Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଘଟଗାଁରେ ହାତୀ ଆତଙ୍କ, ଘଉଡାଇବାକୁ ବନ ବିଭାଗର କସରତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୫୬ କୋଭିଡ୍ ପଜିଟିଭ୍
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୩ ହଜାରରୁ ଅଧିକ କରୋନା ପଜିଟିଭ୍, ୧୬୪ ମୃତ
  • ||
  • ରାସ୍ତା ଅତିକ୍ରମ ବେଳେ ଧକ୍କା ଦେଲା ଟ୍ରକ, ଚାଲିଗଲା ଜୀବନ
  • ||
  • ଲଘୁଚାପ ପ୍ରଭାବ : ମଙ୍ଗଳବାର ଯାଏଁ ପ୍ରବଳ ବର୍ଷା, ୫୦ କିମି ବେଗରେ ବହିବ ପବନ
  • ||
  • ନୀଳଗିରିରେ ଭାଲୁ ଆତଙ୍କ, ସାଇକେଲରୁ ଟାଣିନେଇ ଯୁବକଙ୍କୁ ଘାଇଲା କଲେ
  • ||
  • ଅଢେଇ କୋଟି ଟଙ୍କାର ବ୍ରାଉନସୁଗାର ଜବତ, ଡାଇମଣ୍ଡ ହୋଟେଲ ମାଲିକ ଅଟକ
  • ||

ଟ୍ରେନ୍‌ ମୁହଁରୁ ଅଳ୍ପକେ ବର୍ତ୍ତିଗଲେ ଅମାନିଆ ବାଇକ୍‌ ଚାଳକ, ଧକ୍କାରେ ଗୁଣ୍ଡ ହୋଇଗଲା ମୋଟର ସାଇକେଲ, ଭାଇରାଲ ହେଉଛି ଭିଡିଓ…

30/01/2021 at 6:12 PM

ନୂଆଦିଲ୍ଲୀ ୩୦/୦୧ : ବିପଦସଙ୍କୁଳ ଭାବେ ରେଳ ଧାରଣା ପାର କରିବା ବେଳେ ବେଳେ ମହଙ୍ଗା ସାବ୍ୟସ୍ତ ହୋଇଥାଏ । ଜୀବନ ମଧ୍ୟ ଚାଲିଯାଇଥିବା ନଜିର ରହିଛି । ଲୋକମାନେ ବ୍ୟସ୍ତତା ଭିତରେ ଅନ୍ୟମନସ୍କ ହେଉ କିମ୍ବା ନିୟମ ଭାଙ୍ଗି ବେପରୁଆ ଭାବେ ରେଳ ଧାରଣା ପାର କରିବା ପାଇଁ ଉଦ୍ୟମ କରନ୍ତି । କିନ୍ତୁ ଏହାର ପରିଣତି କେତେ ଯେ ଭୟଙ୍କର ତାହା ଏହି ଭାଇରାଲ ଭିଡିଓରୁ ଦେଖିବାକୁ ମିଳିଛି ।

ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏହି ଭିଡିଓକୁ ଦେଖିଲେ ଆଶ୍ଚର୍ଯ୍ୟ ହୋଇଯିବେ ନିଶ୍ଚୟ । ଟ୍ରେନ୍‌ ଆସିବାର କିଛି ସମୟ ପୂର୍ବରୁ ବ୍ୟାରିକେଡ୍‌କୁ ବନ୍ଦ କରିଥିଲେ ଟ୍ରାକ୍‌ମ୍ୟାନ୍‌ । ଏକ ଦ୍ରୁତଗାମୀ ଟ୍ରେନ୍‌ ଆସିବାର କିଛି ସମୟ ପୂର୍ବରୁ ଜଣେ ବାଇକଚାଳକ ବେପରୁଆ ଭାବେ ରେଳ ଧାରଣା ପାର ହେବାକୁ ଉଦ୍ୟତ ହୋଇଥିଲେ । ଏହି ସମୟରେ ଟ୍ରେନ୍‌ଟି ନିକଟତର ହୋଇଯାଇଥିଲା ଏବଂ ଯୁବକଜଣକ ବାଇକ୍‌କୁ ଅଟକାଇବାକୁ ଅକ୍ଷମ ହୋଇଥିଲେ । ଭୟଭୀତ ଅବସ୍ଥାରେ ବାଇକ୍‌କୁ ରୋକିବାକୁ ଚେଷ୍ଟା କରୁଥିବା ବେଳେ ଗାଡିର ବ୍ରେକ୍‌ ଲାଗିନଥିଲା ଏବଂ ଟ୍ରାକ୍‌ ନିକଟରେ ହିଁ ପଡିଯାଇଥିଲା ।

youtube

ଟ୍ରେନ୍‌ ଅତିନିକଟତର ହୋଇଯିବା ଦେଖି ବାଇକ୍‌ ଛାଡି ଭୟରେ ଦୌଡି ପଳାଇଥିଲେ ଉକ୍ତ ଯୁବକଜଣକ । ମାତ୍ର କେଇ ସେକେଣ୍ଡ ମଧ୍ୟରେ ତାଙ୍କର ବାଇକକୁ ଧକ୍କା ଦେଇଥିଲା ଦ୍ରୁତଗାମୀ ଟ୍ରେନ୍‌ । ଦୁର୍ଘଟଣା ପରେ ବାଇକ୍‌ଟି ସମ୍ପୂର୍ଣ୍ଣ ଭାବେ ଭାଙ୍ଗିରୁଜି ଚୁରମାର ହୋଇଯାଇଛି । ସୌଭାଗ୍ୟବଶତଃ ନିଶ୍ଚିତ ମୃତ୍ୟୁମୂଖରୁ ବଞ୍ଚିଯାଇଥିଲେ ଯୁବକଜଣକ ।

ଘଟଣାର ସମ୍ପୂର୍ଣ୍ଣ ଭିଡିଓ ନିକଟରେ ଲାଗିଥିବା ସିସିଟିଭିରେ କଏଦ ହୋଇଯାଇଥିଲା । ସୋସିଆଲ ମିଡିଆରେ ମଧ୍ୟ ଏହି ଭିଡିଓ ବେଶ୍ ଭାଇରାଲ ହେବାରେ ଲାଗିଛି । ସୌଭାଗ୍ୟବଶତଃ ଟ୍ରେନ୍‌ ଧକ୍କା ଦେବା ପରେ ଉକ୍ତ ବାଇକ୍‌ର ପେଟ୍ରୋଲ ଟାଙ୍କି ବିସ୍ଫୋରଣ ହୋଇନଥିଲା । ତେବେ ଏହି ଘଟଣା କେଉଁ ଅଞ୍ଚଳର ତାହା ସ୍ପଷ୍ଟ ହୋଇନାହିଁ ।

   Related Posts