ଡିଭାଇଡରରେ ପିଟିହେଲା ବାଇକ୍‌, ୨ ଆହତ

Published By : Prameya-News7 Bureau | February 26, 2020 IST

ଟାଙ୍ଗୀ ୨୬।୦୨: ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା ଜାତୀୟ ରାଜପଥ ଉଗ୍ରତାରା ଛକ ନିକଟରେ ସଡକ ଦୁର୍ଘଟଣା ହୋଇଛି । ଦୁର୍ଘଟଣାରେ ଦୁଇ ଜଣ ବ୍ୟକ୍ତି ଆହତ ହୋଇଛନ୍ତି । ଆହତଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି ।

{"id":229425,"sizeSlug":"large"}

ସୂଚନାଯୋଗ୍ୟ ଯେ, ଉଗ୍ରତାର ଚକ ନିକଟରେ ଦୁଇଟ ବାଇକ ଦୁର୍ଘଟଣାର ଶୀକାର ହୋଇଛନ୍ତି । ଦୁର୍ଘଟଣାରେ ଦୁଇ ଜଣ ବାଇକ ଆରୋହୀ ଆହତ ହୋଇଛନ୍ତି । ଦୁହିଁଙ୍କୁ ପ୍ରଥମେ ଟାଙ୍ଗୀ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ପରେ ଉଭୟଙ୍କ ଅବସ୍ଥା ଗୁରୁତର ହେବାରୁ ଭୁବନେଶ୍ବର ସ୍ଥିତ ଏମ୍ସ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି । ତେବେ ଆହତ ହୋଇଥିବା ବ୍ୟକ୍ତିଙ୍କ ମଧ୍ୟରୁ ଜଣେ ବଡପୋଖରୀଆ ନାଲସିଂ ଗ୍ରାମର ଅଜୟ ସ୍ୱାଇଁ ହୋଇଥିବା ବେଳେ ଅନ୍ୟ ଜଣେ ମଳିପଡ଼ା ଅଞ୍ଚଳର ନୀଳମଣି ଜେନା ବୋଲି ଜଣାପଡିଛି । ଦୁଇ ଜଣ ବ୍ୟକ୍ତି ଅତ୍ୟଧିକ ମଦ୍ୟପାନ କରିବା ଯୋଗୁଁ ଦୁର୍ଘଟଣା ହୋଇଥିବା ସୂଚନା ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.