବେଳେ ତାର ଦୁଇ ହାତରେ ଗଭୀର କ୍ଷତ ଯୋଗୁଁ ରକ୍ତସ୍ରାବ ବନ୍ଦ ହେଉ ନଥିବାରୁ ମଣ୍ଡଳିଆ ସ୍ଥିତ କେନ୍ଦ୍ରୀୟ ହସ୍ପିଟାଲରେ ପ୍ରାଥମିକ ଚିକିତ୍ସା ପରେ ବୁର୍ଲା ସ୍ଥାନାନ୍ତର କରାଯାଇଛି । ଆକ୍ରମଣକାରୀ ଫେରାର ହୋଇଯାଇଥିବା ବେଳେ ବ୍ରଜରାଜନଗର ପୋଲିସ ତାକୁ ଖୋଜିବାକୁ ଉଦ୍ୟମ ଜାରି ରଖିଛି ।

   Related Posts