ବାଇକ ଉପରେ ଚଢ଼ିଗଲା ଟ୍ରକ, ଘଟଣାସ୍ଥଳରେ ଆରୋହୀ ମୃତ, ରାଜପଥ ଅବରୋଧ କଲେ ସ୍ଥାନୀୟ ଲୋକ

Published By : Prameya-News7 Bureau | January 24, 2022 IST

କଟକ, ୨୪/୦୨: ୫୫ ନମ୍ବର ଜାତୀୟ ରାଜପଥରେ ବାଇକ ଉପରେ ଚଢ଼ିଗଲା ଟ୍ରକ । ଫଳରେ ଘଟଣାସ୍ଥଳରେ ବାଇକ ଆରୋହୀଙ୍କର ମୃତ୍ୟୁ ଘଟିଛି । ଯାହାକୁ ନେଇ ଦୁର୍ଘଟଣାସ୍ଥଳ ଢେଙ୍କାନାଳ ଜିଲ୍ଲା ମୋଟଙ୍ଗା ଥାନା ଅନ୍ତର୍ଗତ ଇଟାପ ଛକରେ ଉତ୍ତେଜନା ପ୍ରକାଶ ପାଇଛି । ମୃତ ବାଇକ ଆରୋହୀ ସ୍ଥାନୀୟ ମଙ୍ଗଳପୁର ଗ୍ରାମର ଚିନ୍ତାମଣି ସାହୁ ବୋଲି ଜଣାପଡ଼ିଛି ।

ଏହାକୁ ନେଇ ସ୍ଥାନୀୟ ଲୋକେ ଉତ୍ତେଜିତ ହୋଇ ମୃତକର ପରିବାରକୁ କ୍ଷତିପୂରଣ ଦାବିରେ ୫୫ ନମ୍ବର ଜାତୀୟ ରାଜପଥକୁ ଟାୟାର ଜାଳି ଅବରୋଧ କରିଛନ୍ତି । ଘଟଣାସ୍ଥଳରେ ମୋଟଙ୍ଗା ପୋଲିସ ପହଂଚି ବୁଝା ସୁଝା ଜରିରଖିଥିବା ବେଳେ କ୍ଷତିପୂରଣ ଦାବିରେ ଲୋକମାନେ ଅଡ଼ି ବସିଛନ୍ତି । ଯାହା ଫଳରେ ଜାତୀୟ ରାଜପଥରେ ସାଧାରଣ ଯାତାୟାତ ସମ୍ପୂର୍ଣ୍ଣ ବଧାପ୍ରାପ୍ତ ହୋଇ କଟକ ସମ୍ବଲପୁର ମଧ୍ୟରେ ଯୋଗାଯୋଗ ଠପ ହୋଇଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.