୬୦ ହଜାର ଟଙ୍କାରୁ କମ୍ରେ ମିଳୁଥିବା ୧୦୦ କିଲୋମିଟର ପର୍ଯ୍ୟନ୍ତ ମାଇଲେଜ୍ ଥିବା ବାଇକ୍
31/12/2019 at 1:27 PM

ନୂଆଦିଲ୍ଲୀ ୩୧।୧୨ – ଏବେ ଭାରତରେ ବିଭିନ୍ନ ଦୁଇ ଟକିଆ ବାହାନକୁ ସେଲ୍ ସିଜିନ୍ ଆରମ୍ଭ ହୋଇଛି । ସ୍ପୋର୍ଟ ବାଇକ୍ର ବିଭିନ୍ନ ସ୍ୱରୂପ ଏବେ ଯୁବ ଗୋଷ୍ଠୀଙ୍କ ପାଇଁ ଉପଲବ୍ଧ ଥିବା ବେଳେଅଧିକ ମାଇଲେଜ୍ ଚାହୁଁଥିବା ଗ୍ରାହକମାନଙ୍କ ପାଇଁ ଅନ୍ୟ ଭାରିଏଣ୍ଟର ବାଇକ୍ ମଧ୍ୟ ଉପଲବ୍ଧ ରହିଛି । ୬୦ ହଜାର ଟଙ୍କା ମଧ୍ୟରେ ଏଭି ବିଭିନ୍ନ ପ୍ରକାରର ମାଇଲେଜ୍ ଥିବା ବାଇକ୍ ଉପଲବ୍ଧ ।
୬୦ ହଜାର ଟଙ୍କା ମଧ୍ୟରେ ଏବେ ଏତେ ପ୍ରକାରର ବାଇକ୍ ମିଳୁଛି ।
ହିରୋ ସ୍ପ୍ଲେଣ୍ଡର ପ୍ଲସ – ଭାରତୀୟ ବଜାରରେ ହିରୋର ବାଇକ୍ ମାଇଲେଜ୍ ପାଇଁ ପ୍ରସିଦ୍ଧ । ହିରୋ ସ୍ପ୍ଲେଣ୍ଡର ପ୍ଲସର ମାଇଲେଜ୍ ବି ବେଶ୍ ଭଲ । ଏହାର ଇଞ୍ଜିନର କ୍ଷମତା ୯୭.୨ ସିସି । ୮.୨୪ ବିଏଚ୍ପି ପାଓ୍ୱାର । ଏଥିରେ ୪ ସ୍ପିଡ୍ ଟ୍ରାନସ୍ମିଶନ ରହିଛି । କମ୍ପାନୀର ସୂଚନା ଅନୁସାରେ ଏହି ବାଇକ୍ ୮୦ କିଲୋମିଟର ପ୍ରତି ଲିଟର ମାଇଲେଜ୍ ଦେଉଛି । ସୋ-ରୁମ୍ରେ ଏହାର ପ୍ରାଇସ୍ ୫୦,୮୬୦ ଟଙ୍କା ରହିଛି ।

ହିରୋ ଏଚ୍ଏଫ୍ ଡିଲକ୍ସ – ହିରୋ ଏଚ୍ଏଫ୍ ଡିଲକ୍ସ ଭାରତୀୟ ବଜାରର ୯୭.୨ ସିସି ଇଞ୍ଜିନ ସହ ୮.୩୬ପିଏସ୍ ପାଓ୍ୱାର ଦେଉଛି । ଏହା ସହ କମ୍ପାନୀ ୫ ବର୍ଷର ଓ୍ୱାରେଣ୍ଟି ଦେଉଛି । କମ୍ପାନୀର ସୂଚନା ଅନୁସାରେ ଏହା ପ୍ରତି ଲିଟର ୮୨ କିଲୋମଟିର ମାଇଲେଜ୍ ଦେବ । ଏହାର ସୋ ରୁମ୍ ପ୍ରାଇସ୍ ୩୮,୯୯୦ ଟଙ୍କା ।

