Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦକ୍ଷିଣ ଆଫ୍ରିକା ଗସ୍ତ ପାଇଁ ୧୮ ଜଣିଆ ଭାରତୀୟ ଦଳ ଘୋଷିତ, ଜାଣନ୍ତୁ କେଉଁ କେଉଁ ଖେଳାଳିଙ୍କୁ ମିଳିଲା ସ୍ଥାନ
  • ||
  • ରୋହିତ ଶର୍ମା ହେଲେ ଟିମ ଇଣ୍ଡିଆର ନୂତନ ଦିନିକିଆ ଅଧିନାୟକ, ବିରାଟଙ୍କୁ କେବଳ ଟେଷ୍ଟ ଦାୟିତ୍ଵ
  • ||
  • ଭୁବନେଶ୍ବର : ଗତ ଦୁଇ ବର୍ଷରେ ମାପ ଓ ଓଜନ ନିୟମ ଉଲଂଘନକାରୀଙ୍କଠୁ ଆଦାୟ ହୋଇଛି ୨ କୋଟି ୮୩ ଲକ୍ଷ ଟଙ୍କା : ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ
  • ||
  • ଭୁବନେଶ୍ବର : ଡିସେମ୍ବର ୯ରେ ବିଧାନସଭା ଘେରାଉ କରିବ ବିଜେପି ଯୁବମୋର୍ଚ୍ଚା : ଇରାଶିଷ୍ ଆଚାର୍ଯ୍ୟ
  • ||
  • ଭୁବନେଶ୍ବର : ଡ୍ରଗ୍ସ ମାଫିଆ ଶେଖ୍ ଆଜବାହାର ବାଲେଶ୍ଵର କୋର୍ଟରେ ହାଜର, ରାଜ୍ୟ ବାହାରେ ସମ୍ପତ୍ତି ଥିବା ନେଇ ମିଳିଛି ପ୍ରମାଣ
  • ||
  • ଅନୁଗୋଳ : ଆଖୁ ଖାଇବାକୁ ଆସି କୂଅରେ ଖସିପଡିଲା ଭାଲୁ, ବନ ବିଭାଗ କଲା ଉଦ୍ଧାର
  • ||
  • ଭୁବନେଶ୍ବର : କ୍ରାଇମବ୍ରାଞ୍ଚ ଏସଟିଏଫ୍‌ ଟାର୍ଗେଟ୍‌ରେ ବନ୍ୟପ୍ରାଣୀ ମାଫିଆ, ପ୍ରସ୍ତୁତ ହେଲା ମୋଷ୍ଟ ୱାଣ୍ଟେଡ ତାଲିକା
  • ||
  • ଚେନ୍ନାଇ : ତାମିଲନାଡୁ କୁନ୍ନୁରରେ ସିଡିଏସ୍ ବିପିନ ରାଓ୍ବତଙ୍କ ହେଲିକପ୍ଟର କ୍ରାସ୍
  • ||
  • ଭୁବନେଶ୍ବର : କୃଷି ଋଣ ଛାଡ ସହ ଫସଲ କ୍ଷୟକ୍ଷତି ଲାଗି ସ୍ବତନ୍ତ୍ର ପ୍ୟାକେଜ ଦାବି କଲା କଂଗ୍ରେସ
  • ||
  • ଭାରତୀୟ ବାୟୁସେନାର ବଢିବ ଶକ୍ତି, ଚାନ୍ଦୀପୁର ଘାଟିରୁ ‘ବ୍ରହ୍ମୋସ’ର ସଫଳ ପରୀକ୍ଷଣ
  • ||

ଗାଡି ଚୋରଙ୍କ ପ୍ରତି ସାବଧାନ ରହିବାକୁ ସ୍ୱେଚ୍ଛାସେବୀ ସଙ୍ଗଠନ କଲା ସଚେତନ

10/10/2020 at 10:22 PM

ବରଗଡ,୧୦|୧୦:   ପରୋପକାର କାର୍ଯ୍ୟ କରିବାରେ କେବଳ ଅର୍ଥ ହିଁ ଏକମାତ୍ର ମାଧ୍ୟମ ନୁହେଁ । ଏହାକୁ ପ୍ରମାଣିତ କରିଛନ୍ତି ବରଗଡ଼ର ଅଗ୍ରଣୀ ସ୍ବେଚ୍ଛାସେବୀ ସଂଗଠନ ଗିଫ୍ଟ ଅଫ ଲାଇଫ।

ସହରରେ ଦିନକୁ ଦିନ ଚୋରି ଡକାୟତି ବଢୁଥିବା ଯୋଗୁଁ ଲୋକେ ବର୍ତ୍ତମାନ ଚିନ୍ତିତ ଅଛନ୍ତି। ଗୋଟିଏ ପଟେ ମହାମାରୀ କରୋନା ଯୋଗୁଁ ଆର୍ଥିକ ସ୍ଥିତି ସମସ୍ତଙ୍କ ବିଗିଡି ଯାଇଥିବା ବେଳେ କଠିନ ପରିଶ୍ରମ କରି ଗାଡ଼ି ଖଣ୍ଡିଏ କିଣିଥିବା ଲୋକର ଯଦି କେହି ଦୁର୍ବୃତ୍ତ ଚୋରି କରିନିଏ ତାହେଲେ ବୋଝ ଉପରେ ନଳିତା ବିଡା ସଦୃଶ । ଏହାକୁ ଦୃଷ୍ଟିରେ ରଖି ବରଗଡ଼ର ଏହି ଅଗ୍ରଣୀ ସ୍ବେଚ୍ଛାସେବୀ ସଂଗଠନ ଗିଫ୍ଟ ଅଫ ଲାଇଫର ସଦସ୍ୟ ମାନେ ଲୋକଙ୍କୁ ସଚେତନ କରିବା ପାଇଁ ସହରର ବିଭିନ୍ନ ସ୍ଥାନରେ ଗାଡ଼ି ଚୋରଙ୍କ ପ୍ରତି ସାବଧାନ ରହିବାକୁ ପୋଷ୍ଟର ମାଧ୍ୟମରେ ଅନୁରୋଧ କରୁଛନ୍ତି।

ସଂଗଠନର ସମ୍ପାଦକ ସୁରଜ ମଲ୍ଲିକଙ୍କ ତତ୍ତ୍ଵାବଧାନରେ ପ୍ରମୁଖ ସଦସ୍ୟମାନେ ବରଗଡ଼ ସରକାରୀ ବସ୍ ଷ୍ଟେସନ, ସୁପର ମାର୍କେଟ, ବେସରକାରୀ ବସ୍ ଷ୍ଟେସନ ତଥା ଅନ୍ୟାନ୍ୟ ସ୍ଥାନରେ ସଚେତନତା ବାର୍ତ୍ତା ଲେଖାଥିବା ପୋଷ୍ଟର ମାରିଛନ୍ତି। ଏହି ମହତ କାର୍ଯ୍ୟ ପାଇଁ ବରଗଡ଼ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଗିଫ୍ଟ ଅଫ ଲାଇଫକୁ ପ୍ରଶଂସା କରାଯାଉଛି।

   Related Posts