ବାଦପୁର ଘାଟିରେ ବାଇକକୁ ଧକ୍କା ଦେଲା ଟ୍ରକ୍ : ବାଇକ୍ ଆରୋହୀ ମୃତ

Published By : Prameya-News7 Bureau | August 26, 2019 IST

 ଗଜପତି ୨୬/୮: ଗଜପତି ଜିଲ୍ଲା ଆର. ଉଦୟଗିରି ଥାନା ବାଦପୁର ଘାଟିରେ ପାଇପ ବୋଝେଇ ଟ୍ରକ୍ ଧକ୍କାରେ ଜଣେ ବାଇକ୍ ଆରୋହିଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଅନୁଗୁଳ ଜମସlହିର ବନ୍ଧୁ ମାଝୀ । ଏହି ଦୁର୍ଘଟଣାରେ   ଟ୍ରକ୍ ଡ୍ରାଇଭର ଓ ହେଲପର ଆହତ ହୋଇଛନ୍ତି ।

{"id":149031}

ମିଳିଥିବା ସୂଚନା ଅନୁଯାୟୀ ଆଜି ସକାଳ ପ୍ରାୟ ୯ଟାରେ ଏକ ଟ୍ରକ୍ ପାଇପ ବୋଝେଇ ହୋଇ ପାରଳାଖେମୁଣ୍ଡିରୁ ଆସୁଥିଲା । ବାଦପୁର ଘାଟିରେ ବାଇକରେ ବନ୍ଧୁ ମାଝି ନିଜ ଗାଁକୁ ଫେରୁଥିବାବେଳେ ଟ୍ରକଟି ପଛପଟୁ ଧକ୍କା ଦେଇଥିଲା । ଫଳରେ ବନ୍ଧୁ ଗୁରୁତର ଆହତ ହୋଇଥିଲେ ଓ ଟ୍ରକଟି ରାସ୍ତା କଡରେ ଗାର୍ଡ ଓ୍ବାଲକୁ ଧକ୍କା ଦେଇଥିଲା । ଗୁରୁତର ଅବସ୍ଥାରେ ବନ୍ଧୁଙ୍କୁ ଆର.ଉଦୟଗିରି ମେଡିକାଲରେ ଭର୍ତ୍ତି କରାଯାଇଥିବା ବେଳେ ମେଡିକାଲରେ ତାଙ୍କର ମୃତ୍ୟୁ ଘଟିଛି ।ଆର. ଉଦୟଗିରି ପୋଲିସ ଘଟଣାର ତଦନ୍ତ କରୁଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.