ବାଇକକୁ ଧକ୍କା ହେଲା ଟ୍ରାକ୍ଟର, ଜଣେ ମୃତ

Published By : Prameya-News7 Bureau | September 25, 2020 IST

ଟାଙ୍ଗୀ, ୨୫।୦୯: ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅଧିନ ବାଲୁଗାଁ-ବାଣପୁର ରାସ୍ତାରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ଏକ ଟ୍ରାକ୍ଟର ସହ ବାଇକ ମୁଁହାମୁଁହି ଧକ୍କା ହେବାରୁ ବାଇକ ଆରୋହୀ ପ୍ରାଣ ହରାଇଛନ୍ତି।

ଏହାସହ ଅନ୍ୟ ଜଣେ ଗୁରୁତର ଆହତ ହୋଇ ବ୍ରହ୍ମପୁର ଏମକେସିଜି  ମେଡ଼ିକାଲରେ ଚିକିତ୍ସିତ ହେଉଛନ୍ତି। ମୃତକ ଜଣକ ବାଲୁଗାଁ ଥାନା କେକେ-ନୂଆଗାଁ ର ସଞ୍ଜୟ ବେହେରା । ଟ୍ରାକ୍ଟର ଡ୍ରାଇଭର୍ ବେପାରୁଆ ଗାଡି ଚାଳନା ଯୋଗୁଁ ଏଭଳି ଦୁର୍ଘଟଣା ଘଟିଛି ବୋଲି ବାଣପୁର ଥାନା ପକ୍ଷରୁ ସୂଚନା ଦିଆଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.