Sunday, September 15, 2019

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ବର୍ଗର କିଣିବାକୁ ଯିବା ବାଇକ ଆରୋହୀଙ୍କୁ ମହଙ୍ଗା ପଡିଲା, ଆସିଲା ୫ ହଜାର ଟଙ୍କାର ଇ-ଚାଲାଣ, ଜାଣନ୍ତୁ ପୁରା ଘଟଣା

ଆଗରା :  ଉତ୍ତରପ୍ରଦେଶ ନ୍ୟୁ ଆଗରାର ଆଦିତ୍ୟ ନାମକ ଜନୈକ ଯୁବକ ମୋଟରସାଇକେଲ ନେଇ ଫାଉଣ୍ଟେନ ଛକକୁ ଯାଇଥିଲେ ବର୍ଗର କିଣିବାକୁ। ୫୦ ଟଙ୍କା ଦେଇ ବର୍ଗର କିଣି ଫେରିବା ବେଳେକୁ ମୋବାଇଲରେ ଆସିଲା ମ୍ୟାସେଜ୍। ଦେଖିବା ବେଳକୁ ବିନା ହେଲମେଟ୍ ରେ ବାଇକ୍ ଚଳାଇ ଯାଇଥିବାରୁ ତାଙ୍କୁ ଫାଇନ ହୋଇଛି।  ତେବେ ଫାଇନ ଶହେ କି ୫ଶହ ନୁହେଁ ପୁରା ୫ ହଜାର ଟଙ୍କାର।

ଆଦିତ୍ୟ କାମ କରୁଥିବା ଦୋକାନରୁ ମାତ୍ର ଶହେ ମିଟର ଦୂର ବିନା ହେଲମେଟ୍ ରେ ବାଇକ୍ ଚଳାଇ ଯାଇଥିଲେ। ତେବେ ତାଙ୍କର ସବୁଠାରୁ ବଡ ଭୁଲ ଥିଲା ନୋ ପାର୍କିଂ ଅଞ୍ଚଳରେ ସେ ବାଇକ୍ ଛିଡା କରି ବର୍ଗର କିଣୁଥିଲେ। ହେଲେ ଚାଲାଣ ଦେଖିବା ପରେ ତାଙ୍କ ମଥା ଘୁରି ଯାଇଛି। ସେ ମାତ୍ର ୮ ହଜାର ଟଙ୍କା ବେତନରେ ଚାକିରୀ କରୁଛନ୍ତି। ଏଥିରେ ଗୋଟିଏ ଥର ଭୁଲ ଲାଗି ତାଙ୍କୁ ୫ ହଜାର ଟଙ୍କା ଜରିମାନା ହୋଇଥିବା ବେଳେ ସେ ମାସ ସାରା କିପରି ଚଳିବେ ସେ ନେଇ ଚିନ୍ତିତ ହୋଇପଡିଛନ୍ତି।

ଆଦିତ୍ୟ ମାତ୍ର ୨ଟି ଭୁଲ କରିଥିବା କହିଛନ୍ତି । ଏଥିରେ ପ୍ରଥମ ଭୁଲଟି ଥିଲା ହେଲମେଟ ନେଇ ନଥିଲେ ଓ ଦ୍ୱିତୀୟ ଭୁଲ ଥିଲା ନୋ ପାର୍କିଂ ଜୋନରେ ବାହାନ ଛିଡା କରିଥିଲେ। ଏଥିଲାଗି ତାଙ୍କୁ ୫ଶହ ଓ ୫ଶହ ଏପରି ୧ ହଜାର ଟଙ୍କା ଜରିମାନା ହେବା କଥା। ହେଲେ ଚାଲାଣରେ ତାଙ୍କ ମୋଟର ସାଇକେଲର ବୀମା ନଥିବା, ଚାଳକଙ୍କ ଡ୍ରାଇଭିଂ ଲାଇସେନ୍ସ ନଥିବା ଇ-ଚାଲାଣରୁ ଜଣାପଡିଛି। ବୀମା ଲାଗି ତାଙ୍କୁ ୨ ହଜାର ଟଙ୍କା ଜରିମାନା ହୋଇଥିବା ବେଳେ ଡ୍ରାଇଭିଂ ଲାସେନ୍ସ ପାଇଁ ୨ହଜାର ୫ଶହ ଟଙ୍କା ଜରିମାନା ହୋଇଛି। ତେବେ ଆଦିତ୍ୟଙ୍କ ଗାଡିର ବୀମା ଓ ତାଙ୍କର ଡ୍ରାଇଭିଂ ଲାଇସେନ୍ସ ଥିବା କହିଛନ୍ତି। ଏଣୁ ସେ ସୋମବାର ଏସଏସପିଙ୍କୁ ଭେଟି ତାଙ୍କ ଚାଲାଣ ସୁଧାର କରିବାକୁ ନିବେଦନ କରିବେ ବୋଲି କହିଛନ୍ତି।

117 Views

   ସମ୍ବନ୍ଧିତ ଖବର