ଏମିତି ବି ଆସେ ମୃତ୍ୟୁ : କ୍ୱାରେଣ୍ଟାଇନ୍ ସେଣ୍ଟରକୁ ଯିବାବେଳେ ବାଇକରୁ ପଡି ଅଙ୍ଗନଓ୍ୱାଡି କର୍ମୀଙ୍କ ମୃତ୍ୟୁ

Published By : Prameya-News7 Bureau | May 23, 2020 IST


ଆନନ୍ଦପୁର ୨୩।୦୫ : କାର୍ଯ୍ୟରତ ଥିବା ସମୟରେ ବାଇକ୍ ରୁ ପଡି ଜଣେ ଅଙ୍ଗନବାଡି କର୍ମୀଙ୍କ ମୃତ୍ୟୁ ହୋଇଛି । ମୃତ ଅଙ୍ଗନବାଡି କର୍ମୀ କେନ୍ଦୁଝର ଜିଲ୍ଲା ଘସିପୁରା ବ୍ଲକ୍ ଗଁପୁର ପଞ୍ଚାୟତର । ବରାଙ୍ଗ ଅଙ୍ଗନବାଡି କେନ୍ଦ୍ରରେ ସେ କାର୍ଯ୍ୟ କରୁଥିଲେ, ଏବଂ ତାଙ୍କ ନାମ ପୁଷ୍ପଲତା ଜେନା ।

ସୂଚନାଯୋଗ୍ୟ ଯେ, ଆଜି ନିଜ ଅଙ୍ଗନବାଡି କେନ୍ଦ୍ରରୁ ବାହାରି ପୁଅ ସହ ବାଇକ୍ ପଛରେ ବସି ନିକଟସ୍ଥ ନୂଆଁମାଳିଆ କ୍ବାରାଣ୍ଟାଇନ୍ କେନ୍ଦ୍ର କୁ ଯାଉଥିଲେ । କିନ୍ତୁ ହଠାତ୍‌ ଯିବା ସମୟରେ ମୁଣ୍ଡ ବୁଲାଇ ଚଳନ୍ତା ବାଇକ୍‌ରୁ ତଳକୁ ପଡିଯାଥିଲେ । ରାସ୍ତାରେ ମୁଣ୍ଡର ପଛପାଖ ମାଡହେବାରୁ ତାଙ୍କର ମୃତ୍ୟୁ ଘଟିଥିଲା । ଖବରପାଇ ରାମଚନ୍ଦ୍ରପୁର ପୋଲିସ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.