Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୋଖରୀରୁ ମିଳିଲା ନିଖୋଜ ଶିଶୁକନ୍ୟାର ମୃତଦେହ, ହତ୍ୟା ସନ୍ଦେହ
  • ||
  • ଶିକାରୀ ଗିରଫ, ୬ ମୃତ ବିଦେଶୀ ପକ୍ଷୀ ଜବତ
  • ||
  • ରାଜ୍ୟରେ ଆଉ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୭କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୯୧ କରୋନା ସଂକ୍ରମିତ, ୧୦୪୮୬୮୩ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୬୨୧ ମୃତ
  • ||
  • ମଝି ସମୁଦ୍ରରେ ଦୁର୍ଘଟଣା, ଧକ୍କା ହେଲା ୨ ଜାହାଜ
  • ||
  • ବାତ୍ୟାର ରୂପ ନେବ ଲଘୁଚାପ ! ଅନୁମାନ ଲଗାଇଲାଣି ଆଇଏମଡି, ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ବାଘ ଗଣନା ବେଳେ ମିଳିଲା ମୃତଦେହ, ହତ୍ୟା ନା ଆତ୍ମହତ୍ୟା !
  • ||
  • ଶୀତ ଅଧିବେଶନ ପୂର୍ବରୁ ରବିବାର ସର୍ବଦଳୀୟ ବୈଠକ, ବିରୋଧିଙ୍କ ସହ କଥା ହେବେ ପ୍ରଧାନମନ୍ତ୍ରୀ
  • ||

ବାଇକ୍ ଚୋରି ରାକେଟ୍ ଠାବ : ୮ ବାଇକ୍ ସହ ୪ ଅଭିଯୁକ୍ତ ଗିରଫ

27/10/2021 at 3:19 PM

କୋଣାର୍କ ୨୭।୧୦: ଗୋପ ପୋଲିସର ବଡ଼ ସଫଳତା । ୪ ଜଣ ବାଇକ୍ ଚୋର ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲଣ କରିଛି ପୋଲିସ ।

ସୂଚନାଯୋଗ୍ୟ ଯେ, ଗୋପ, ନିମାପଡା, କୋଣାର୍କ ଓ ବାଲିପାଟଣା ଅଞ୍ଚଳରୁ ଦୀର୍ଘ ଦିନ ହେବ ଲଗାତାର ଭାବେ ବାଇକ୍ ଚୋରୀ ହେଉଥିବାରୁ ପୋଲିସର ମୁଣ୍ଡ ବିନ୍ଧାର କାରଣ ପାଲଟିଥିଲା । ଗତ ୨୫ ତାରିଖରେ ନିମାପଡା ଥାନା ଅଧୀନ ବରଡ଼ିଖୋଲ ଅଂଚଳର ଶଶୀଭୂଷଣ ଦାସ ଗୋପ ଥାନା ଅଧିନସ୍ଥ ନାଗପୁର ବଜାରରୁ ଏକ ବାଇକ୍ ଚୋରୀ କରୁଥିବା ସମୟରେ ଲୋକଙ୍କ ହାବୁଡରେ ପଡି ନିସ୍ତୁକ ଛେଚା ଖାଇଥିଲେ । ପରେ ଗୋପ ପୋଲିସ ପହଞ୍ଚି ଶଶୀଭୂଷଣଙ୍କ ସହିତ ଦୁଇ ସହଯୋଗୀଙ୍କୁ ଗିରଫ କରିଥିଲା ।

ଏହି ବାଇକ୍ ଚୋରୀ ଘଟଣାରେ ପୋଲିସ ତଦନ୍ତ କରି ଗୋପ, ନିମାପଡା, ନିଆଳି, ଏବଂ କୋଣାର୍କ ଅଞ୍ଚଳର ବିଭିନ୍ନ ସ୍ଥାନରେ ଚଢ଼ାଉ କରି ୮ଗୋଟି ବାଇକ୍ ସହ ବିଭିନ୍ନ ଯନ୍ତ୍ରାସମାନ ଜବତ କରି ଜଣେ ଗ୍ୟାରେଜ ମାଲିକଙ୍କୁ ଗିରଫ କରିଥିଲା । ବାଇକ୍ ଚୋରୀର ମାଷ୍ଟର ମାଇଣ୍ଡ ଶଶୀଭୂଷଣ ସମେତ ନିମାପଡା ଅଞ୍ଚଳର ମନୋଜ ରାଉତ, ବିଭୂପ୍ରସାଦ ଦାସ ଏବଂ ବାଲିପାଟଣା ଅଞ୍ଚଳର ପ୍ରଦୀପ ଭୋଇଙ୍କୁ ଗୋପ ପୋଲିସ କୋର୍ଟ ଚାଲଣ କରିଥିବା ସାମ୍ବାଦିକ ସମ୍ମିଳନୀରେ ଗୋପ ଆଇଆଇସି କହିଛନ୍ତି ।

   Related Posts