ବାଜାଜ ସିଟି ୧୦୦ – ବାଜାଜ ସିଟି ୧୦୦ରେ ୧୦୨ ସିସିର ଇଞ୍ଜିନ ରହିଛି । ୭.୭ ପିଏସ୍ ପାଓ୍ୱାର । ମାଇଲେଜ୍ରେ ଏହା ସମସ୍ତଙ୍କ ଠାରୁ ଆଗୁଆ । ଏକ ଲିଟର ପେଟ୍ରୋଲରେ ଏହା ୯୯ରୁ ୧୦୦ କିଲୋମିଟର ପର୍ଯ୍ୟନ୍ତ ମାଇଲେଜ୍ ଦେଉଥିବା କଥା କମ୍ପାନୀ ପକ୍ଷରୁ ଦାବି କରାଯାଇଛି । ଏକ୍ସ ସୋରୁମ୍ରେ ଏହା ଦର ୩୩,୭୨୨ ଟଙ୍କା । ଏବେ ବାଜାଜ ସିଟି ୧୦୦ରେ ସେଲ୍ଫ ଷ୍ଟାର୍ଟ ବିକଳ୍ପ ବି ଉପଲବ୍ଧ ।

ଟିଭିଏସ୍ ସ୍ପୋର୍ଟ – ଟିଭିଏସ୍ର ଏହି ବାଇକ୍ ୩୫,୯୯୦ ଟଙ୍କାରେ ଉପଲବ୍ଧ । ଏହି ବାଇକ୍ରେ ୯୯.୭ ସିସିର ଇଞ୍ଜନ ରହିଛି । ଏଥିରେ ୭.୪ ପିଏସ୍ର ପାଓ୍ୱାର ଦିଆଯାଇଛି ।ବାଇକ୍ରେ ମାଇଲେଜ୍ର ପ୍ରତି ଲିଟର ୯୫ କିଲୋମିଟର ବୋଲି କମ୍ପାନୀ ପକ୍ଷରୁ ଦାବି କରାଯାଇଛି । ଏହା ସହ କମ୍ପାନୀ ୩ ବର୍ଷର ଓ୍ୱାରେଣ୍ଟି ଦେଉଛି ।

ବାଜାଜ ପ୍ଲାଟିନା ୧୧୦ – ବାଜାଜ ପ୍ଲାଟିନା ଏହାର ମାଇଲେଜ୍ ପାଇଁ ବେଶ୍ ପ୍ରସିଦ୍ଧ ଏଥିରେ ୧୧୫ ସିସିର ଇଞ୍ଜିନ ୭.୯ ପିଏସ୍ ପାଓ୍ୱାର ସହ ମିଳୁଛି । ପ୍ରତି ଲିଟରେ ଏହା ୮୦ କିଲୋମିଟର ମାଇଲେଜ୍ ଦେଉଛି । ସୋ ରୁମ୍ରେ ଏହାର ଦର ପ୍ରାୟ ୫୦,୬୬୨ ଟଙ୍କା । ଏହା ସହ କମ୍ପାନୀ ୨ ବର୍ଷର ଓ୍ୱାରେଣ୍ଟି ଦେଉଛି ।

ୟାମାହା ସ୍ୟାଲୁଟୋ ଆରଏକ୍ସ- ୟାମାହା ସ୍ୟାଲୁଟୋ ଆରଏକ୍ସ ବି ଏକ ଲିଟରରେ ପ୍ରାୟ ୮୨ କିଲୋମିଟର ମାଇଲେଜ୍ ଦେଉଛି । ଏହାର ଦମଦାର ଇଞ୍ଜିନ ୧୧୦ ସିସି ବିଶିଷ୍ଟ । ଦିଲ୍ଲୀରେ ସୋ ରୁମ୍ ପ୍ରାଇସ୍ ୫୩,୮୮୪ ଟଙ୍କା ରହିଥିବା ବେଳେ ଓଡିଶାରେ ଏହା ୫୫ ହଜାର ଟଙ୍କାରୁ ସାମାନ୍ୟ ଅଧିକ
