ଶବକୁ ପୁଣି ଅସମ୍ମାନ : ବାଇକରେ ୨୫କିମି ବୁହା ହେଲା ମୃତଦେହ , ସୋମବାର ମାଓବାଦୀ ଗଳାକାଟି ହତ୍ୟା କରିଥିଲେ

Published By : Prameya-News7 Bureau | February 26, 2020 IST

ଚିତ୍ରକୋଣ୍ଡା ୨୬।୦୨: ମୃତଦେହକୁ ପୁଣି ଅସମ୍ମାନ । ମାଲକାନଗିରି ଜିଲ୍ଲା ବିଚ୍ଛିନାଞ୍ଚଳରେ ଘଟିଛି ଏଭଳି ଅମାନବୀୟ ଘଟଣା । ମୃତକଙ୍କ ନାମ ଦୀନବନ୍ଧୁ ବୋଲି ଜଣାପଡିଛି । ଗତକାଲି ଦୀନବନ୍ଧୁଙ୍କୁ ମାଓବାଦୀମାନେ ଗଳାକାଟି ହତ୍ୟା କରିଥିଲେ । ଏବଂ ହତ୍ୟା ପରେ ରାସ୍ତାରେ ମୃତଦେହ ଫିଙ୍ଗିଯାଇଥିଲେ । ପୋଲିସ ଇନ୍‌ଫର୍ମ ସନ୍ଦେହରେ ମାଓବାଦୀମାନେ ହତ୍ୟା କରିଛନ୍ତି ।

{"id":229298,"sizeSlug":"large"}

ସୂଚନାଯୋଗ୍ୟ ଯେ, ମାଲକାନଗିରି ଯୋଡାମ୍ବା ନିକଟରେ ଥିବା BSF କ୍ୟାମ୍ପ ଠାରୁ ମାତ୍ର ୩ କିମି ଦୂରରେ ଘଟିଛି ଏଭଳି ଘଟଣା । ପୋଲିସ ଇନ୍‌ଫର୍ମର ସନ୍ଦେହରେ ବ୍ୟବସାୟୀ ଦୀନବନ୍ଧୁଙ୍କୁ ଗୁଳିକରି ହତ୍ୟା କରିଛନ୍ତି । ବ୍ୟବସାୟୀଙ୍କୁ ହତ୍ୟା ପରେ ରାସ୍ତା କଡରେ ଫିଙ୍ଗି ଦେଇଥିଲେ । ରାସ୍ତା କଡରେ ହତ୍ୟା ପରେ, ତାଙ୍କ ପକେଟ ଭିତରେ ଏକ ହାତ ଲେଖା ଛାଡି ଯାଇଥିଲେ । ଚିଠିରେ ଯୋଡାମ୍ବୋ, ଜନ୍ତୁରାଇ ଓ ସିନ୍ଧିବାଡି ଗାଁରେ ଥିବା ପୋଲିସ ଇନ୍‌ଫର୍ମର ଓ ପୋଲିସକୁ ସହଯୋଗ କରୁଥିବା ବ୍ୟକ୍ତିମାନଙ୍କୁ ୩ଦିନ ମଧ୍ୟରେ ଜନତା ସମ୍ମୁଖରେ ଆତ୍ମସମର୍ପଣ କରିବାକୁ କହିଛନ୍ତି । ଆତ୍ମସମର୍ପଣ ନକଲେ ପ୍ରଜାକୋର୍ଟରେ ହତ୍ୟା ଦଣ୍ଡ ଦିଆଯିବ ବୋଲି ଚିଠିରେ ଲେଖାଯାଇଛି ।

{"id":229299,"sizeSlug":"large"}

ତେବେ ଦୀନବନ୍ଧୁଙ୍କ ମଙ୍ଗଳବାର ଦିନ ହତ୍ୟା କରି ରାସ୍ତା କଡରେ ଫିଙ୍ଗି ଦେଇଥିଲେ  ମାଓବାଦୀ । ଦୁଇ ଦିନ ମୃତଦେହ ପଡିରହିଥିଲେ ମଧ୍ୟ କୌଣସି ସରକାରୀ ସହଯୋଗ ମିଳିପାରିନଥିଲେ । ଶେଷରେ ପରିବାର ଲୋକ ବାଧ୍ୟ ହୋଇ ମୃତଦେହକୁ ବାଇକ ବୋହି ଘରକୁ ଆଣିଥିଲେ । ଯୋଡାମ୍ବୋ ସ୍ୱାସ୍ଥ୍ୟ କେନ୍ଦ୍ର ରୁ ଷ୍ଟ୍ରେଚର ଆଣି ନିଜେ ମୋଟର ବାଇକ ରେ ଶବକୁ ବାନ୍ଧି ୨୫ କି. ମି. ରାସ୍ତାରେ ବାଇକକୁ ଠେଲି ଠେଲି ବହୁତ କଷ୍ଟରେ ଆଣି ଚିତ୍ରକୋଣ୍ଡା ପହଞ୍ଚିଥିଲେ । ମୋଟର ବାଇକ ରେ ନିଆ ଯାଉଛି ଦୀନବନ୍ଧୁଙ୍କ ଶବକୁ ।

{"id":229300,"sizeSlug":"large"}

ସୁରକ୍ଷା ବ୍ୟବସ୍ଥା ପାଖରେ ଥାଇ ବି ଆଜି ଅସୁରକ୍ଷିତ ବୋଲି ଭାବୁଛନ୍ତି ସ୍ଥାନୀୟ ଲୋକେ । ନିଜ ଅଞ୍ଚଳର ବିକାଶ ପାଇଁ ଦୀନବନ୍ଧୁ ବଳି ପଡିଥିବା ବେଳେ, ପୋଲିସ ପକ୍ଷରୁ କୌଣସି ସାହାଯ୍ୟ ନ ମିଳିବାରୁ ବର୍ତମାନ ପୁଣି ଥରେ ବିଚ୍ଛିନ୍ନାଞ୍ଚଳରେ ଭୟର ବାତାବରଣ ଖେଳିଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.