Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଇପିଏଲ ୨୦୨୧ରେ ଉଡିଲା ଚେନ୍ନାଇର ବିଜୟ ବାନା, କେକେଆରକୁ ୨୭ ରନରେ ହରାଇ ଚତୁର୍ଥ ଥର ଚାମ୍ପିଅନ
  • ||
  • ପଞ୍ଜାବ କଂଗ୍ରେସର ଅଧିନାୟକ ରହିବେ ସିଦ୍ଧୁ, ରାହୁଲଙ୍କୁ ଭେଟିବା ପରେ ଫେରାଇ ନେଲେ ଇସ୍ତଫା ପତ୍ର
  • ||
  • ସିଙ୍ଘୁ ବର୍ଡରରେ ଜଣେ ନିହଙ୍ଗଙ୍କ ଆତ୍ମ ସମର୍ପଣ, ଯୁବକଙ୍କ ହତ୍ୟାର ୧୫ ଘଣ୍ଟା ପରେ ସାମ୍ନାକୁ ଆସିଲା ପ୍ରଥମ ଅଭିଯୁକ୍ତ
  • ||
  • ପଣ୍ଡାଲ ଉପରେ ହୋଇଥିବା ଆକ୍ରମଣ ମଧ୍ୟରେ ବାଂଲାଦେଶ ପ୍ରଧାନମନ୍ତ୍ରୀ ଭାରତକୁ ଦେଲେ ଏହି ପରାମର୍ଶ
  • ||
  • ପୁଞ୍ଛରେ ଯବାନ-ଆତଙ୍କବାଦୀ ମୁହାଁମୁହିଁ, ୫ଦିନରେ ୭ ଯବାନ ସହିଦ: ରାଜପଥ ବନ୍ଦ, ଅପରେସନ୍ ଜାରି
  • ||
  • ଅକ୍ଟୋବର ୨୧ରୁ ଏକାଦଶ, ୨୫ରୁ ଖୋଲିବ ଅଷ୍ଟମ ଶ୍ରେଣୀ: ଗଣଶିକ୍ଷା ମନ୍ତ୍ରୀ
  • ||
  • ୨୫୦ ଲିଟର ଦେଶୀ ମଦ ଜବତ, ୫ ଗିରଫ
  • ||
  • ଅଭାବନୀୟ ଘଟଣା: ଯୁବକଙ୍କ ଗଳା କାଟି ବିଭତ୍ସ ହତ୍ୟା, କାରଣ ଅସ୍ପଷ୍ଟ
  • ||
  • ତେଲକୋଇ ରେଞ୍ଜରେ ହାତୀ ଆତଙ୍କ : ଘଉଡାଇଲା ବେଳେ ଅଳ୍ପକେ ବର୍ତ୍ତିଲେ ଚାଷୀ
  • ||
  • ସାଇକେଲରେ ଯାଉଥିଲେ କକା-ପୁତୁରା, ଟାଣି ଆଣି ଦଳିଦେଲା ହାତୀ
  • ||

ମାମୁଁ ଘରେ ବାଇକ୍ ଚୋରି କରୁଥିଲା ଭଣଜା, ଧରାପଡି ଏବେ ହାଜତରେ

10/07/2021 at 11:05 AM

ନୟାଗଡ଼,୧୦/୦୭: ମାମୁଁ ଘରକୁ ଆସିଥିଲା ଭଣଜା । ବାଇକ ଚୋରି କରି ଫେରାର ହେବା ବେଳେ ଧରାପଡିଗଲା । ଗୋଡାଇ ଗେଡାଇ ଧରିଲା ପୋଲିସ । ଏପରି ଏକ ଘଟଣା  ନୟାଗଡ ଜିଲ୍ଲା ଇଟାମାଟି ଥାନା ଅଞ୍ଚଳରେ ଚର୍ଚ୍ଚାର କେନ୍ଦ୍ର ପାଲଟିଛି ।

ସୂଚନାନୁସାରେ, ଇଟାମାଟି ଥାନା ଅନ୍ତର୍ଗତ ବାଉଁଶିଆପଡା ଗ୍ରାମରୁ ଚୋରି କରିନେଇଥିବା ଏକ ବାଇକକୁ ପୋଲିସ୍‌ ଜବତ କରିବା ସହ ଅଭିଯୁକ୍ତକୁ ଗିରଫ କରିଛି । ଏହାସହ ଅଭିଯୁକ୍ତକୁ କୋର୍ଟଚାଲାଣ କରାଯାଇଛି ।

ଗିରଫ ଅଭିଯୁକ୍ତ ହେଲା ଶ୍ରୀନିବାସ ପଣ୍ଡା(୨୧) ।  ଘର ପୁରୀ ଜିଲ୍ଲା ବ୍ରହ୍ମଗିରି ଥାନା ପଲ୍ଲୀ ଗ୍ରାମରେ ।  ସେ ଗତ ୩ତାରିଖରେ ବାଉଁଶିଆପଡ଼ା ମାମୁଁ ଘରକୁ ଆସିଥିଲା । ତେବେ,ମାମୁଙ୍କର ଜଣେ ସମ୍ପର୍କୀୟ ଆସିଥିବାବେଳେ ତାଙ୍କ ବାଇକ୍‌ଟିକୁ ଶ୍ରୀନିବାସ ଚୋରିକରି ନେଇଯାଇଥିଲା । ଥାନାରେ ଅଭିଯୋଗ ହେବା ପରେ ପୋଲିସ୍‌ ଶ୍ରୀନିବାସକୁ ଖୋର୍ଦ୍ଧା ଅଞ୍ଚଳରୁ ଗିରଫ କରିଥିଲା ।

   Related Posts