ବାଇକରେ ଷ୍ଟଣ୍ଟ୍ ମନା : ଦ୍ୱିତୀୟ ଥର ଧରାପଡିଲେ ୨ ଲକ୍ଷ ଟଙ୍କା ଜରିମାନା, ବେଙ୍ଗାଲୁରୁ ପୋଲିସର କଡା ଆଇନ

Published By : Prameya-News7 Bureau | October 27, 2020 IST

ବେଙ୍ଗାଲୁରୁ, ୨୭୧୦ଏବେ ବେଆଇନ ଭାବେ ବାଇକରେ ଷ୍ଟଣ୍ଟ୍ କଲେ ଲାଗିବ ଭାରି ଜରିମାନା । ଗଣିବାକୁ ପଡିବ ତଣ୍ଡ । ବେଙ୍ଗାଲୁରୁ ଟ୍ରାଫିକ ପୋଲିସ ଏପରି ବେଆଇନ ଷ୍ଟଣ୍ଟ କରୁଥିବା ବାଇକରଙ୍କ ଉପରେ ଲଗାଇବ ୨ ଲକ୍ଷ ଟଙ୍କାର ପାଇନ୍ । ଏହାସହ ଏପରି ଷ୍ଟଣ୍ଟ କରି ପ୍ରଥମ ଥର ଧରାପଡିଲେ ଅଣ୍ଡରଟେକିଂ ଦେବାକୁ ପଡିବ ।  ଦ୍ୱିତୀୟ ଥର ଧରା ପଡିଲେ ଗଣିବାକୁ ପଡିବ ୨ ଲକ୍ଷ ଟଙ୍କା ।

ଏବେ ବେଆଇନ ଭାବେ ଷ୍ଟଣ୍ଟ କରୁଥିବା ବାଇକରଙ୍କ ଉପରେ ୨୦୦୦ ଟଙ୍କାର ଫାଇନ ଲାଗୁଛି । ଯାହାକୁ ସେମାନେ କୋର୍ଟରେ ଦାଖଲ କରୁଛନ୍ତି । ଏହାସହ ବାଇକ ସିଜ୍ ହେଲେ ପୋଲିସ ଚାଳକଙ୍କ ଡ୍ରାଇଭିଂ ଲାଇସେନ୍ସକୁ ରବ୍ଦ କରିବାକୁ ମଧ୍ୟ ଆବେଦନ କରୁଛି । ଆହରି ମଧ୍ୟ ଗାଡିର ସାଇଲେନ୍ସରରେ ଟ୍ୟାମ୍ପରିଂ କଲେ ୫୦ ହଜାରର ଜରିମାନା ଲାଗୁଛି ।

ନିକଟରେ ବେଙ୍ଗାଲୁରୁ ପୋଲିସ ୨୮ଜଣ ବେଆଇନ ଭାବେ ଷ୍ଟଣ୍ଟ କରୁଥିବା ଚାଳକଙ୍କୁ ଧରିଥିଲା । ସେମାନଙ୍କଠାରୁ ୨ ଲକ୍ଷ ଟଙ୍କା ଲେଖାଏଁ ଫାଇନ୍ ଆଦାୟ ହୋଇଛି । ଏହାସହ ଜଣ ଗ୍ୟାରେଜ ମାଲିକଙ୍କୁ ପୋଲିସ ଗିରଫ କରିଛି ।

ବେଙ୍ଗାଲୁରୁ ଟ୍ରାଫିକ ପୋଲିସର ଯୁଗ୍ମ କମିଶନର ରବିକାନ୍ତେ ଗୌଡ କହିଛନ୍ତି ଯେ, ଆଇପିସିର ଧାରା ୨୭୯ ଅନୁସାରେ ୪୮ଜଣ ଷ୍ଟଣ୍ଟ କରୁଥିବା ବେଳେ ଧରା ପଡିଛନ୍ତି । ସେମାନଙ୍କ ମଧ୍ୟରୁ ୨୮ଜଣଙ୍କ ବିରୋଧରେ ସିଆରପିସି ଧାରା ୧୦୭ରେ ମାମଲା ରୁଜୁ ହୋଇଛି । ସହରରେ କିଛି ଦିନ ଧରି ବୃଦ୍ଧି ପାଉଥିବା ଦୁର୍ଘଟଣାକୁ ରୋକିବା ପାଇଁ ଏପରି ନିଷ୍ପତ୍ତି ନିଆଯାଇଛି ।

ଏହାସହ ଟ୍ରାଫିକ ପୋଲିସ ନିକଟରେ ଅଧିକ ଶବ୍ଦ କରୁଥିବା ସାଇଲେନ୍ସ ବ୍ୟବହାରକାରୀଙ୍କ ବିରୋଧରେ ଆକ୍ସନ ନେଇଥିଲା । ଯାହାର ଶବ୍ଦ ୮୦ ଡିସିରୁ ଅଧିକ ଥିଲା ସେହି ସାଇଲେନ୍ସରକୁ ଜବତ କରାଯାଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.